ଆସନ୍ତୁ ଆଜି ଆମେ ଜାଣିବା କିଛି ଶୀତ ଦିନିଆ ଆଲର୍ଜି ଓ ଏହାର ପ୍ରତିକାର ବିଷୟରେ
ସାଧାରଣତଃ ଆଲର୍ଜିର କେତେକ ପ୍ରମୁଖ କାରଣ: ୧- ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ।
Loading...
ହିନ୍ଦୁ ଧର୍ମରେ ନବରାତ୍ରି ଓ ଅନ୍ୟାନ୍ୟ ପୂଜା ପାର୍ବଣରେ ହାତରେ ଯଜ୍ଞସୂତା ପୂଜା କରି ବନ୍ଧା ଯାଇଥାଏ। ଏହା ବିନା ପୂଜା ଅଧୁରା ବୋଲି କୁହାଯାଏ।
ହିନ୍ଦୁ ଧର୍ମରେ ନବରାତ୍ରି ଓ ଅନ୍ୟାନ୍ୟ ପୂଜା ପାର୍ବଣରେ ହାତରେ ଯଜ୍ଞସୂତା ପୂଜା କରି ବନ୍ଧା ଯାଇଥାଏ। ଏହା ବିନା ପୂଜା ଅଧୁରା ବୋଲି କୁହାଯାଏ। ଲୋକେ ଭାବନ୍ତି ଏହି ଯଜ୍ଞସୂତା ବାନ୍ଧିବା କେବଳ ଧାର୍ମିକ କାରଣ ପାଇଁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଯଜ୍ଞସୂତା ବାନ୍ଧିବା ପଛରେ ବୈଜ୍ଞାନିକ କାରଣ ସ୍ବାସ୍ଥ୍ୟ ସହିତ ଜଡ଼ିତ ରହିଛି। ଏଠାରେ ଯଜ୍ଞସୂତା ବାନ୍ଧିବାର କେତେକ ଫାଇଦା ସମ୍ପର୍କରେ ସୂଚନା ଦିଆଯାଇଛି। ଯାହା ଜାଣିବା ପରେ ଆପଣ ବର୍ଷସାରା ହାତରୁ ଏହାକୁ ଫିଟାଇବେ ନାହିଁ।
ଡାକ୍ତରଙ୍କ ଅନୁସାରେ ଆମ ଶରୀରର ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚୁଥିବା ଶିରା ମଣିବନ୍ଧ ଦେଇ ଯାଇଛି। ତେଣୁ ଯେତେବେଳେ ଆମେ ମଣିବନ୍ଧରେ ଏହି ସୂତା ବାନ୍ଧିଥାଉ, ଏହି ଶିରା ଉପରେ ଚାପ ପଡ଼ିବା କାରଣରୁ ଏହାର କ୍ରିୟା ନିୟନ୍ତ୍ରିତ ରହେ। ଏହାଦ୍ବାରା ବାତ, ପିତ୍ତ, କଫ ସମସ୍ୟା ଦୂର ହୋଇଯାଏ।
ଯଜ୍ଞସୂତାକୁ ମଣିବନ୍ଧରେ ବାନ୍ଧିବା ଫଳରେ ଶିରା ନିୟନ୍ତ୍ରଣରେ ରହେ। ଏହାଦ୍ବାରା ରକ୍ତଚାପ ସମସ୍ୟା ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
ମଧୁମେହ
ପୁରୁଷ ଓ ଅବିବାହିତ ଝିଅଙ୍କ ଡାହାଣ ଓ ବିବାହିତ ମହିଳାଙ୍କ ବାମ ହାତରେ ଯଜ୍ଞସୂତା ବନ୍ଧାଯାଏ। ହାତରେ ଏହା ବାନ୍ଧିବା ଫଳରେ ମଧୁମେହ ସମସ୍ୟା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହେ ବୋଲି କୁହାଯାଏ।
ମଣିବନ୍ଧରେ ସୂତା ବାନ୍ଧିବା ଫଳରେ ହାତର ଶିରା ଉପରେ ମଧ୍ୟ ଚାପ ପଡ଼ିଥାଏ। ଏହାଦ୍ବାରା ହୃଦ୍ଘାତ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ। କେବଳ ସେତିକି ନୁହେଁ, ଏହା ପାରାଲିସିସ୍ ରୋଗଠାରୁ ମଧ୍ୟ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରେ।
Shakespeare, in the beautiful garden, among the party. Some of the hall: in fact she was ever to.
ସାଧାରଣତଃ ଆଲର୍ଜିର କେତେକ ପ୍ରମୁଖ କାରଣ: ୧- ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ।
ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ। ତେବେ କେବଳ ଖାଦ୍ଯରେ ସ୍ଵାଦ ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷାକରେ କଞ୍ଚା ଲଙ୍କା। ପ୍ରତିଦିନ ଆପଣ ନିଶ୍ଚୟ ଗୋଟିଏ କିମ୍ବା ଦୁଇଟି କଞ୍ଚାଲଙ୍କା ତ ନିହାତି ଖାଇଥିବେ ତେବେ ଆସନ୍ତୁ ଜାଣିବା ଏହି କଞ୍ଚାଲଙ୍କା କିପରି ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଅନେକ ରୋଗରୁ ମଧ୍ୟ ରକ୍ଷାକରିଥାଏ।
ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କ ଋତୁସ୍ରାବ ସହ ଜଡିତ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ। ପ୍ରତ୍ୟେକ ମହିଳାଙ୍କୁ ପ୍ରତିମାସ ଋତୁସ୍ରାବର ଯନ୍ତ୍ରଣା ଦେଇ ଗତି କରିବାକୁ ପଡିଥାଏ। ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ଯନ୍ତ୍ରଣା , ବିରକ୍ତଭାବ ଏବଂ ଦୁର୍ବଳତା ଅନୁଭବ ହୋଇଥାଏ।