LIFESTYLE

ବାଥ୍‌ରୁମ୍‌ରେ ଏହି ୪ଟି ଜିନିଷ ରଖିଲେ ହୋଇ ପାରେ କ୍ୟାନ୍‌ସର୍‌

ଚେହେରାକୁ ଗୋରା କରାଇବାକୁ ଉଦ୍ଦିଷ୍ଟ ବିୟୁଟି ପ୍ରଡକ୍ଟ୍‌ର ଲେବୁଲ୍‌ ଦେଖି ଲୋକେ ଲୋଭେଇ ଯାଆନ୍ତି। ଏହା କିଛି ସମୟ ପାଇଁ ଆମକୁ କଳା ଚେହେରାକୁ ଲୁଚାଇ ଦେଇ ଥାଏ କିନ୍ତୁ ଏଥିଯୋଗୁଁ ଚର୍ମରବହୁତ କ୍ଷତି ହୋଇଥାଏ । ବେଳେ ବେଳେ ଏହି ବିୟୁଟି ପ୍ରଡକ୍ଟ୍‌ କ୍ୟାନ୍‌ସର୍‌ର କାରଣ ହୋଇଥାଏ। ଯାହାକୁ ଜାଣିବା ନିହାତି ଦରକାର ଏବଂ ସଚେତନ ହେବା ମଧ୍ୟ ଆବଶ୍ୟକ । ଆସନ୍ତୁ ସେହି ବିଷୟରେ ଜାଣିବା ।

୪ଟି ବିୟୁଟି ପ୍ରଡକ୍ଟ୍‌ ବିଷୟରେ ଜାଣନ୍ତୁ

ବଡି ଲୋଶନ  :- ପିଚ ମିଲ୍କ,କୋକ ମିଲ୍କ ଏବଂ ସିଆ ବଟର ଭଳି ଖୁବ ସାରା ବଡି ଲୋଶନ ବଜାରରେ ଉପଲବ୍ଧ । ବିଭିନ୍ନ କଥା କହି ଏହାକୁ ବିକ୍ରି କରାଯାଏ । ସବୁଠାରୁ ଗୁରୁତ୍ୱ କଥା ହେଉଛି ଏ ସବୁର ବାସ୍ନା । ଏହାର କାରଣ ହେଉଛି ଏଥିରେ କୋଇଲାରୁ ନିର୍ଗତ ଆଲକାତରା ବ୍ୟବହାର ହୋଇଥାଏ । ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । କେତେକ ବଡି ଲୋଶନରେ କୋଲ ତାର ବ୍ୟବହାର କରାଯାଏ । ଏହା ଏଭଳି ଏକ ତତ୍ତ୍ୱ ଯାହା କର୍କଟକୁ ସ୍ୱାଗତ କରିଥାଏ । ତେବେ ବଜାରରେ ଏଭଳି ବହୁତ ଉପାଦାନ ମିଳୁଛି ।

ଫେସ୍‌ଓ୍ଵାସ୍‌  :- ଫେସ୍‌ଓ୍ଵାସ୍‌ରେ ଥିବା ପେରାବିନ୍‌ ମସ୍ତିଷ୍କ କୁ ଖରାପ କରିବା ସହିତ ତ୍ୱଚାର ମଧ୍ୟ କ୍ଷତି କରିଥାଏ। ଖାଲି ସେତିକି ନୁହେଁ ଏଥିରେ ସ୍ତନକର୍କଟ କାରକ ଟିସ୍ୟୁ ଥିବା କଥା ଗବେଷକମାନେ କହୁଛନ୍ତି।

ଡ଼ିଓ :- ଡିଓ ଏବଂ ପରଫ୍ୟୁମରୁ ଟ୍ରିକ୍ଲୋଜାନ ଏବଂ ପ୍ରୋପିଲେନ ଗ୍ଲାଇକୋଲ ମିଳିଥାଏ । ତେବେ ଏଭଳି ଡିଓ ବ୍ୟବହାର କରନ୍ତୁ ଯେଉଁଥିରେ ଭିଟାମିନ ଇ ଏବଂ ନଡ଼ିଆ ତେଲର ବ୍ୟବହାର କରାଯାଏ । ଟାଲକମ ପାଉଡରରେ ଏସ୍ଟବେଷ୍ଟସ ରହିଥାଏ । ଏହା କର୍କଟର କାରଣ । ଏହା ଅଧିକତର କସମେଟିକ ଏବଂ ବେବି ପ୍ରଡକ୍ଟରୁ ମିଳିଥାଏ ।

ଫେଶ ମଏଶ୍ଚରାଇଜର :- ଏଥିରେ ସ୍ଥାଲେଟ୍‌ ଓ ପାରାବିନ ମଧ୍ୟ ଫେଶ ମଏଶ୍ଚରାଇଜରରୁ ମିଳିଛି । ଏହା ପରିବର୍ତ୍ତେ ଚେହେରାର ସୌନ୍ଦର୍ଯ୍ୟ ପାଇଁ ବିନା ବାସ୍ନାର ତେଲ ବ୍ୟବହାର କରିପାରିବେ ।
ବାଥ୍‌ରୁମ୍‌ରେ ଏହି ୪ଟି ଜିନିଷ ରଖିଲେ ହୋଇ ପାରେ କ୍ୟାନ୍‌ସର୍‌ hand wash
ପଢନ୍ତୁ :

ରେଳ ବଜେଟରେ ଓଡିଶାକୁ ଅବହେଳା ପ୍ରତିବାଦରେ ବିଜେଡିର ରେଳରୋକ୍ : ଓଡ଼ିଶାକୁ ୫,୨୫୨ କୋଟି

Related posts

ଆପଣ ଜାଣନ୍ତି କି ? ଗର୍ଭାବସ୍ଥାରେ ମୋବାଇଲ ଫୋନ୍ ବ୍ୟବହାର କରିବା ଅତ୍ୟନ୍ତ ବିପଦଜନକ । ଜାଣନ୍ତୁ ଏହାର କାରଣ

ENO Beuro

ନିୟମିତ ସାଲାଡ ଖାଇବା ଦ୍ଵାରା ଆମକୁ କି କି ଫାଇଦା ମିଳିଥାଏ ଜାଣନ୍ତୁ ?

ENO Beuro

ହୃଦ୍‌ଜନିତ ସମସ୍ୟାକୁ ଦୂରକରିବାକୁ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More