News

ମାଲକାନଗିରି : ବାପାଙ୍କ ଦ୍ଵାଦଶ କ୍ରିୟାରେ ଘରେ ନିଆଁ ଲାଗି ୩ ଝିଅଙ୍କ ମୃତ୍ୟୁ

By ENO Beuro

April 18, 2018

ଜଳନ୍ତା ଘର ଭିତରୁ ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ମାଲକାନଗିରିରେ ଘଟିଛି ଅଭାବନୀୟ ଘଟଣା ।  ଗ୍ୟାସ ସିଲିଣ୍ଡର ଫାଟି ଜୀବନ୍ତ ଦଗ୍ଧ ହୋଇଗଲେ ୩ଭଉଣୀ ।  ମାଲକାନଗିରି ଜଗନ୍ନାଥ ମନ୍ଦିର ନିକଟରେ ଏକ ଜଳୁଥିବା ଘର ଭିତରୁ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ତେବେ କେମିତି ଅଗ୍ନିକାଣ୍ଡ ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ଅନୁମାନ କରାଯାଉଛି ଗ୍ୟାସ ଲିକ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ , ୧୦ ଦିନ ତଳେ ମାଉଲିଗୁଡ଼ିି ସାହିର ନାଗେଶ୍ୱର ରାଓଙ୍କର ମୃତ୍ୟୁ ଘଟିଥିଲା । ସ୍ୱର୍ଗତ ରାଓଙ୍କ ପତ୍ନୀଙ୍କର ପୂର୍ବରୁ ମୃତ୍ୟୁ ଘଟି ସାରିଥିବା ବେଳେ ଘରେ ୩ ପୁଅ ଓ ୩ ଝିଅ ରହିଥିଲେ । ସେମାନଙ୍କ ମଧ୍ୟରୁ ଦୁଇପୁଅ ବାପାଙ୍କ ଅସ୍ଥି ବିସର୍ଜନ ପାଇଁ ରାଜମହେନ୍ଦ୍ରୀ ଯାଇଥିବାବେଳେ ଅନ୍ୟ ଜଣେ ପୁଅ ଲଣ୍ଡା ହେବା ପାଇଁ ଯାଇଥିଲେ ।

ଏହି ସମୟରେ ଘରେ ତିନି ଭଉଣୀ ଆମଲୁ(୨୦), ରେଣୁକା(୧୮) ଓ ମାଙ୍ଗା(୧୬ ବର୍ଷ) ଥିଲେ ।  ତେବେ ଡଠାତ ଘର ଭିତରୁ ପ୍ରବଳ ନିଆଁ ବାହାରିବା ଦେଖି ଗାଁ ଲୋକେ ସେଠାରେ ରୁଣ୍ଡ ହୋଇଯାଇଥିଲେ। ମାତ୍ର ଘର ଭିତରପଟୁ ଦିଆଯାଇଥିଲା । ତେଣୁ ଛପର ଭାଙ୍ଗି ଗାଁ ଲୋକେ ଦମକଳ ସହିତ ମିଶି ନିଆଁକୁ ଆୟତ କରିଥିଲେ ମାତ୍ର ନିଆଁ ଲିଭିବା ପରେ ଯାହା ଦେଖିଲେ ସେଥିରେ ସମସ୍ଥଙ୍କ ଆଖି ଲୁହରେ ଭରି ଯାଇଥିଲା ।  ଘର ଭିତରେ ତିନି ଭଉଣୀ ସମ୍ପୂର୍ଣ୍ଣ ଜଳିଯାଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି ।

ପଢନ୍ତୁ ;

ବୈଜୟନ୍ତ ପଣ୍ଡାଙ୍କ ହାତ ଛାଡିଲେ ସଂଯୋଜକ ଦେବାଶିଷ ମଲ୍ଲିକ