ନବୀନ ନିବାସରେ ଟିକେଟ କସରତ: ସାରା ଓଡିଶା ଏବେ @ ନବୀନ ନିବାସ

naven

ଓଡିଶାର ସବୁ ନେତା, କର୍ମୀ ଏବେ ନବୀନ ନିବାସ  ଆଗରେ  ଅଧିଆ ପଡିଲେଣି। ଆଗକୁ ଆସୁଛି ଲୋକସଭା ନିର୍ବାଚନ । ଆଶାୟୀ ପାର୍ଥୀ ଓ ତାଙ୍କ ସମର୍ଥକମାନେ ନିଜର ବାୟୋଡାଟା  ଧରି ହଜାର ହେଇଯାଉଛନ୍ତି। ଏହା ସାଧାରଣ ବୟୋଡାଟା ନୁହଁ ଏଥିରେ ଶିକ୍ଷାଗତ, ବ୍ୟକ୍ତିଗତ ତଥା  କଲେଜ ଜୀବନରୁ ଆଜି ଯାଏ କରିଥିବା ସମାଜ ସେବା ଓ ଦଳ ପାଇଁ କରିଥିବା କର୍ମ, ଖବର କାଗଜରେ ପ୍ରକାଶିତ ଫୋଟୋରୁ ବିଭନ୍ନ ମଞ୍ଚରେ ମିଳିଥିବା ସମ୍ମାନ ପତ୍ର  ମଧ୍ୟ ସାମିଲ ଅଛି।

ତେବେ ଆଶାୟୀ ନେତା ମାନେ ନିଜର ବୟୋଡାଟା ନେଇ ଭିତରକୁ ଯାଉଛନ୍ତି ଆଉ ନବୀନଙ୍କ ରାଜନୈତିକ ସଚିବ  ସେ ସବୁ ରଖୁଛନ୍ତି। ତେବେ  କାହାକୁ  କିଛି କହିବାର  ସୁଯୋଗ  ଦିଆଯାଉନି କେବଳ ମିଳୁଛି ପ୍ରତିଶ୍ରୁତି  ହଁ ଦେଖିବା। ତେବେ ଏହି ଭିଡ ମଧ୍ୟରେ ଏକ ଚିହ୍ନା ମୁହଁଟିଏ ଦେଖିବାକୁ ମିଳିଥିଲା। ସେ ଥିଲେ କଣ୍ଠଶିଳ୍ପୀ ତୃପ୍ତି ଦାସ । ଏବେ ଖାଲି ଅପେକ୍ଷା ବିଜେଡ଼ି ସୁପ୍ରିମୋଙ୍କ ଆଶାୟୀ ପାର୍ଥୀଙ୍କ  ତାଲିକାକୁ।

ପଢନ୍ତୁ; ପଞ୍ଚମ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ: ପରାଜୟ ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More