News

ରାଜ୍ୟସ୍ତରୀୟ ରେଲେଓ୍ଵ ସୁରକ୍ଷା ବୈଠକ: ଭିକ୍ଷାମାଗୁଥିବା କିନ୍ନରଙ୍କ ଉପରେ ଲାଗିବ କଟକଣା

Untitled 1

ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ରାଜ୍ୟସ୍ତରୀୟ ପ୍ରଥମ ରେଲେଓ୍ଵ ସୁରକ୍ଷା ବୈଠକ। ରେଳଯାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି କେତେକ ନିଷ୍ପତି ନେଇଛନ୍ତି ରେଳ ସୁରକ୍ଷା କମିଟି। ଦିନକୁ ଦିନ ନିଶା ଦେଇ ଯାତ୍ରୀମାନଙ୍କୁ ଲୁଟ କରିବା ଘଟଣା ବଢି ଚାଲିଛି । ଏହାକୁ ରୋକିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। କିନ୍ନରମାନେ ଯେଉଁଭଳି ଭାବେ ଯାତ୍ରୀମାନଙ୍କୁ ହଇରାଣ କରୁଛନ୍ତି ତାହା କିଭଳି ବନ୍ଦ ହେବ ସେନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକରେ ରେଲେଓ୍ଵ ଏଡିଜି ପ୍ରାଣବିନ୍ଦୁ ଆଚାଯ୍ୟର୍, ଏଡିଜି ପୋଲିସ ଇଣ୍ଟେଲିଜେନସ ଆର. କେ. ଶର୍ମ୍ମା, ଆଇଜି ଆରପିଏଫ୍‌ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଷ୍ଟେସନ ହେଉ ବା ଟ୍ରେନ୍ କିନ୍ନରଙ୍କ ଉପରେ କଟକଣା । ସେମାନେ କେବଳ ଯାତ୍ରୀ ଭାବେ ଯାତାୟତ କରିପାରିବେ । ମାତ୍ର ଭିକ୍ଷାବୃତ୍ତି କରିପାରିବେ ନାହିଁ । ଏପରିକି ସେମାନେ ରହୁଥିବା ସ୍ଥାନକୁ ଯାଇ ବୁଝାଇବ ପୋଲିସ । ତଥାପି ବେଖାତିର କରି ସେମାନେ ଯଦି ଟ୍ରେନ୍ ଓ ଷ୍ଟେସନ ଭିତରେ ଭିକ୍ଷାବୃତ୍ତି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିଭଳି ନିଶାଦିଆ ଲୁଟେରାଙ୍କଠାରୁ ଆରମ୍ଭ କରି ଲୁଟେରାମାନଙ୍କ ହା‌ବୁଡ଼ରେ ଯାତ୍ରୀମାନେ ନ ପଡ଼ିବେ ସେନେଇ ପୁଲିସ ଯତ୍ନବାନ ହେବ। ଏଥିପାଇଁ ଜିଆରପି ଓ ରେଲୱେ ପୁଲିସ ମଧ୍ୟରେ ଏକ ହ୍ବାଟସଆପ୍ ଗ୍ରୁପ ଗଠନ କରାଯିବ। ଏହି ଗ୍ରୁପ ମାଧ୍ୟମରେ ପେଶାଦାର ରେଳବାଇ ଅପରାଧୀମାନଙ୍କ ଫଟୋ ସେୟାର କରାଯିବ।

ପଢନ୍ତୁ: ଡାକ୍ତରଖାନାରେ ପାଟଣାଗଡ଼ ଦବଙ୍ଗ ବିଧାୟକ ସରୋଜ ମେହେର

Related posts

ଚତୁର୍ଥ ଦିନରେ ଲିଟର ପିଛା ୯ ପଇସା କମିଲା ପେଟ୍ରୋଲ ଓ ଡିଜେଲ ଦର !

ENO Beuro

ନରମିଲା ପାକିସ୍ତାନ: ଶାନ୍ତି ଆଲୋଚନା ପାଇଁ ନେହୁରା ହେଲେ ଇମ୍ରାନ

ENO Beuro

ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ସିରିଆ ଉପରେ ମିଳିତ ଆକ୍ରମଣ

ENO Beuro

Leave a Comment