EnewsOdia.Com

ହୋଲିରେ ମଦୁଆଙ୍କୁ ସାବାଡ଼୍‌ କରିବ ପୁଲିସର ସ୍ବତନ୍ତ୍ର ଟିମ୍‌

ଆସୁଛି ହୋଲି। ମାତିବେ ମଦୁଆ। ମଦ ପିଇ ଅନେକେ ଖେଳିବେ ହୋଲି। ଏଣୁ ନାନା ବିଶୃଙ୍ଖଳା ଘଟିବ। ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହୋଇଛି କିମସନରେଟ୍‌ ପୁଲିସ। ଏଥିପାଇଁ ଡିସିପି ଦାୟିତ୍ବରେ ଥିବା ଅତିରିକ୍ତ ସିପି ଅନୁପ କୁମାର ସାହୁ ୫ଟି ସ୍ବତନ୍ତ୍ର ଦଳ ତିଆରି କରିଛନ୍ତି। ଜଣେ ଜଣେ ଅଧିକାରୀଙ୍କ ନେତୃତ୍ବରେ ୫ଟି ପିସିଆର ଭ୍ୟାନ୍‌ ସହର ସାରା ପାଟ୍ରୋଲିଂ କରିବ। ରାସ୍ତା କଡ଼ରେ ଯେଭଳି ମଦ୍ୟପାନ ହେବ ନାହିଁ, ଏକାଠି ହୋଇ ଏକାଧିକ ଯୁବକ ଯେଭଳି ଦୀର୍ଘ ସମୟ ପର୍ଯ୍ୟନ୍ତ ଖଟି ନ କରିବେ ତାହା ଉପରେ ପୁଲିସ କଡ଼ା ନଜର ରଖିବ। କାହାର ଅନିଚ୍ଛା ସତ୍ତ୍ବେ ରଂଗ ବୋଳିବା, ଅଯଥାରେ ରାସ୍ତା ଅବରୋଧ କରି ଖଟି କରିବା ପ୍ରଭୃତି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ସେହିଭଳି ମଦୁଆ ଚାଳକଙ୍କ ଉପରେ କଡ଼ା ନଜର ରହିବ। ବିଭିନ୍ନ ଜାଗାରେ ଚେକିଂ କରାଯିବ। ଦ୍ରୁତ ଗତିରେ ଚଲାଉଥିବା ଚାଳକ ଓ ମଦୁଆ ଚାଳକଙ୍କୁ କୌଣସି ପରିସ୍ଥିତିରେ ଛଡ଼ା ଯିବ ନାହିଁ। ମୁଖ୍ୟ ରାସ୍ତା ସହ ଗଳିକନ୍ଦି ଉପରେ ସ୍ବତନ୍ତ୍ର ନଜର ରହିବ। ସେହିଭଳି ଖେଳ ସରିବା ପରେ ବିଭିନ୍ନ ନଦୀନାଳରେ ପ୍ରବଳ ଭିଡ଼ ହୋଇଥାଏ। ସ୍ନାନ କରିବା ପାଇଁ ସହରର କୋଣ ଅନୁକୋଣରୁ ଶହ ଶହ ଲୋକ ନଈପଠାରେ ପହଞ୍ଚିଥାନ୍ତି। ସେଠାରେ ଛୋଟ ଛୋଟ ଘଟଣାକୁ କେନ୍ଦ୍ର କରି ବି ଗଣ୍ଡଗୋଳ ହୋଇଥାଏ। କେତେକ ସ୍ନାନ କରିବା ବେଳେ ନଦୀରେ ବୁଡ଼ି ଯିବା ମଧ୍ୟ ସମ୍ଭାବନା ରହିଛି। ଏଣୁ ଏଥିପ୍ରତି ପୁଲିସ ଓ ଅଗ୍ନିଶମସେବା ସଂସ୍ଥା ମଧ୍ୟ ପ୍ରସ୍ତୁତ ରହିଛନ୍ତି।

ପଢନ୍ତୁ: କରୋନା ପାଇଁ ବାତିଲ ହେଲା ମୋଦିଙ୍କ ବାଲାଂଦେଶ ଗସ୍ତ

 

ସମ୍ବନ୍ଧିତ ଖବର

ଫେବୃଆରୀ ୧୯ ରୁ ମାଟ୍ରିକ୍‌ ପରୀକ୍ଷା

Ratnamani Maharana

ପରିବାର ସମେତ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି

Ratnamani Maharana

ଚୀନରେ ଏସଏଆରଏସ ଭାଇରସ ଆତଙ୍କ, ଭାରତ ପାଇଁ ସତର୍କ ଘଣ୍ଟି

Ratnamani Maharana

ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍

Ratnamani Maharana

ସାଧାରଣ ଲୋକ ହେବେ ସଡ଼କ ସୁରକ୍ଷା ସିଟିଜେନ୍ ରିପୋର୍ଟର

Ratnamani Maharana

ଦୌଡରାଣୀରୁ ହୋଟେଲ ମାଲିକାଣୀ ସାଜିଲେ ଦୂତୀ ଚାନ୍ଦ

Ratnamani Maharana