News

୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

୩ ଜଣ ଓଡିଆ ଗ୍ରହଣ କଲେ ପଦ୍ମଶ୍ରୀ ପୁରସ୍କାର

ରାଷ୍ଟ୍ରପତି ଭବନର ଅଶୋକା ହଲରେ ତୃତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଛି । ମୋଟ ୪୩ ଜଣଙ୍କୁ ମର୍ଯ୍ୟାଦାଜନକ ପଦ୍ମଶ୍ରୀ ସମ୍ନାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏମାନଙ୍କ ମଧ୍ୟରେ ଅଛନ୍ତି ତିନିଜଣ ଓଡିଆ । ଏମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ରହୁଥିବା ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ପୁରୁଷୋତ୍ତମ ମିଶ୍ର, ବିଶିଷ୍ଟ ସ୍ୱାଧାନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଓ ଶିକ୍ଷାବିତ୍ ତଥା ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ର ଶେଖର ରଥ ରହିଛନ୍ତି।

ରାଷ୍ଟ୍ରପତି ଭବନର ଅଶୋକ ହଲରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ପଦ୍ମ ପୁରସ୍କାର ତୃତୀୟ ପର୍ଯ୍ୟାୟ ବିତରଣ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତିନି ଜଣ ଓଡ଼ିଆଙ୍କ ସମେତ ମୋଟ ୪୩ ଜଣଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ପଦ୍ମଶ୍ରୀ ପରୁସ୍କାରରେ ସମ୍ମାନିତ କରିଛନ୍ତି ।

ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶିଶିର ମିଶ୍ର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଓ ସାହିତ୍ୟିକ ସ୍ୱର୍ଗତ ଚନ୍ଦ୍ର ଶେଖର ରଥଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ସ୍ୱର୍ଗତ ରଥଙ୍କୁ ମରୋଣତର ପଦ୍ମଶ୍ରୀ ପ୍ରଦାନ କରାଯାଇଥିବାବେଳେ ତାଙ୍କ ପତ୍ନୀ ଚରୁବାଳା ରଥ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି ।

ଗତକାଲିର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍.ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଗତ ମାର୍ଚ୍ଚ ୨୦ ତାରିଖରେ ହୋଇଥିବା ପଦ୍ମଶ୍ରୀ ପୁରସ୍କାର ବିତରଣ ଉତ୍ସବରେ ଦୁଇ ଓଡ଼ିଆ ପ୍ରଭାକର ମହାରଣା ଓ ଗୋବର୍ଦ୍ଧନ ପାଣିକା ସମ୍ମାନିତ ହୋଇଥିଲେ ।

ପଢନ୍ତୁ ;

ଦର୍ଶକ ବରୁଣଙ୍କୁ ଦେଖିବାକୁ ପାଇବେ ଆଶିକ୍-୩ ରେ

Related posts

‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ପୁଲୱାମା ଆକ୍ରମଣରେ ସହିଦ ଦୁଇ ଓଡିଆ ଯବାନଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ENO Beuro

ଜାତିଆଣ ଭେଦାଭାବ ଦୂର ପାଇଁ ସରକାର ଙ୍କ ନୂଆ ନିସ୍ପତି, ଅନ୍ୟଜାତିରେ ବାହା ହେଲେ ମିଳିବ ଲକ୍ଷେ ଟଙ୍କା

ENO Beuro

1 comment

Leave a Comment