News

ପୁଣି ଥରେ ମୋଦିଙ୍କୁ ହତ୍ୟା ଧମକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଜୀବନରୁ ମାରିଦେବାର ଧମକ ମିଳିଛି। ଏଥର ମୋଦିଙ୍କୁ ଇ-ମେଲ୍‌ରେ ହତ୍ୟା ଧମକ ମିଳିଛି । ଏହି ମେଲ୍‌ ପୋଲିସ୍‌ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ପାଖକୁ ଆସିଛି।

ଏହି ଧମକପୂର୍ଣ୍ଣ ଚିଠିଟି ଗୋଟିଏ ଲାଇନରେ ଲେଖାଯାଇଛି। ଚିଠିରେ ୨୦୧୯ ମସିହାରେ ମୋଦିଙ୍କୁ ମାରିବା ପାଇଁ କୁହାଯାଇଛି। ଏହାସହ ମାରିବା ଦିନ, ବାର ଓ ମାସ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ, ଏହି ଚିଠିଟି ଆସାମର କୌଣସି ଏକ ଜିଲ୍ଲାରୁ ଆସିଛି। ଏହି ଚିଠି ମିଳିବା ପରେ ଅଧିକ ସତର୍କ ରହିବା ସହ ଘଟଣାର ତଦନ୍ତ କରାଯାଉଛି।

modi [object object] ପୁଣି ଥରେ ମୋଦିଙ୍କୁ ହତ୍ୟା ଧମକ modi 2

ପୂର୍ବରୁ ମଧ୍ୟ ମୋଦୀଙ୍କୁ ହତ୍ୟା ପାଇଁ ଧମକ ମିଳିଥିଲା। କେତେବେଳେ ମାଓବାଦୀ ତ’ ପୁଣି କେତେବେଳେ ଅଜ୍ଞାତ ଦୁର୍ବୃତ୍ତ ମୋଦୀଙ୍କୁ ହତ୍ୟା ଓ ରାସାୟନିକ ହାମଲାର ଧମକ ଦେଇଛନ୍ତି। ପରବର୍ତ୍ତୀ ସମୟରେ ଏହି ମାମଲାରେ ରାଷ୍ଟ୍ରୀୟ ସୁରକ୍ଷା ସଂର୍ସ୍ଥା(ଏନଏସଜି) କକ୍ଷରେ ଫୋନ କରି ଧମକ ଦେଉଥିବା ୨୨ବର୍ଷୀୟ ଜନୈକ ଯୁବକ ମଧ୍ୟ ଗିରଫ ହୋଇଥିଲେ।

ପଢନ୍ତୁ; ହାଉସ୍‌ଫୁଲ୍‌-୪ ରୁ ଓହରିଲେ ସାଜିଦ୍ ଖାନ୍

Related posts

ଝାରସୁଗୁଡାକୁ ମିଳିଲା ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା !

ENO Beuro

ପରଲୋକରେ କରୁଣାନିଧି

ENO Beuro

ଆସୁଛି ବାତ୍ୟା ତିତ୍‌ଲି,୭୦-୯୦ କିମି ବେଗରେ ବହିବ ପବନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More