News

ଭୁବନେଶ୍ଵର ବିମାନ ବନ୍ଦରକୁ ଧମକ:‘ହ୍ୟାଲୋ ! ମୁଁ ପରିଡା କହୁଛି… ମୋ ଗଞ୍ଜେଇ ଛାଡିଦେ ,ନହେଲେ ଦେଖିବୁ

କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରକୁ ମିଳିଛି ଧମକ। କେହି ଜଣେ ଅଜଣା ବ୍ୟକ୍ତି ଏୟାରପୋର୍ଟକୁ ଟେଲିଫୋନ୍‌ରେ ଧମକ ଦେଇଥିବା ଖବର ମିଳିଛି। ଏ ସଂପର୍କରେ ଏୟାରପୋର୍ଟ ପକ୍ଷରୁ ଅଭିଯୋଗ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବ୍ୟବହିତ ପୂର୍ବରୁ ବିମାନବନ୍ଦରକୁ ଉଡ଼ାଇ ଦେବା ଲାଗି ଟେଲିଫୋନ୍‍ କରି ଧମକ ଦିଆଯିବା ଘଟଣା ପରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନିର୍ଦେଶକ ସୁରେଶଚନ୍ଦ୍ର ହୋତା ଏ ସମ୍ପର୍କରେ ଏୟାରଫିଲ୍ଡ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

ବିମାନବନ୍ଦର ନିର୍ଦେଶକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ପୂର୍ବାହ୍ନରେ ଏୟାରପୋର୍ଟର ଏକ ନମ୍ବର ଟର୍ମିନାଲକୁ କେହିଜଣେ ବ୍ୟକ୍ତି ଫୋନ୍‌ କରିଥିଲେ। ଫୋନ୍ ଆରପଟୁ ବ୍ୟକ୍ତି ଜଣକ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରୁଥିବା ଏୟାରପୋର୍ଟ ପକ୍ଷରୁ କୁହାଯାଇଛି। ଜଣା ପଡୁଥିଲା ଯେ, ବ୍ୟକ୍ତିଜଣକ ନିଶାଗ୍ରସ୍ତ ଅବସ୍ଥାରେ ଫୋନ୍ କରିଥିଲେ। ପ୍ରଥମେ ସେ ଟିକେଟ ବୁକିଂ ସଂପର୍କରେ କହିଲେ ଓ ଏହା ତୁରନ୍ତ କରିବାକୁ ଦାବି କରିଥିଲେ। ଏମିତିକି ବ୍ୟକ୍ତି ଜଣକ ଏୟାରପୋର୍ଟ ମାଧ୍ୟମରେ ନିଶା କାରବାର କରିବା କଥା ମଧ୍ୟ ଫୋନ୍‌ରେ କହିଥିବା ସୂଚନା ମିଳିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଜଣଙ୍କ ମଦ୍ୟପାନ କରି ଫୋନ କରିଥିଲେ। ଏନେଇ ବିମାନ ବନ୍ଦର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରାଯାଇଛି ବୋଲି ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ସୂଚନା ଦେଇଛନ୍ତି।

ପଢନ୍ତୁ;ବେଦାନ୍ତ ଷ୍ଟେରଲାଇଟ କପର ପ୍ଲାଣ୍ଟ ଗୁଳିକାଣ୍ଡ:ମୃତ୍ୟୁସଂଖ୍ୟା ୧୨ରେ ପହଂଚିଲା

Related posts

ମୋଦି ସରକାରଙ୍କ ବଡ ଘୋଷଣା: ସବୁ ଯବାନ ବିମାନରେ ଯିବେ

ENO Beuro

ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି:ଦେବି ମିଶ୍ର

ENO Beuro

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢିଲା

ENO Beuro

1 comment

Leave a Comment