27 C
Bhubaneswar
May 5, 2021
EnewsOdia.Com
ବାସ୍ତୁ

ସୁଖ, ସମୃଦ୍ଧି ଏବଂ ଶାନ୍ତି ପାଇଁ ଘରେ ରଖନ୍ତୁ ଏହି ଜିନିଷ

ଧାର୍ମିକ ମାନ୍ୟତା ଅନୁଯାୟୀ କିଛି ଏଭଳି ଜିନିଷ ରହିଛି ଯାହାକୁ ଘରେ ରଖିବା ନିହାତି ଜରୁରୀ । କାରଣ ବିଶ୍ୱାସ ରହିଛି କି ଏହି ଜିନିଷକୁ ଘରେ ରଖିବା ଦ୍ୱାରା ସୁଖ, ସମୃଦ୍ଧି ଏବଂ ଧନ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ…

କଳସ

ଧାର୍ମିକ ମାନ୍ୟତା ଅନୁସାରେ ସୁଖ ଏବଂ ସମୃଦ୍ଧିର ପ୍ରତିକ ହେଉଛି କଳଶ । ଏହାକୁ ଘରେ ରଖିବା ଦ୍ୱାରା ଘରେ ସୁଖ –ସମୃଦ୍ଧି ପ୍ରବେଶ କରିଥାଏ ।

ସ୍ୱସ୍ତିକ

ଶକ୍ତି, ସୌଭାଗ୍ୟ, ସମୃଦ୍ଧି ଏବଂ ମଙ୍ଗଳର ପ୍ରତିକ ହେଉଛି ସ୍ୱସ୍ତିକ । ଯେକୌଣସି ଶୁଭ କାର୍ଯ୍ୟରେ ସର୍ବପ୍ରଥମେ ସ୍ୱସ୍ତିକ ତିଆରି କରିବାର ବିଧି ରହିଛି । ସେହିପରି ପୂଜାଘରେ ଧାତୁରେ ନିର୍ମିତ ସ୍ୱସ୍ତିକ ରଖିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବଳବତ୍ତର ହୋଇ ରହିଥାଏ ।

ଶଙ୍ଖ

ଧାର୍ମିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଯେଉଁ ସବୁ ରତ୍ନ ପ୍ରାପ୍ତ ହୋଇଥିଲା, ସେଥିମଧ୍ୟରୁ ଶଙ୍ଖ ଅନ୍ୟତମ । ଏହାକୁ ଘରର ପୂଜା ସ୍ଥାନରେ ୂରଖିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଶଙ୍ଖର ଧ୍ୱନିରେ ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।

ଦୀପ

ଯେଉଁ ଘରେ ନିୟମିତ ଦୀପ ଜଳା ଯାଇଥାଏ, ସେହି ଘର ମାନଙ୍କରୁ ନକରାତ୍ମକ ଶକ୍ତି ଦୂରେଇ ଥାନ୍ତି ।

ଘଣ୍ଟି

ଘଣ୍ଟିର ଶବ୍ଧରେ ବାତାବରଣ ଶୁଦ୍ଧ ବା ପବିତ୍ର ହୋଇଯାଇଥାଏ । ଏହାସହିତ ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ ହୁଏ ।

ପଢନ୍ତୁ: ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ଏହି ଫାଇଦା ହୋଇଥାଏ

Related posts

ଜାଣନ୍ତୁ ଶଙ୍ଖ ବଜାଇବାର ପୌରାଣିକ ମହତ୍ୱ

Ratnamani Maharana

ଏହି କାରଣରୁ ଭୋଳାନାଥଙ୍କ ପାଖରେ ଶଙ୍ଖ ପୁଙ୍ଖା ଯାଏ ନାହିଁ

Ratnamani Maharana

ତକିଆ ତଳେ ରଖନ୍ତୁ ଏହି ଜିନିଷ, ବଦଳିଯିବ ଭାଗ୍ୟ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More