News

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା

ଜାମ୍ମୁ କାଶ୍ମୀର ସୋଫିଆରେ ୩ ଜଣ ପୋଲିସ କର୍ମଚାରୀ (ଏସପିଓ)ଙ୍କ ସମେତ ୪ ଜଣ ଲୋକଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ୩ ପୋଲିସ କମର୍ଚାରୀଙ୍କୁ ହତ୍ୟା କରାଯାଇଥିଲା ସୂଚନା ମିଳିଛି । ସୋଫିଅାରୁ ଅପହରଣ କରି ହତ୍ୟା କରାଯାଇଛି। ସମସ୍ତଙ୍କ ପୋଲିସଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଏମାନଙ୍କୁ ଗଳି କରି ହତ୍ୟା କରାଯାଇଛି । ସହିଦ ୩ ପୋଲିସ ମଧ୍ୟରେ ଦୁଇ ଜଣ ସ୍ପେଶାଲ ପୋଲିସ ଅଫିସର ଓ ଜଣେ ଯବାନ ଅଛନ୍ତି। ଘଟଣା ପରେ ଆତଙ୍କବାଦୀଙ୍କୁ ମହଁତୋଡ ଜବାବ ଦେବାକୁ ପୋଲିସ ସର୍ଚ୍ଚ ଅପରେସନରୁ ଜୋରଦାର କରିଛି।

ପୁଲିସ୍ କହିଛି ଯେ ଏହି କର୍ମଚାରୀମାନଙ୍କୁ ଆତଙ୍କବାଦୀମାନେ ଅପହଣ କରି ନେବା ବେଳେ ବାଟାଗଣ୍ଡ ଗାଁର ଲୋକେ ସେମାନଙ୍କୁ ଗୋଡ଼ାଇ ଥିଲେ ଓ ସେମାନଙ୍କୁ ଅପହରଣ ନ କରିବା ପାଇଁ କହିଥିଲେ। ତେବେ ଆତଙ୍କବାଦୀମାନେ ଫାଙ୍କା ଗୁଳି ଚାଳନା କରି ଗ୍ରାମବାସୀଙ୍କୁ ଭୟଭୀତ କରି ଥିଲେ। ଲୋକଙ୍କ କହିବା ଅନୁଯାୟୀ, ଆତଙ୍କବାଦୀମାନେ ଏହି ପୁଲିସ୍ କର୍ମଚାରୀମାନଙ୍କୁ ଅପହରଣ କରି ନଦୀ ଆରପଟକୁ ନେଇ ଯାଇଥିଲେ ଓ ଗୁଳି କରି ହତ୍ୟା କରିଥିଲେ।

policeman ଅପହରଣ ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା policeman

ଆତଙ୍କବାଦୀଙ୍କ ଏହି ଘଟଣାକୁ ପଞ୍ଚାୟତ ନିର୍ବାଚନ ସହ ଯୋଡାଯାଇଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ ଚାହୁଁ ନାହାନ୍ତି ଯେ, ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେଉ । ପଞ୍ଚାୟତ ନିର୍ବାଚନର ଘୋଷଣା ମାତ୍ର ୨୪ ଘଣ୍ଟା ମଧ୍ୟରେ ଚାରିଟି ପଞ୍ଚାୟତ ଘରେ ନିଆଁ ଲଗାଇଦେଇଛନ୍ତି । ଯାହା ପରେ ସୁରକ୍ଷା ଏଜେଣ୍ଟ ଆଲର୍ଟ କରାଯାଇଛି । ସେପଟେ ପୋଲିସ କର୍ମୀଙ୍କ ଅପହରଣ କରି ହତ୍ୟା ହେବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ପଢନ୍ତୁ; ଏସିଆ କପ: ଆଜି ବାଂଲାଦେଶକୁ ଭେଟିବ ଭାରତ

Related posts

ଦେଢମାସ ପରେ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

Krishna Kumar Manoj

ଗାଈ ଫସଲ ଖାଇଲା ବୋଲି ମହିଳାଙ୍କୁ ଗଛରେ ବାନ୍ଧି ପିଟିଲେ!

ପାକିସ୍ତାନରୁ ବୁଦ୍ଧଙ୍କର ୧୭୦୦ବର୍ଷର ପୁରୁଣା ଶୟନ ମୂର୍ତ୍ତିର ଅଂଶ ଉଦ୍ଧାର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More