ଓଲିଉଡରେ ବଙ୍ଗଳା କଳାକାର ମାନଙ୍କ ଅଭିନୟ ଅତି ସାଧାରଣ । କିଏ କିଏ ଗୋଟିଏ ଦୁଇଟି ସିନେମାରେ ସନ୍ତୁଷ୍ଟ ଥାନ୍ତି ତ କିଏ କିଏ ଏକ ଚର୍ଚ୍ଚିତ ଚେହେରା ହେଇଯାନ୍ତି । ଏପରି ଜଣେ ବଙ୍ଗୀୟ ନାୟିକା ହେଲେ ହିମିକା । କିନ୍ତୁ ଖୁସିର କଥା ଏହାକି ସେ ଗୋଟିଏ ସିନେମାରେ ସନ୍ତୁଷ୍ଟ ନୁହନ୍ତି । ସିନେମା ପରେ ସିନେମା ଭେଟି ଦେବାପାଇଁ ପୁଣିଥରେ ଓଲିଉଡକୁ ଫେରୁଛନ୍ତି । ଏଥର ସେ ଯେଉଁ ସିନେମାରେ କାମ କରୁଛନ୍ତି ଏକ ପ୍ରେମକାହାଣୀଧର୍ମୀ ଓଡ଼ିଆ ସିନେମା ଏହାର ଟାଇଟଲ ହେଲା “ଗୁଡ୍ଡୁ ଓ ଗୁଡ୍ଡି”।
ଗୁଡ୍ଡୁ ଓ ଗୁଡ୍ଡି ରେ ତାଙ୍କୁ ଏକ ଗ୍ଲାମରସ୍ ରୋଲରେ ଦେଖିବାକୁ ପାଇବେ ସିନେପ୍ରେମୀ। ଏହି ସିନେମାରେ ହିମିକାଙ୍କ ନାୟକ ହେଲେ ନବାଗତ ସୂର୍ଯ୍ୟକାନ୍ତ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଶୁଭାଶିଷ ପତି ଯିଏ କି ପୂର୍ବରୁ ‘ଗଡ଼ବଡ଼’ ଏବଂ ‘ଗୁଣ୍ଡା’ ଟାଇଟଲରେ ଦୁଇଟି ଛବି ତିଆରି କରିଛନ୍ତି। ଏଥିରେ ମିହିର ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।
ଏଠାରେ ସୂଚାଉଛୁ ଯେ, ହିମିକା ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଗୁଣ୍ଡା’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ। ଫିଲ୍ମରେ ତାଙ୍କ ଅଭିନୟ ଦକ୍ଷତାକୁ ପ୍ରତିପାଦନ କରି ପ୍ରଶଂସା ସାଉଁଟିଥିଲେ ହିମିକା । ଏହାପରେ ତାଙ୍କୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ପାଇ ନଥିଲେ ଦର୍ଶକ।
ପଢନ୍ତୁ, ସଞ୍ଜୟଲୀଲା ଭଂସାଲୀଙ୍କ ପଦ୍ମାବତୀ ଚଳଚ୍ଚିତ୍ର ଉପରେ ରୋକ ଲଗାଇଲେ ମଧ୍ୟପ୍ରଦେଶ ସରକାର