News

ଫାଶରେ ଫସିଲା ବାଘୁଣୀ “ସୁନ୍ଦରୀ” ,ଆସିବ ନନ୍ଦନକାନନ

tiger

ଶେଷରେ ଫାଶରେ ଫସିଲା ସୁ୍ନ୍ଦରୀ । ଗତ ୨ ସପ୍ତାହ ଧରି ବନବିଭାଗକୁ ନାକେଦମ କରିଥିବା ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ସୁନ୍ଦରୀ ଦେହରେ ନିଶ୍ଚେତକ ଗୁଳି ବାଜିଥିବା ସୂତ୍ରରୁ ଜଣାପଡିଛି। ତେବେ ଧରାପଡ଼ିଥିବା ଏହି ବାଘୁଣୀକୁ ନନ୍ଦନକାନନକୁ ଅଣାଯିବ ବୋଲି ନୀତିଗତ ନିଷ୍ପତ୍ତି ହୋଇଥିିବା ଜଣାପଡ଼ିଛି।

tiger

ସୂଚନାଯୋଗ୍ୟ,ଦୀର୍ଘଦିନ ହେବ ସୁନ୍ଦରୀ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ  ନାକେଦମ କରିରଖିଥିଲା । ସୁନ୍ଦରୀକୁ ଜଙ୍ଗଲରେ ଛଡାଯାଇଥିଲେ ମଧ୍ୟ ଏହା ଜନବସତିରେ ଚଳପ୍ରଚଳ କରିବା ସହ ଲୋକଙ୍କୁ ଆକ୍ରମଣ କରୁଥିଲା । ଆଖପାଖ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଥିଲା ସୁନ୍ଦରୀ । ସୁନ୍ଦରୀକୁ କାବୁ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ । ଏହାପରେ ସୁନ୍ଦରୀକୁ କାବୁ କରିବା ପାଇଁ ବନ ବିଭାଗ ପ୍ରତିଶ୍ରୁତି ଦେଇଥିଲା । ଦୀର୍ଘଦିନ ହେବ ସୁନ୍ଦରୀକୁ ଧରିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା । ମାତ୍ର ବନ ବିଭାଗ ବାରମ୍ବାର ବିଫଳ ହୋଇଥିଲା ।ଏଥିପାଇଁ ବାହାରୁ ମଧ୍ୟ ଏକ ଟିମ୍ ଆସିଥିଲା । ମାତ୍ର ଧରା ଦେଇନଥିଲା ସୁନ୍ଦରୀ । ତେବେ ଆଜି ଶେଷରେ ଏହି ମଣିଷଖିଆ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇଥିବା ପିସିସିଏଫ ମୁଖ୍ୟ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

ପଢନ୍ତୁ;  ଆଜି ଦ୍ୱିତୀୟ ଟି-୨୦: ରୋହିତ ବାହିନୀର ସିରିଜ ଲକ୍ଷ୍ୟ

Related posts

ପୁଣି ବାବଙ୍କ ନାଁରେ କଳଙ୍କ:ଦାତି ମହାରାଜଙ୍କ ବିରୋଧରେ ଆସିଲା ଦୁଷ୍କର୍ମ ଅଭିଯୋଗ

ENO Beuro

କେଉଁ ଦେଶ ପାଖରେ ରହିଛି ପରମାଣୁ ଅସ୍ତ୍ରର ସିକ୍ରେଟ କୋର୍ଡ, ଜାଣନ୍ତୁ ସେ ସମ୍ପର୍କ ରେ

ENO Beuro

Senior Journalist Gauri Lankesh Murder Case, Police Searching Evidence

ENO Beuro

Leave a Comment