News

ଜମ୍ମୁ କାଶ୍ମୀର : ପାକିସ୍ତାନୀ ଗୁଳିରେ ୩ ଜଣ ଯବାନ ସହିଦ ଏବଂ ୨ଜଣ ଗୁରୁତର ଆହତ

ଜମ୍ମୁ-କାଶ୍ମୀର ସୀମାରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତୀ ଉଲ୍ଲଂଘନ କରିଛି ।

ପାକିସ୍ତାନ ଗୁଳିରେ ୨୩ ବର୍ଷୀୟ କ୍ୟାପଟେନ୍‌ କପିଲ କୁଣ୍ଡୁଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି । ଶହୀଦଙ୍କ ମଧ୍ୟରେ ରହିଛନ୍ତି ହରିୟାଣାର ଗୁଡ଼ଗାଓଁ ରନସିକା ଗ୍ରାମର କ୍ୟାପଟେନ୍‌ କପିଲ କୁଣ୍ଡୁ (୨୩), ଗ୍ୱାଲିୟର୍‌ର ଲାଇଫଲ୍‌ମ୍ୟାନ୍‌ ରାମ ଅବତାର, ଜମ୍ମୁ କାଶ୍ମୀର ସାମ୍ବାର ହାବିଲଦାର ରୋଶନ ଲାଲ (୪୨) ଓ କଠୁଆ ଜିଲ୍ଲାର ଶୁଭମ ସିଂହ (୨୩) । ସେହିପରି ୩ ଜଣ ଯବାନ ଓ ୨ ଜଣ ସ୍ଥାନୀୟ ନାଗରିକ ଗୁରୁତର ହୋଇଛନ୍ତି । ସୀମାରେ ଗୁଳି ବିନିମୟ ଏବେବି ଜାରି ରହିଛି । ସେଥିପାଇଁ ସେହି ଅଂଚଳର ପ୍ରାୟ ୪୦ ହଜାର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି । ସଂପୃକ୍ତ ଅଂଚଳରେ ଥିବା ୮୪ଟି ସ୍କୁଲକୁ ଆସନ୍ତା ୩ ଦିନ ପର୍ୟ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଭାରତୀୟ ସେନା ଉପରକୁ ଆକ୍ରମଣ କରିବା ପାଇଁ ପାକିସ୍ତାନୀ ସେନା ପକ୍ଷରୁ ପୂର୍ବରୁ ବିଧିବଦ୍ଧ ଭାବରେ ଯୋଜନା ପ୍ରସ୍ତୁତ କରାଯାଇଥିବା ଅନୁମାନ କରାଯାଉଛି। ଯେଉଁଥିପାଇଁ ଭୀମବର ଗଳି ସେକ୍ଟରରେ ପାକିସ୍ତାନୀମାନେ ଆଖି ବନ୍ଦ କରି ଗୁଳି ବର୍ଷା କରିଛନ୍ତି। ଅପରପକ୍ଷେ ଭାରତୀୟ ଯବାନମାନେ ମଧ୍ୟ ଏହାର ଗୁଳିବର୍ଷା କରିଛନ୍ତି। ଭାରତୀୟ ଯବାନମାାନେ ସହିଦ ହେବା ନେଇ ସେନାର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟକୁ ସୂଚନା ଦେଇଛନ୍ତି।

ପୂର୍ବରୁ ପୁଞ୍ଛ ଓ ରାଜୌରୀ ଜିଲ୍ଲାରେ ଜଣେ ଯବାନ ଓ ୩ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଆହତ ନାଗରିକ ମାନେ ହେଲେ ଶାହାନାଜ୍‌ ବନୋ(୧୫) ଓ ୟାସିନ୍‌ ଆରିଫ୍‌(୧୪)। ଏମାନେ ଇସଲାମାବାଦ୍‌ର ନାଗରିକ।

ସେନାର ମୁଖପାତ୍ର କହିଛନ୍ତି ଭାରତୀୟ ସୈନିକଙ୍କ ବଳିଦାନ ବେକାର ଯିବ ନାହିଁ । ପାକିସ୍ତାନର ଏଭଳି ଦୁଃସାହସ ପାଇଁ ତାକୁ କଡ଼ା ଜବାବ ଦିଆଯିବ । ସେହିପରି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ହଂସରାଜ ଅହୀର କହିଛନ୍ତି ଯେ ପାକିସ୍ତାନର ଏଭଳି ବୋକାମୀ ପାଇଁ ତାକୁ କଡ଼ା ଜବାବ ଦିଆଯିବ । କପିଲ କୁଣ୍ଡୁଙ୍କ ଆସନ୍ତା ୧୦ ତାରିଖରେ ଜନ୍ମ ଦିନ ଥିଲା । ସେଥିପାଇଁ ତାଙ୍କ ଭଉଣୀ ପ୍ରସ୍ତୁତି ମଧ୍ୟ କରିଥିଲେ । କିନ୍ତୁ ଏହା ପୂର୍ବରୁ ଭାଇର ମୃତ୍ୟୁ ଖବର ପାଇ ସେ ଭାଙ୍ଗିପଡ଼ିଛନ୍ତି ।

ପଢନ୍ତୁ ;

ଏଥର ଗୁରୁ ଭୂମିକାରେ ନଜର ଆସିବେ ଟାଇଗର୍‌ ଶ୍ରଫ୍‌

Related posts

୩୦ ଫୁଟ୍‌ ତଳକୁ ଖସିଲା ସିଲିଣ୍ଡର ବୋଝେଇ ଟ୍ରକ

ENO Beuro

ମୃତ୍ୟୁ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଫୁଟବଲ ଖେଳାଳି

ENO Beuro

ପୁରୀରୁ ପୁଣି ଉଦ୍ଧାର ହେଲା ବିଶାଳକାୟ ‘ତିମି’ର ମୃତଦେହ

Ratnamani Moharana

1 comment

Leave a Comment