News

ଆଜିଠୁ ବଢ଼ିବ କାଳବୈଶାଖୀ,ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା!

ଆଜିଠୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇଛି। ଉତ୍ତରପୂର୍ବ ଝାଡଖଣ୍ଡରେ ଘୂର୍ଣି ବଳୟ ଯୋଗୁ ଏହି ବର୍ଷା ହୋଇଥିବା କହିଛି ଆଂଚଳିକ ପାଣିପାଗ ବିଭାଗ । ବର୍ଷା ଓ ପବନ ଫଳରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି । ଆସନ୍ତା ୧୩ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବ ବୋଲି କହିଛନ୍ତି ଆଂଚଳିକ ପାଣିପାଗ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ।

ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଜିଲ୍ଲାରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

ଏଥିସହ ଉପକୂଳ, ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ଆଶଙ୍କା ରହିଛି। ଢେଙ୍କାନାଳ ସମେତ ଅନୁଗୁଳ, ଯାଜପୁର, ଗଞ୍ଜାମ, ଦେବଗଡ଼, ଗଜପତି, ମାଲକାନଗିରି, କୋରାପୁଟ, ଖୋର୍ଧା, ନୟାଗଡ଼, ପୁରୀ ଜିଲ୍ଲାବାସୀଙ୍କୁ ବି ସତର୍କର୍ କରାଯାଇଛି। କେତେକ ସ୍ଥାନରେ ୫୦ରୁ ୬୦ କି.ମି. ବେଗରେ ପବନ ସହ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ।

ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଅପରାହ୍ଣ ସମୟରେ କାଳବୈଶାଖୀ ହୋଇପାରେ। କେତେକ ସ୍ଥାନରେ ପବନର ବେଗ ୬୦ କି.ମି. ଟପିବାର ବି ଆଶଙ୍କା ରହିଛି। ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ପ୍ରଭାବ ପଡ଼ିବ।

ପଢନ୍ତୁ; ବଢିଲା ବସ୍ ଭଡ଼ା

Related posts

ଅନୁପ୍ରବେଶ ଉଦ୍ୟମ ପଣ୍ଡ,ଆଉ ୫ ଆତଙ୍କୀ ନିହତ

ENO Beuro

ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା!

ENO Beuro

ରାଜଧାନୀରେ ଚାଞ୍ଚଲ୍ୟ : ତଂଟିକାଟି ଯୁବକଙ୍କୁ ହତ୍ୟା ସନ୍ଦେହ

ENO Beuro

Leave a Comment