ଖରାଦିନେ କେଉଁ ସବୁ ପରିବାଠୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ଜାଣନ୍ତୁ? 

ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଏହା ସମସ୍ତଙ୍କୁ ଜଣା । ସେଥି ପାଇଁ ଆମେ ନିୟମିତ ପନିପରିବା ଖାଇ ଥାଉ । ଯେଉଁ ପନିପରିବାରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍‌ ଏବଂ ପ୍ରୋଟିନ୍‌ ଥାଏ, ତାହା ଶରୀରର ତାପମାତ୍ରା ବୃଦ୍ଧି କରିଥାଏ । ତେବେ ଏମିତି କେତେକ ପରିବା ଅଛି ଯାହା ଖରାଦିନେ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ଖରାଦିନେ କେଉଁ ସବୁ ପରିବାଠୁ ଦୂରେଇ ରହିବେ ଜାଣନ୍ତୁ :-

ଶାଗ :- ପାଳଙ୍ଗ ,ଖଡ଼ା, କୋଶଳା, ପୋଇ, ସଜନା ଆଦି ଶାଗ ଶରୀର ପାଇଁ ଲାଭଦାୟକ । ଏଥିରେ ଆଣ୍ଟିଅକ୍ସିଡେଣ୍ଟ୍‌ ପ୍ରଚୁର ମାତ୍ରାରେ ଥିବା ହେତୁ ଆମ ଶରୀରକୁ କେତେକ ରୋଗରୁ ରକ୍ଷା କରିଥାଏ । କିନ୍ତୁ ଏହା ଶରୀରର ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ତେଣୁ ଖରାଦିନେ ଶାଗ କମ୍‌ ଖାଇବା ଭଲ ।

ପିଆଜ :- ଭୋଜନକୁ ସ୍ୱାଦିଷ୍ଠ କରିବା ସକାଶେ ଆମେ ପ୍ରତି ତରକାରିରେ ପିଆଜ ପକାଇଥାଉ। ବେଶି ମାତ୍ରାରେ ପିଆଜ ଖାଇଲେ ଶରୀର ଗରମ ହୁଏ ଏବଂ ଏଥିପାଇଁ ହରମୋନ୍‌ ଅସନ୍ତୁଳନ ହେବାର ଆଶଙ୍କା ଥାଏ ।

ରସୁଣ :- ଏହାକୁ ଖରାଦିନେ ଅଧିକ ମାତ୍ରାରେ ଖାଇଲେ ଶରୀରରେ ହରମୋନ୍‌ର ଅସନ୍ତୁଳନ ଘଟିଥାଏ ।

ଅଦା :- ଅଦାରେ ଶରୀରକୁ ଗରମ କରିବାର ଗୁଣ ଥାଏ । ଏହା ନିୟମିତ ଖାଇଲେ ଶରୀରର ତାପମାତ୍ରା ବଢ଼ିଥାଏ । ଯଦି ଅଳ୍ପ ମାତ୍ରାରେ ଅଦା ଖାଇବେ, ତେବେ ବିଶେଷ କ୍ଷତି ହେବ ନାହିଁ । ସ୍ୱାସ୍ଥ୍ୟ ଠିକ୍‌ ରହିବ ।

ପଢନ୍ତୁ ;

ଆଉ ଥରେ ଦୀପିକା ରଣବୀର ଏକାଠି 

ତେଣୁ ଖରାଦିନେ ଶାଗ କମ୍‌ ଖାଇବା ଭଲ - 4.4

88%

ଯଦି ଅଳ୍ପ ମାତ୍ରାରେ ଅଦା ଖାଇବେ, ତେବେ ବିଶେଷ କ୍ଷତି ହେବ ନାହିଁ - 4.5

90%
4.5/5

Very Good!

ଖରାଦିନେ କେଉଁ ସବୁ ପରିବାଠୁ ଦୂରେଇ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ଜାଣନ୍ତୁ ? 

ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ଏହା ସମସ୍ତଙ୍କୁ ଜଣା । ସେଥି ପାଇଁ ଆମେ ନିୟମିତ ପନିପରିବା ଖାଇ ଥାଉ । ଯେଉଁ ପନିପରିବାରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍‌ ଏବଂ ପ୍ରୋଟିନ୍‌ ଥାଏ, ତାହା ଶରୀରର ତାପମାତ୍ରା ବୃଦ୍ଧି କରିଥାଏ । ତେବେ ଏମିତି କେତେକ ପରିବା ଅଛି ଯାହା ଖରାଦିନେ ଅଧିକ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

No Votes Yet

You're not rated yet