ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
କଟକ ଐତିହାସିକ ବାଲିଯାତ୍ରାରେ ଏଥର ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା । ପ୍ରାୟ ବର୍ଷେ ପୂର୍ବରୁ ବାଲିଯାତ୍ରା ପଡିଆ ନିକଟ ମହାନଦୀରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ସିଲଭରସିଟି ବୋଟ କ୍ଳବ ନାମରେ ଏକ ଜଳକ୍ରୀଡା କେନ୍ଦ୍ର ଶୁଭାରମ୍ଭ ହୋଇଛି ।
କଟକ ଐତିହାସିକ ବାଲିଯାତ୍ରାରେ ଏଥର ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା । ପ୍ରାୟ ବର୍ଷେ ପୂର୍ବରୁ ବାଲିଯାତ୍ରା ପଡିଆ ନିକଟ ମହାନଦୀରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ସିଲଭରସିଟି ବୋଟ କ୍ଳବ ନାମରେ ଏକ ଜଳକ୍ରୀଡା କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏହି କେନ୍ଦ୍ରରେ ବର୍ତ୍ତମାନ ସୁନ୍ଦର ସୁନ୍ଦର ବୋଟ୍, ସୁରକ୍ଷା ସାମଗ୍ରୀ, ଅଭିଜ୍ଞ ଟ୍ରେନରଙ୍କ ସହାୟତାରେ କମ ଖର୍ଚ୍ଚରେ ଲୋକେ ଜଳକ୍ରୀଡାର ମଜା ନେଉଛନ୍ତି । ଏଥିରେ ଦୁଇ ଜଣିଆ, ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି । ଏଥି ସହିତ ଜଳକ୍ରୀଡା କେନ୍ଦ୍ରରେ ଦୁଇଟି ଭଲ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ରହିଛି । ତେବେ ବାଲିଯାତ୍ରା ସମୟରେ ଲୋକଙ୍କୁ ଜଳକ୍ରୀଡାର ଅନୁଭୂତି ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ବୋଟ୍ କ୍ଳବ । ପ୍ରଥମ ଥର ଲାଗି କରୋନା ପରେ ବେଶ ଧୁମଧାମରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏହାର ମଜା ଲୋକଙ୍କୁ ଦେବାକୁ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି । ଓଡିଶା ଜଳକ୍ରୀଡା ସଂଘ ସମ୍ପାଦକ ଦେବାଶିଷ ସାମନ୍ତରାୟ କହିଛନ୍ତି, " ବାଲିଯାତ୍ରାରେ ଲୋକମାନଙ୍କୁ ଜଳକ୍ରୀଡାର ଭଲ ଅନୁଭୂତି ଦେବା ପାଇଁ ବୋଟ କ୍ଳବକୁ ଆସିଛି ସୁନ୍ଦର ସୁନ୍ଦର ବୋଟ୍ । ଏଥି ସହିତ ଲୋକଙ୍କ ସୁରକ୍ଷା ପାଇଁ ସାମଗ୍ରୀ ଓ ଅଭିଜ୍ଞ ଟ୍ରେନର ମଧ୍ୟ ନିୟୋଜିତ ହୋଇଛନ୍ତି । ଜଳକ୍ରୀଡା କରିବାକୁ ଯାଉଥିବା ଲୋକଙ୍କ ପାଇଁ ମିଳିତ ବୀମା ବ୍ୟବସ୍ଥା କରାଯାଇଛି ।" କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି, "ଏତେ ସୁନ୍ଦର ଜାଗା ମହାନଦୀ ଉପକଣ୍ଠରେ ରହିଛି, ଯାହାକୁ ଆମେ ସୋକେଶ କରିବୁ ଏଥର ବାଲିଯାତ୍ରାରେ । ୱାଟର ସ୍ପୋର୍ଟ୍ସ ଗୋଟିଏ ବହୁତ ବଡ଼ ଆଟ୍ରାକ୍ସନ ରହିବ ବାଲିଯାତ୍ରାରେ । ଏଥର ଯାତ୍ରୀଙ୍କୁ ନିଆରା ଅନୁଭୂତି ଦେବ ।"
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।