Loading...

ବୌଦ୍ଧ ଧର୍ମର ଗୁରୁ, କବି ଓ ଶାନ୍ତିଦୂତ ଭାବେ ପରିଚିତ ଥିଚ ନାଥ ହାନଙ୍କ ପରଲୋକ

ବୌଦ୍ଧ ଧର୍ମର ଗୁରୁ, କବି ଓ ଶାନ୍ତିଦୂତ ଭାବେ ପରିଚିତ ଥିଚ ନାଥ ହାନଙ୍କ ପରଲୋକ

ବୌଦ୍ଧ ଧର୍ମର ଗୁରୁ, କବି ଓ ଶାନ୍ତିଦୂତ ଭାବେ ପରିଚିତ ଥିଚ ନାଥ ହାନ ଆଉ ନାହାନ୍ତି। ୧୯୬୦ରେ ଭିଏତନାମ ଯୁଦ୍ଧ ବିରୋଧରେ ଅଭିଯାନ ଆରମ୍ଭ କରି ଲୋକଲୋଚନକୁ ଆସିଥିବା ଥିଚ ନାଥ ହାନଙ୍କ ଆଜି ଦେହାନ୍ତ ହୋଇଛି।

ବୌଦ୍ଧ ଧର୍ମର ଗୁରୁ, କବି ଓ ଶାନ୍ତିଦୂତ ଭାବେ ପରିଚିତ ଥିଚ ନାଥ ହାନ ଆଉ ନାହାନ୍ତି। ୧୯୬୦ରେ ଭିଏତନାମ ଯୁଦ୍ଧ ବିରୋଧରେ ଅଭିଯାନ ଆରମ୍ଭ କରି ଲୋକଲୋଚନକୁ ଆସିଥିବା ଥିଚ ନାଥ ହାନଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଭିଏତନାମର ଯେଉଁ ଧର୍ମାନୁଷ୍ଠାନରେ ସେ ନିଜ ଯାତ୍ରା ଆରମ୍ଭ କରିଥିଲେ, ଆଜି ସେହି ସ୍ଥାନରେ ତାଙ୍କର ପରଲୋକ ଘଟିଛି। ଥିଚ ନାଥ ହାନଙ୍କ ଟ୍ୱିଟ ଆକାଉଣ୍ଟରେ ତାଙ୍କ ଅନୁଗାମୀମାନେ କହିଛନ୍ତି ଯେ “ବୌଦ୍ଧ ଧର୍ମରେ ବିଶ୍ୱାସ ରଖୁଥିବା ଅନ୍ତର୍ଜାତୀୟ ପ୍ଲୁମ ଗାଁ ସଂପ୍ରଦାୟ ଘୋଷଣା କରିବାକୁ ଚାହୁଁଛନ୍ତି ଯେ ଆମର ଅତିପ୍ରିୟ ମାର୍ଗଦର୍ଶକ ଥିଚ ନାଥ ହାନ ଆଜି ଦେହାନ୍ତ ହୋଇଛି। ଭିଏତନାମର ହୁଇରେ ଥିବା ତୁ ହିଇଉ ମନ୍ଦିରରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା।”

 

ଦୀର୍ଘ ଦଶନ୍ଧି ଧରି ନିଜର କାମ ଓ ନୀତି କଥା ପାଇଁ ଥିଚ ନାଥ ହାନ ସମସ୍ତଙ୍କ ପାଖରେ ପରିଚିତ ହୋଇପାରିଥିଲେ। ବିଶ୍ୱର ପଶ୍ଚିମପ୍ରାନ୍ତରେ ମାନବିକତା ଓ ମାନସିକ ଶାନ୍ତି ସମ୍ପର୍କରେ ସେ ପ୍ରଚାର କରୁଥିଲେ। ହାନ ତାଙ୍କ ଜୀବନର ଅଧିକାଂଶ ସମୟ ପ୍ଲମ୍ ଗାଁରେ ବିତାଇଥିଲେ। ଏଠାରେ ସେ ଏକ ରିଟ୍ରିଟ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ସେ ତାଙ୍କ ଅନୁଗାମୀମାନଙ୍କ ମଧ୍ୟରେ ଥାଇ ଭାବରେ ଜଣାଶୁଣା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.