Featured

ଆପ୍ ସାହାଯ୍ୟରେ ଧରିପାରିବେ ନକଲି ନୋଟକୁ ! ଜାଣନ୍ତୁ କିପରି ?

ଆପଣଙ୍କୁ କେହି ନକଲି ନୋଟ୍ ଦେଇ ଠକିବାକୁ ଚେଷ୍ଟା ବି କରିପାରିବେ ନାହିଁ । ଆପଣ ଅତି ସହଜରେ ନକଲି ଓ ଅସଲି ନୋଟ୍ ମଧ୍ୟରେ ଫରକ୍ ଜାଣି ପାରିବେ । କାରଣ ଲୋକଙ୍କର ଏହି ସମସ୍ୟାର ସମାଧାନ ପାଇଁ ବଜାରକୁ ଆସିଛି ଏକ ନୂଆ ଆପ । ଏହି ଆପ ଜରିଆରେ କୌଣସି ବି ବ୍ୟକ୍ତି ଅତି ସହଜରେ ମୁହୂର୍ତ୍ତକ ମଧ୍ୟରେ ଅସଲି ଓ ନକଲି ନୋଟ ମଧ୍ୟରେ ଫରକ୍ କଣ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା  ଏ ଆପ ସଂପର୍କରେ ;

ଏହି ଆପଟିକୁ ଚେକଫେକ୍ ବ୍ରାଣ୍ଡ୍ ପ୍ରୋଟେକସନ ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍ ନିର୍ମାଣ କରିଛି । ଯାହାର ନାମ  ରହିଛି ‘ଚେକଫେକ’ । ଚେକଫେକର ନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ , ଏହି ଆପ ଜରିଆରେ ଆପଣ ବିଶ୍ୱର କୌଣସି ବି ରାଷ୍ଟ୍ରର ମୂଦ୍ରା ତଥା ନୋଟକୁ ଯାଂଚ କରିପାରିବେ । ଚେକଫେକରେ ଜାଲ୍ ନୋଟ୍ ଜାଣିବା ନେଇ ସିଙ୍ଗିଲ ପଏଂଟ ଡେଷ୍ଟିଂନେସନ ରହିଛି । ଆପଣ ଆପଣଙ୍କର ସ୍ମାର୍ଟଫୋନ ଜରିଆରେ ଆପଟିକୁ ବ୍ୟବହାର କରିପାରିବେ ।

ଏହି ଆପ  ସାହାଯ୍ୟରେ  ଆପଣ ମୁହୂର୍ତ୍ତକ ମଧ୍ୟରେ ନକଲି ଏବଂ ଅସଲି ନୋଟକୁ ଚିହ୍ନଟ କରିପାରିବେ । ବ୍ରିଟିସ ପାଉଣ୍ଡଠାରୁ ଆରମ୍ଭ କରି ୟୁଏସ ଡଲାର ଏବଂ ଭାରତୀୟ ନୋଟକୁ ଏହି ଆପ ଜରିଆରେ ଅସଲି କି ନକଲି ତାହା ଯାଂଚ କରିପାରିବେ । ଏହାବ୍ୟତୀତ ଚୀନର ୟୁଆନକୁ ମଧ୍ୟ ଏହି ଆପ ଜରିଆରେ ଆପଣ ଯାଂଚ କରିପାରିବେ । ଏଠାରେ ଆମେ ଜଣାଉଛୁ କି , ଜାଲ ନୋଟ୍ କୌଣସି ବି ଦେଶର ଅର୍ଥବ୍ୟବସ୍ଥା ପାଇଁ ଘାତକ ପ୍ରମାଣିତ ହୋଇପାରେ । ଯଦି ଏହି ନୋଟକୁ ଚିହ୍ନଟ କରା ନଯାଏ ତେବେ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ଏହାର ଗଭୀର ପ୍ରଭାବ ପଡିପାରେ ।

ପଢନ୍ତୁ;

ଆପଣ ପ୍ରେମରେ ପଡିଛନ୍ତି କି ? ତେବେ ମନେ ରଖନ୍ତୁ ଏହିସବୁ କଥା

Related posts

ଏସବିଆଇ ଗ୍ରାହକଙ୍କୁ ଆଶ୍ୱସ୍ତି ,ସର୍ବନିମ୍ନ ଜମା ରାଶି ଚାର୍ଜ ୭୫ ପ୍ରତିଶତ କମିଲା!

ENO Beuro

ଏବେ କମ୍ପୁଟରରେ ମଧ୍ୟ କରିପାରିବେ ହ୍ୱାଟସ୍ଅପରେ ଭିଡିଓ କଲ

ENO Beuro

ଖୁସି ଖବର ! ବଢିବାକୁ ଯାଉଛି ଆପଣଙ୍କ ଦରମା , ଜାଣିରଖନ୍ତୁ କେଉଁ କ୍ଷେତ୍ରରେ ମିଳିବ କେତେ ଦରମା?

ENO Beuro

Leave a Comment