Entertainment

ଏବେ ହଲିଉଡ଼ରେ କମାଲ ଦେଖାଇବେ ଟାଇଗର ଶ୍ରଫ

tiger

ଅଭିନେତା ଟାଇଗର ଶ୍ରଫ୍‍ ଖୁବ୍‍ଶୀଘ୍ର ହଲିଉଡ଼୍‍ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ନିକଟରେ ହଲିଉଡ଼୍‍ ପ୍ରଯୋଜକ ଲରେନ୍ସ କେସ୍‍ନଫ୍‍ ଟାଇଗରଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସିଥିଲେ। ତା’ପରେ ଏହି ଖବର ଶୁଣିବାକୁ ମିଳିଛି।

tiger

ବଲିଉଡ଼ ଅଭିନେତା ଗୁଲସନ ଗ୍ରୋଭରଙ୍କ ପୁଅ ସଞ୍ଜୟ ଗ୍ରୋଭରଙ୍କ ମାଧ୍ୟମରେ ଉଭୟ ପୂର୍ବରୁ ସାକ୍ଷାତ କରିଥିଲେ । ଲରେନ୍ସଙ୍କ ଏହି ନୂଆ ପ୍ରୋଜେକ୍ଟ ପାଇଁ ସଞ୍ଜୟ ହିଁ ଟାଇଗରଙ୍କ ନାଁ ସୁପାରିଶ କରିଥିଲେ । ଲରେନ୍ସ କେସନୋଫ ୨୫୦ରୁ ଅଧିକ ଫିଲ୍ମ ପ୍ରଯୋଜିତ କରିଥିବାବେଳେ ଷ୍ଟୁଡିଓ ମୁଖ୍ୟ ଭାବେ କାମ ମଧ୍ୟ କରିଛନ୍ତି । ଏଥିମଧ୍ୟରୁ ଓସ୍କାର ପୁରସ୍କାରପ୍ରାପ୍ତ ଫିଲ୍ମ ‘ପ୍ଲାଟୁନ’ ମଧ୍ୟ ରହିଛି । ଏହି ଫିଲ୍ମରେ ଟାଇଗରଙ୍କ ସହିତ ଜ୍ୟାକି ଚାନ, ଚୁକ ନୋରିଜ ପ୍ରମୁଖ ଭୂମିକାରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ ଯେ ଏବେ ଟାଇଗର ଫିଲ୍ମ ‘ରାମ୍ବୋ’ ସୁଟିଂରେ ବ୍ୟସ୍ତ ଅଛନ୍ତି।

ସୂଚନା ଅନୁସାରେ, ଟାଇଗରଙ୍କ ପାଖରେ ବର୍ତ୍ତମାନ କୌଣସି କାମ ନାହିଁ। ‘ବାଗୀ-୨’ର ସଫଳତା ପରେ ଏପର୍ଯ୍ୟନ୍ତ ସେ କୌଣସି ଚଳଚ୍ଚିତ୍ରରେ କାମ ଆରମ୍ଭ କରିନାହାନ୍ତି।

ପଢନ୍ତୁ;ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

Related posts

ଏକାଠି ନଜର ଆସିବେ ଏହି ଯୋଡି ୧୫ ବର୍ଷ ପରେ

ENO Beuro

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ENO Beuro

ସିଲସିଲା ବଦଲତେ ରିସ୍ତୋଁ କା: ଦ୍ରଷ୍ଟିଙ୍କ ପରେ ଶୋ’ରୁ ବିଦାୟ ନେଲେ ଏହି ଆକ୍ଟର

ENO Beuro

Leave a Comment