News

ସାମାଜିକ ନିରାପତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ତୃତୀୟ ଲିଙ୍ଗ ବିକାଶ କାର୍ଯ୍ୟକ୍ରମ

ସାମାଜିକ ନିରାପତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ତୃତୀୟ ପ୍ରକୃତି ସୁରକ୍ଷା ଅଭିଯାନ ନାମରେ ଏକ ନୁଆଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ତୃତୀୟ ଲିଙ୍ଗ ଚିହ୍ନଟ ଏବଂ ସେମାନଙ୍କର ଥଇଥାନ ସମେତ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ନିଯୁକ୍ତି ସମ୍ଭାବନାକୁ ଆଖି ଆଗରେ ରଖି ସାମର୍ଥ୍ୟ ଗଠନ ଉପରେ ଏହି ଯୋଜନା ପ୍ରାଥମିକତା ଦେବ ।

ତୃତୀୟ ଲିଙ୍ଗ ବର୍ଗର ଲୋକଙ୍କୁ ଚିହ୍ନଟ ପାଇଁ ରାଜ୍ୟବ୍ୟାପୀ ଏକ ସର୍ଭେ ଅତି ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଯୋଜନାର କାର୍ଯ୍ୟକାରିତା ପୂର୍ବରୁ ଏହି ସର୍ଭେ ସରିବା ଆବଶ୍ୟକ ଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଓଡ଼ିଶା ତୃତୀୟଲିଙ୍ଗ ନୀତି-୨୦୧୭ର ଚିଠା ପ୍ରସ୍ତୁତିରେ ଆମେ ବିିଭିନ୍ନ ବର୍ଗ ଲୋକଙ୍କ ମତାମତ ଆହ୍ୱାନ କରିଛୁ ।

୨୦୧୧ ସାମାଜିକଅର୍ଥନୈତିକ ଓ ଜାତିଗଣନାରେ ରାଜ୍ୟରେ ୪୩,୧୬୧ ତୃତୀୟଲିଙ୍ଗ ଥିବା ଜଣାଯାଇଛି ଏବଂ ନଗରାଂଚଳରେ ଏହି ସଂଖ୍ୟା ୪,୬୩୨ ଥିବା ଆକଳିତ ହୋଇଛି । ସରକାରଙ୍କ ଏଭଳି ଯୋଜନାକୁ ଆମେ ସ୍ୱାଗତ କରୁଛୁ ବୋଲି ମତ ଦେଇଛି ଅଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗ ମହାସଂଘର ସଭାପତି ପ୍ରତାପ ଚନ୍ଦ୍ର ସାହୁ । ଗତ ବର୍ଷ ରାଜ୍ୟସରକାର ପ୍ରତ୍ୟେକ ତୃତୀୟ ଲିଙ୍ଗ ଅଭିଭାବକଙ୍କୁ ମାସିକ ୧୦୦୦ ଟଙ୍କାର ଆର୍ଥିକ ସହାୟତା ଦେବା ଘୋଷଣା କରିଥିଲେ ସୁଦ୍ଧା ଏହାର ଲାଭ ମିଳିପାରିନାହିଁ । ପାଠ ପଢିବା ପାଇଁ ବୃତି ରାଶିନିଯୁକ୍ତି ଲାଗି ସକ୍ଷମ ହେଲା ଭଳି ତାଲିମ ଓ ଆନୁଷ୍ଠାଙ୍ଗିକ ସହାୟତା ନ ମିଳିବା କାରଣରୁ ତୃତୀୟ ଲିଙ୍ଗଙ୍କ ଏକ ବଡ଼ ଗୋଷ୍ଟୀ ଏବେ ବି ମାଗି ଯାଚି ଚଳୁଥିବା ଜଣାଯାଇଛି । 

ସାମାଜିକ ନିରାପତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ତୃତୀୟ ଲିଙ୍କ ବିକାଶ କାର୍ଯ୍ୟକ୍ରମ

ଅନୁଭବ ଓ ଏଲିନା ଙ୍କ ନୂଆ ସିନେମା କବୁଲା ବାରବୁଲା

Related posts

ଜନସାଧାରଣଙ୍କ ଆବାସିକ ଅଥବା ବୃତ୍ତିଗତ ଠିକଣାର ଡିଜିଟାଲ୍‌ ମ୍ୟାପିଙ୍ଗ୍‌ କରିବେ ସରକାର

ENO Beuro

ସେବାୟତଙ୍କ ଦାଦାଗିରି,ମହାପ୍ରଭୁ ୧୪ ଘଣ୍ଟା ଉପାସ

ENO Beuro

ରାଜ୍ୟର ବନ୍ୟା ପରିସ୍ଥିତି ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More