News

ବ୍ରିଟେନ ମନ୍ତ୍ରୀମଣ୍ଡଳରେ ତିନି ଭାରତୀୟ

Untitled 1

ବ୍ରିଟେନର ନବନିର୍ବାଚିତ  ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌  ତାଙ୍କ କ୍ୟାବିନେଟ୍‌ରେ ପ୍ରମୁଖ ପଦରେ ୩ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ନିଯୁକ୍ତ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଭଳି ଗୁରୁଦାଇତ୍ଵ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲଙ୍କୁ ମିଳିଛି। ପ୍ରୀତି ପ୍ରଥମ ଭାରତୀୟ ଭାବେ ବ୍ରିଟେନର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଦାଇତ୍ଵ ଗ୍ରହଣ କରିଛନ୍ତି। ସେହିପରି ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ଋଷି ସୁନକ। ୩୯ ବର୍ଷୀୟ ସୁନକ୍‌ ଇନଫୋସିସି୍‌ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି। ସେ ଜନସନ୍‌ଙ୍କ ନୂଆ କ୍ୟାବିନେଟ୍‌ରେ ଟ୍ରେଜେରି ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ଆଲୋକ ଶର୍ମା  ଆନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ୪୭ ବର୍ଷୀୟା ପ୍ରୀତି ୨୦୧୭ରେ କିଛି ଇସ୍ରାଏଲୀ ଅଧିକାରୀଙ୍କ ସହ କରିଥିବା ଗୁପ୍ତ ବୈଠକ ପାଇଁ ବିବାଦ ହେବାରୁ ଆନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପ୍ରୀତି ୟୁରୋପୀୟ ସଂଘ  ଛାଡ଼ିବାପାଇଁ ୨୦୧୬ରେ ଅଭିଯାନ ଆରମ୍ଭ କରିଥିଲେ। ଥେରେସା ମେ’ଙ୍କର ବ୍ରେକ୍‌ଜିଟ୍‌ ରଣନୀତିର ସେ ଜଣେ ଦୃଢ଼ ସମାଲୋଚକ । ପ୍ରୀତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜ‌ଣେ ଦୃଢ଼ ସମର୍ଥକ ।ବୋରିସ ଜନସନ୍‌ଙ୍କ କ୍ୟାବିନେଟ୍‌ରେ ‌ପ୍ରୀତି ପଟେଲ ପ୍ରଥମ ଭାରତୀୟ ବଂଶୋଦ୍ଭବ ଗୃହ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାକୁ ଭାରତ ସ୍ବାଗତ କରିଛି। ବିଦେଶ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଭାରତର ଜଣେ ପୁରୁଣା ବନ୍ଧୁ ଏବେ ବ୍ରିଟେନର ଗୃହ ମନ୍ତ୍ରୀ ପାଲଟିବା ଆନନ୍ଦର ବିଷୟ।
ପଢନ୍ତୁ: ଭାରତ ଭଳି ପାକିସ୍ତାନରେ ବି ଉଭା ହେଲେ ରାଧେ ମା’

Related posts

ସ୍ୱଚ୍ଛତା,ଉତ୍ତରଦାୟୀ ପାଇଁ ନବୀନଙ୍କ ‘ପୀଠା’

ENO Beuro

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

ENO Beuro

ଟାଙ୍ଗୀରେ ମର୍ମନ୍ତୁଦ ଦୁର୍ଘଟଣା,ପରିବା ବୋଝେଇ ପିକଅପ୍ ଭ୍ୟାନକୁ ପିଟିଲା ତୀର୍ଥଯାତ୍ରୀ ବସ୍

ENO Beuro

Leave a Comment