• Home
  • News
  • ଯୌନ କେଳେଙ୍କାରି : ଏ ବର୍ଷ ଦିଆଯିବନି ସାହିତ୍ୟରେ ନୋବେଲ ପୁରସ୍କାର
News

ଯୌନ କେଳେଙ୍କାରି : ଏ ବର୍ଷ ଦିଆଯିବନି ସାହିତ୍ୟରେ ନୋବେଲ ପୁରସ୍କାର

୧୯୪୩ ମସିହା ପରେ ପ୍ରଥମ ଥର ପାଇଁ ଏହି ପୁରସ୍କାରକୁ ସ୍ଥଗିତ ରଖାଯାଇଛି

ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରୁଥିବା ସ୍ଵେଡେନର ଏକ ଏକାଡ଼େମିର ଯୌନ କେଳେଙ୍କାରି ସାମ୍ନାକୁ ଆସିବା ପରେ ବଦାଧରଣର ବିବାଦ ଉପୁଯିଛି । ଏହା ଯୋଗୁଁ ଏ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯିବ ନାହିଁ ଘୋଷଣା କରାଯାଇଛି । ୧୯୪୩ ମସିହା ପରେ ପ୍ରଥମ ଥର ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ସ୍ଥଗିତ ରକ୍ଷା ଯାଇଛି । ଆସନ୍ତା ବର୍ଷ ଉଭୟ ୨୦୧୯ ଏବଂ ୨୦୧୮ ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।

ଗତବର୍ଷ ଜାପାନର ଔପନ୍ୟାସିକ କାଜୁଓ ଇସିଗୋରୁଙ୍କୁ ନୋବେଲ ସାହିତ୍ୟ ସମ୍ମାନ ମିଳିଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଏହି ପୁରସ୍କାର ପ୍ରଦାନରେ କେବେ ବିଭ୍ରାଟ ଦେଖାଦେଇ ନଥିଲା । ୧୯୪୩ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ପ୍ରଳୟଙ୍କାରୀ ବିଭୀଷିକା ଯୋଗୁଁ ପୁରସ୍କାର ପ୍ରଦାନକୁ ସ୍ଥଗିତ ରଖାଯାଇଥିଲା । ଫ୍ରାନ୍ସ ଫଟୋଗ୍ରାଫର ତଥା ନୋବେଲ ଫାଉଣ୍ଡେସନ କମିଟିର ସ୍ଥାୟୀ ସଦସ୍ୟ କାଟାରିନା ଫୋଷ୍ଟର୍‌ସନଙ୍କ ସ୍ୱାମୀ ଜିିନ୍‌ କ୍ଲାଉଡ ଆର୍ଣ୍ଣଲ୍ଟ(୭୧)ଙ୍କ ବିରୋଧରେ ଏହି ଯୌନ କେଳେଙ୍କାରୀ ଅଭିଯୋଗ ଆସିବା ପରେ କମିଟି ଘୋର ଅଡ଼ୁଆରେ ପଡ଼ିଛନ୍ତି ।

ଗତବର୍ଷ ନଭେମ୍ବର ମାସରେ ସ୍ୱିଡେନରେ ଆୟୋଜିତ ‘‘ମି ଠୁ’’ କ୍ୟାମ୍ପେନ ଯୋଗେ କିଛି ମହିଳା ଆର୍ଣ୍ଣଲ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏହା ସହିତ ନୋବେଲ ଫାଉଣ୍ଡେସନ କମିଟିର କିଛି ସଦସ୍ୟ ମଧ୍ୟ ଏହି ଅପରାଧରେ ସାମିଲ ଥିବା ଅଭିଯୋଗ ଆସିବା ପରେ କମିଟିକୁ ତୀବ୍ର ସମାଲୋଚନା କରାଯାଇଥିଲା । ଗତ ସପ୍ତାହରେ କମିଟିର ୧୮ ସଦସ୍ୟ ବିଶିଷ୍ଟ ସ୍ଥାୟୀ କମିଟିର ବୈଠକରେ କାଟାରିନା ଫୋଷ୍ଟର୍‌ସନଙ୍କ ବିରୋଧରେ ମତଦାନ ହେବା ପରେ ତାଙ୍କୁ ସଦସ୍ୟ ପଦରୁ ହଟାଇ ଦିଆଯାଇଛି ।

ସାରା ଡେନିୟସ ଓ କାଟାରିନାଙ୍କୁ ମିଶାଇ ଏଯାବତ ୬ ଜଣ ସଦସ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇ ସାରିଲେଣି । ପୁରସ୍କାର ବିଜେତାଙ୍କ ନାମ ଘୋଷଣା ପୂର୍ବରୁ ଆର୍ଣ୍ଣଲ୍ଟ ଏହାକୁ ପ୍ରଘଟ କରୁଥିବା ଜଣାପଡ଼ିଛି । ତେବେ ପୂର୍ବରୁ ସେ କେଉଁ ପୁରସ୍କାର ବିଜେତାଙ୍କ ନାମ ପ୍ରଘଟ କରିଛନତି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ୧୯୦୧ ମସିହାରୁ ସ୍ୱିଡେନର ଆଲ୍‌ଫ୍ରେଡ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯାଉଥିବା ବେଳେ ନୋବେଲ ସାହିତ୍ୟ ପୁରସ୍କାର ୧୯୧୪, ୧୯୧୮, ୧୯୩୫, ୧୯୪୦-୪୩ ମସିହାରେ ଦିଆଯାଇ ନାହିଁ ।

ଯୌନ କେଳେଙ୍କାରି : ଏ ବର୍ଷ ଦିଆଯିବନି ସାହିତ୍ୟରେ ନୋବେଲ ପୁରସ୍କାର ppize

ପଢନ୍ତୁ ;

ସୁସ୍ଥ ଶରୀର ଏବଂ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ କେଉଁ ସବୁ ଫଳ ଖାଇବା ଉଚିତ୍ ଜାଣନ୍ତୁ ?

Related posts

ସମସ୍ତ ଟ୍ରେନରେ ଅକ୍ସିଜେନ ସିଲିଣ୍ଡର ରଖିବା ବାଧ୍ୟତାମୂଳକ – ସର୍ବୋଚ୍ଚ ନ୍ୟାୟାଳୟ

Krishna Kumar Manoj

ଅନ୍ତର୍ଜାତୀୟ ଫ୍ୟାସନ ପ୍ରତିଯୋଗିତାରେ ଓଡିଆ ଝିଅ କ୍ରିସିତା ଚାମ୍ପିଅନ୍‌!

Krishna Kumar Manoj

ରାଜଧାନୀ ଦିଲ୍ଲୀ ର ପ୍ରଦୂଷଣକୁ ରୋକିବା ପାଇଁ ସରକାରଙ୍କ ନୂତନ ନିସ୍ପତି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More