News

ରାଜ୍ୟବାସୀଙ୍କୁ ମିଳିଲା ତାତିରୁ ଆଶ୍ଵସ୍ତି: ୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Kalabai

ଏଇ କିଛି ଦିନ ହେବ ଜୀବନ ଅସ୍ତବ୍ୟସ୍ତ କରିଦେଇଥିଲା ତାତି। ନା ସହରାଞ୍ଚଳ ନା ଗାଁ କେହିବି ବର୍ତ୍ତୀ ନଥିଲେ ତାର କୋପରୁ। ତେବେ ଦୀର୍ଘ ଦିନ ପରେ ସାରା ଓଡ଼ିଶାରେ ପାରଦ କମିଛି। ଆଶ୍ଵସ୍ତି  ମିଳିଛି ରାଜ୍ୟବାସୀଙ୍କୁ। ଏପରିକି ଉତ୍ତପ୍ତ ସହର ଟିଟିଲାଗଡ଼ରେ ପାରଦ ଆଜି ୩୧ଡିଗ୍ରିକୁ ଖସି ଆସିଛି। କେବଳ ଏତିକି ନୁହେଁ ଗତକାଲି ୧୦ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ଆଜି କେବଳ ସୋନପୁରରେ ୪୦ଡିଗ୍ରି ଟପିଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ହଠାତ୍ ୧୦ରୁ ୧୨ଡିଗ୍ରି କମିଥିବାବେଳେ ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ‌ଯେ , ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା  ହେବାରୁ ତାପମାତ୍ରା କମିଛି।

୪ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନାନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଆଜି ୪ଟି ଜିଲ୍ଲାରେ ବର୍ଷା ହେବ। ଏପରିକି ପବନ ମଧ୍ୟ ବହିବ। ଏନେଇ ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଦିନ ସାଢ଼େ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଏହି ସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ଥିବା ହେତୁ ଲୋକଙ୍କୁ ବର୍ଷା ସମୟରେ ବାହାରକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି। ବର୍ଷା, ପବନ ସହିତ ଏଠାରେ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି।

ପଢନ୍ତୁ: ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ବିୟୋଗ

 

Related posts

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ

Ratnamani Moharana

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯିବା ବେଳେ ସ୍ଵାମୀ ଅଗ୍ନିବେଶଙ୍କ ଉପରକୁ ଆକ୍ରମଣ

ENO Beuro

Gorakhpur Child Deaths, In Charge Dr Kafeel Khan Arrested

ENO Beuro

Leave a Comment