Loading...

ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ପାଇଁ ବଦଳାନ୍ତୁ ଖାଦ୍ୟପେୟର ଏହି ଅଭ୍ୟାସ

ଇମ୍ୟୁନ ସିଷ୍ଟମକୁ ମଜବୁତ କରିବା ପାଇଁ ବଦଳାନ୍ତୁ ଖାଦ୍ୟପେୟର ଏହି ଅଭ୍ୟାସ

ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ସ୍ୱଚ୍ଛ ରଖିବା ତାହା ନୁହେଁ ବରଂ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ ।

ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ସ୍ୱଚ୍ଛ ରଖିବା ତାହା ନୁହେଁ ବରଂ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ । ଯାହାଫଳରେ ଇମ୍ୟୁନିଟି ସିଷ୍ଟମ ମଜବୁତ ହେବ ଏବଂ ରୋଗରୁ ରକ୍ଷା ପାଇ ପାରିବେ । ସେହିପରି କିଛି ଜିନିଷ ପ୍ରତି ଧ୍ୟାନ ରଖିବା ଉଚିତ୍ କି ଏଭଳି ସ୍ଥିତିରେ ଆପଣଙ୍କୁ କଣ ଖାଇବା ଉଚିତ୍ ଏବଂ କେଉଁ ଖାଦ୍ୟଠୁ ଦୂରେଇ ରହିବା ଜରୁରୀ । କାରଣ ଖାଦ୍ୟପେୟର କିଛି ଅଭ୍ୟାସ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିବାର କାରଣ ହୋଇପାରେ । ସେଥିପାଇଁ ଆପଣଙ୍କ କିଛି ଅଭ୍ୟାସ ଛାଡିବାକୁ ହେବ ।

୧- ଅତ୍ୟଧିକ ଚା ଏବଂ କଫି ସେବନ ଶରୀର ପାଇଁ ହାନିକାରକ ହୋଇପାରେ । ଏହି ଅଭ୍ୟାସ ଆପଣଙ୍କ ଇମ୍ୟୁନିଟି ସିଷ୍ଟମକୁ ଦୁର୍ବଳ କରିପାରେ । ସେଥିପାଇଁ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଏହି ଅଭ୍ୟାସକୁ ବଦଳାନ୍ତୁ ଏବଂ କମ ଚା ଏବଂ କଫି ସେବନ କରନ୍ତୁ ।

୨- ଅନେକ ବ୍ୟକ୍ତି ସବୁଜ ପନିପରିବା ସେବନ କରିବା ପାଇଁ ପସନ୍ଦ କରିନଥାନ୍ତି । କିନ୍ତୁ ଏଭଳି ସ୍ଥିତିରେ ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ । କାରଣ ଏଥିରେ ଭିଟାମିନ ଏ, ସି ଏବଂ ଫୋଲେଟ ତତ୍ୱ ରହିଛି । ଯାହା ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସହାୟକ ହୋଇପାରେ ।

୩-ଏଭଳି ସ୍ଥିିତିରେ ଲୁଣ ସେବନ କମ କରିବା ଉଚିିତ୍ । କାରଣ ଏହାଦ୍ୱାରା ଉଚ୍ଚ ରାକ୍ତଚାପ ସମସ୍ୟା ଉପୁଜିପାରେ । ଗୋଟେଦିନରେ ଅଧିକାଂଶ ପାଞ୍ଚଗ୍ରାମ ଲୁଣ ସେବନ କରାଯାଇ ପାରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ଯଦି ଆପଣ ନିୟମିତ ଖାଦ୍ୟରେ ଅଧିକ ଲୁଣ ସାମିଲ କରିବେ ତେବେ ଏହା ଆପଣଙ୍କ ଇମ୍ୟୁନ କଣିକାକୁ ଦୁର୍ବଳ କରିଦେବ । ଯାହାଫଳରେ ଶରୀରରେ ଭୂତାଣୁ ଆଶଙ୍କା ବଢିପାରେ ।

୪-ଯଦି ଆପଣ ମିଠା ପ୍ରିୟ । ତେବେ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ । ଅତ୍ୟଧିକ ଚିନି ସେବନ ଶରୀର ପାଇଁ ହାନିକାରକ । ଏହାଦ୍ୱାରା ଶରୀରରେ ଜୀବାଣୁରୁ ରକ୍ଷା କରୁଥିବା ପ୍ରତିରକ୍ଷା କଣିକାର କ୍ଷମତା କମିକାବୁ ଲାଗେ । ସେଥିପାଇଁ ଅତ୍ୟଧିକ ଚିନି ସେବନ କରନ୍ତୁ ନାହିଁ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.