News

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

 ସାରା ଦେଶରେ ବାଘ ଗଣନା ଆରମ୍ଭ

ଗତକାଲି ଠାରୁ ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ ହୋଇଛି । ଚଳିତ ବର୍ଷ ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି । ଏହାଦ୍ୱାରା ବାଘଙ୍କ ସଠିକ୍ ସଂଖ୍ୟା ଜଣାପଡ଼ିବ ବୋଲି ବିଶେଷଜ୍ଞମାନେ ଆଶା ବ୍ୟକ୍ତ କରିଛନ୍ତି ।ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଭାରତୀୟ ବନ୍ୟଜନ୍ତୁ ପ୍ରତିଷ୍ଠାନର ମିଳିତ ସହଯୋଗରେ ଏହି ଗଣନା କରାଯିବ ।  ୨୦୧୯ ପ୍ରାରମ୍ଭରେ ଦେଶରେ ବାଘ ସଂଖ୍ୟା କେତେ ତାହା ସ୍ପଷ୍ଟ ହୋଇପାରିବ ।

୨୦୧୪ରେ କରାଯାଇଥିବା ବାଘ ଗଣନାରେ ଦେଶରେ ବାଘ ସଂଖ୍ୟା ୨୨୨୬ ଥିବା ଜଣାପଡ଼ିଥିଲା । ପୂର୍ବ ଗଣନା ୨୦୧୦ ତୁଳନାରେ ଦେଶରେ ବାଘ ସଂଖ୍ୟାରେ  ୫୦୦ଟି ବୃଦ୍ଧି ଘଟିଥିଲା । ବାଘଙ୍କ ପହଚିହ୍ନ, ଜଙ୍ଗଲରେ ଖଞ୍ଜା ଯାଇଥିବା କ୍ୟାମେରା ଓ ଅନ୍ୟାନ୍ୟ କୌଶଳ ଅବଲମ୍ବନ କରି ଏହି ଗଣନା କରାଯିବ । ଆଗରୁ କ୍ୟାମେରା ଦ୍ୱାରା ଗଣତିକୁ ନେଇ ଓଡ଼ିଶା ସମେତ ଅନ୍ୟ କେତେକ ଯାଗାରେ ସଂଖ୍ୟାକୁ ନେଇ ରାଜ୍ୟ ଓ କେନ୍ଦ୍ର ମୁହାଁମୁହିଁ ହେଉଥିଲେ । ଚଳିତ ବର୍ଷ ୧୪୦୦୦ କ୍ୟାମେରା ଖଞ୍ଜାଯିବା ସହ ପହଚିହ୍ନ ପଦ୍ଧତିକୁ ମଧ୍ୟ ବ୍ୟବହାର କରାଯିବ ।
ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି Tiger count
ପଢନ୍ତୁ ;

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା :ଆଜିଠାରୁ ଅନଲାଇନରେ ମିଳିବ ଆଡମିଟ୍‌ କାର୍ଡ

Related posts

ଶେଷ ହେଲା ଜିଏସଟି କାଉନସିଲ ବୈଠକ ,ଜାଣନ୍ତୁ ଶସ୍ତା-ମହଙ୍ଗା ସାମଗ୍ରୀର ପୁରା ତାଲିକା

Krishna Kumar Manoj

ସାନିଟାରୀ ନାପକିନ ସ୍କିମ ଆରମ୍ଭ କଲା କେନ୍ଦ୍ର , ପ୍ୟାଡ ପିଛା ଅଢେଇ ଟଙ୍କା!

Krishna Kumar Manoj

୭ ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କଲେ ରାଷ୍ଟ୍ରପତି! ଜାଣନ୍ତୁ କେଉଁ ରାଜ୍ୟରେ କିଏ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More