VASTU

ଘର ପୋଛିବା ବେଳେ ବାସ୍ତୁ ଅନୁଯାଇ କରନ୍ତୁ ଏହି କାମ ଘରେ ସୁଖ ସମୃଦ୍ଧି ଲାଗି ରହିବ

ପରିଷ୍କାର ପରିଚ୍ଛନ  ରହିବା ସ୍ୱାସ୍ଥ୍ୟ ପକ୍ଷେ ହିତକର  ହୋଇଥିଲା ବେଳେ ଏହା ଦ୍ଵାରା ଘରେ ଏକ ପ୍ରକାର ଶାନ୍ତିର ବାତାବରଣ ରହିଥାଏ। ତେବେ ଘରକୁ ପରିଷ୍କାର ରଖିବା ପାଇଁ ବସ୍ତୁଶାସ୍ତ୍ରରେ ମଧ୍ୟ କୁହାଯାଇଛି। ଏହାଦ୍ବାରା ଘରେ ସୁଖ ସମୃଦ୍ଧି ଲାଗିରହେ। ତେବେ ଘରକୁ ସଫାସୁତୁରା କରିବାର ମଧ୍ୟ କିଛି ବିଧାନ ଶାସ୍ତ୍ରରେ ଲେଖାଯାଇଛି। ଏହାର ଅନୁପାଳନ କରା ନଗଲେ ଏହାର ବିପରୀତ ପ୍ରତିକ୍ରିୟା ଆପଣଙ୍କୁ ଭୋଗିବାକୁ ପଡିବାରେ। ତେବେ ଆସନ୍ତୁ ଜାଣିବା ଘର ସଫା କରିବା ନେଇ କ’ଣ ରହିଛି ବାସ୍ତୁ ବିଧାନ।

୧) ସପ୍ତାହରେ ଥରୁଟିଏ ନିମ୍ବପତ୍ର ପକାଇ ଘର ଧୁଅନ୍ତୁ । ପ୍ରଥମେ ନିମ୍ବପତ୍ରକୁ ଏକ ପାତ୍ରରେ ରଖି ଗରମ କରନ୍ତୁ । ଏହା ଫୁଟିବାକୁ ଲାଗିଲେ ଏହି ପାଣିକୁ ଛାଣି ଘର ପୋଛା ପାଣିରେ ପକାଇ ଦିଅନ୍ତୁ ଓ ଘର ପୋଛନ୍ତୁ। ଏମିତି କରିବା ଦ୍ୱାରା ଘରେ ଲକ୍ଷ୍ମୀ ନିବାସ କରିବେ ଓ ରୋଗ ବ୍ୟାଧି ଆସିବ ନାହିଁ।

୨) କେବେ ହେଲେ ଗୁରୁବାର ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ। ଗୋଏଟି ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ଠାରୁ ଘର ଧୋଇବା ଭଲ। ଏମିତି ନ କରି ଗୁରୁବାର ଧୁଆ ପୋଛେ କଲେ ଗୁରୁଗ୍ରହ ବୃହଷ୍ପତ୍ତି ଓ ମା’ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି।

୩) ଦିନ ୧୨ଟା ପରେ ଘର ଧୁଆ ପୋଛା କରିବା ଆଦୌ ଉଚିତ୍‌ ନୁହେଁ। ଏମିତି କଲେ ଲକ୍ଷ୍ମୀ ରୁଷ୍ଟ ହେବେ ବୋଲି କୁହାଯାଇଛି। କାରଣ ସକାଳ ସମୟ ହେଉଛି ଦେବୀ ଲକ୍ଷ୍ମୀଙ୍କ ଆଗମନ ସମୟ। ଏଣୁ ଏହି ସମୟରେ ଘର ଧୋଇବା ଉଚିତ୍‌ ବୋଲି କୁହାଯାଇଛି।

ଏହି ସବୁ ନିୟମ ମାନି ଘର ସଫା କଲେ ଘରେ ସୁଖ ଶାନ୍ତି ବଜାୟ ରହିଥାଏ।

ପଢନ୍ତୁ: ଘରେ ସବୁଦିନ ସୁଖଶାନ୍ତି ଚାହୁଁଥିଲେ ଆପଣାନ୍ତୁ ଏହି ସବୁ ନିୟମ

Related posts

ଘରର ଆର୍ଥିକ ସମସ୍ୟାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ENO Beuro

କପାଳ ଦେଖି ଭବିଷ୍ୟବାଣୀ – ଜାଣନ୍ତୁ କଣ ଲେଖାଯାଇଛି ଆପଣଙ୍କ କପାଳରେ

ENO Beuro

ଗୃହିଣୀ ମାନଙ୍କ ପାଇଁ ବାସ୍ତୁବିତଙ୍କ କିଛି ଟିପ୍ସ

ENO Beuro

Leave a Comment