ରାଜ ପରିବାର ଭିତରେ ବିଦ୍ରୋହର ସ୍ବର । ସାଉଦୀ ପ୍ରିନ୍ସ ମହମ୍ମଦ ବିନ୍ ସଲ୍ମାନ୍ଙ୍କୁ କ୍ଷମତାରୁ ହଟାଇବା ଅଭିଯୋଗରେ ରାଜପରିବାରର ତିନି ଜଣ ସଦସ୍ୟଙ୍କୁ ସାଉଦୀ ଅଧିକାରୀମାନେ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରାଜକୀୟ ସଲମାନଙ୍କ ଭାଇ ପ୍ରିନ୍ସ ଅହମ୍ମଦ ବିନ୍ ଅବଦୁଲାଜିଜ୍ ଅଲ-ସଦ ଏବଂ ଜ୍ୱାଇଁ ପ୍ରିନ୍ସ ମହମ୍ମଦ ବିନ୍ ନାଏଫଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ତେବେ ସେମାନଙ୍କ ଗିରଫ ନେଇ ସାଉଦୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ରାଜଦ୍ରୋହ ଅଭିଯୋଗରେ ସେମାନଙ୍କୁ ଶୁକ୍ରବାର ପ୍ରତ୍ୟୁଷରୁ କଳା ପୋଷାକ ପିନ୍ଧିଥିବା ଓ ମୁହଁ ଆବୃତ କରିଥିବା ରାଜ ପ୍ରହରୀମାନେ ସେମାନଙ୍କୁ ଘରୁ ହାଜତକୁ ନେଇଯାଇଛନ୍ତି। ସେମାନଙ୍କର ଘର ମଧ୍ୟ ତଲାସ କରାଯାଇଛି। କିନ୍ତୁ, ଏ ବିଷୟରେ ସାଉଦି ସରକାରୀ କର୍ତ୍ତୃପକ୍ଷମାନେ ହଠାତ୍ କୌଣସି ମନ୍ତବ୍ୟ ଦେଇନାହାନ୍ତି।ଏ ଦୁହିଁଙ୍କୁ ସାଉଦି ରାଜ ଅଦାଲତ ରାଜଦ୍ରୋହ ଅଭିଯୋଗରେ ଅଭିଯୁକ୍ତ କରାଇଛନ୍ତି। ରାଜା ଓ ଯୁବରାଜଙ୍କୁ ଗାଦିଚ୍ୟୁତ କରିବାକୁ କରିଥିବା ଷଡ଼ଯନ୍ତ୍ର ପାଇଁ ସେମାନଙ୍କୁ ଯାବଜ୍ଜୀବନ କାରାଦଣ୍ଡ କିଂବା ମୃତ୍ୟୁ ଦଣ୍ଡାଦେଶ ହୋଇପାରେ।
ପଢନ୍ତୁ: ଯୋଗୀଙ୍କ ନୂଆ ଜନସଂଖ୍ୟା ନୀତି, ୨ରୁ ଅଧିକ ସନ୍ତାନ ହେଲେ ମିଳିବ ନାହିଁ ସରକାରୀ ସୁବିଧା