ପଇସା ଦେଇ ଜଗାକୁ ଦେଖିବେ,ଅନ୍‌ଲାଇନରେ ବିକ୍ରି ହେବ ଦର୍ଶନ ଟିକେଟ

jaga

କାଳିଆ ସାଆନ୍ତେ ଆଉ ଗରିବର ଠାକୁର ହୋଇରହିବେ ନାହିଁ। ଅଣ୍ଟିରେ ଟଙ୍କା ନ ଥିଲେ ଆଊ ଜଗା ଦର୍ଶନ ହୋଇପାରିବ ନାହିଁ। ଦିନକୁ ୪ ଥର ଟିକେଟ୍ ଦର୍ଶନ ହେବ। ଟିକେଟ୍ କିଣିଥିବା ଭକ୍ତମାନେ କେଉଁ ଦ୍ବାର ଦେଇ ଭିତରକାଠକୁ ଯିବେ ତାହା ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ଘଣ୍ଟିଦ୍ବାର ଅବା ବେହେରଣ ଦ୍ବାର ଦେଇ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ଏପରି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

jaga

୬୦ ପ୍ରତିଶତ ଟିକେଟ୍ ଅନଲାଇନରେ ଏବଂ ୩୫ ପ୍ରତିଶତ ଟିକେଟ୍ କାଉଣ୍ଟରରେ ମିଳିବ। ସେହିପରି ବାକି ୫ ପ୍ରତିଶତ ଦର୍ଶନୀ ଟିକେଟ୍ ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହିବ। ଶ୍ରୀଜୀଉଙ୍କ ଅବକାଶ, ବଲ୍ଲଭ ଓ ମଧ୍ୟାହ୍ଣ ଧୂପ ପରେ ଟିକେଟ୍ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ନିର୍ଦ୍ଧାରିତ କେବେ ଠାରୁ ଟିକେଟ ଲାଗୁ ଓ ଟିକେଟର ମୂଲ୍ୟ ନିର୍ଦ୍ଧାରଣ ହୋଇନଥିବା ବେଳେ ପରବର୍ତ୍ତୀ ଏକ ବୈଠକରେ ଏହି ନିଷ୍ପତି ନିଆଯିବ।

ପଢନ୍ତୁ; ପ୍ରତିଦିନ ସକାଳେ କଞ୍ଚା ମୂଳା ଖାଇବା ଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More