News

ବଦଳିବନି ସୁନ୍ଦରୀର ଠିକଣା

Untitled 1

ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ‘ସୁନ୍ଦରୀ’କୁ ଏବେ ଜଙ୍ଗଲକୁ ଛଡ଼ାଯିବ ନାହିଁ। ଏନକ୍ଲୋଜରରେ ରହି ସେ ଶିକାର ଭୁଲିଯାଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ସୁନ୍ଦରୀ କିଭଳି ଶିକାର କରିବା ପ୍ରବୃତ୍ତି ଫେରିପାଇବ ସେନେଇ ପ୍ରକୃତି ଭବନରେ ଏକ ବୈଠକରେ ଆଲୋଚନା କରାଯାଇଛି।  ସଂପ୍ରତି ସାତକୋଶିଆ ଏନ୍‌କ୍ଲୋଜରରୁ ‘ସୁନ୍ଦରୀ’କୁ ମହାନଦୀ ଓ୍ୱାଇଲ୍‌ଡ ଲାଇଫ୍‌ ଡିଭିଜନକୁ ସ୍ଥାନାନ୍ତର କରିବା ନେଇ ବିଚାର କରାଯାଉଛି। ଏନେଇ ଏନ୍‌ଟିସିଏ ଓ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ବାଘ ବଂଶ ବିସ୍ତାର ପାଇଁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଅଭୟାରଣ୍ୟରୁ ‘ସୁନ୍ଦରୀ’କୁ ଅଣାଯାଇଥିଲା। ମାତ୍ର ‘ସୁନ୍ଦରୀ’ ସାତକୋଶିଆ ଆସିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ବାସ୍ତବରେ ସୁନ୍ଦରୀ ଅଭୟାରଣ୍ୟର କୋର୍ ଅଞ୍ଚଳକୁ ନଯାଇ ଅଭୟାରଣ୍ୟ ପାଖାପାଖି ଅଞ୍ଚଳରେ ଘୂରି ବୁଲୁଥିଲା। ‘ସୁନ୍ଦରୀ’କୁ ସ୍ଥାନାନ୍ତର ନିମନ୍ତେ ଗାଁ ଲୋକେ ଦାବି କରିଥିଲେ। ଶେଷରେ ରାଜ୍ୟ ସରକାର ବାଘୁଣୀକୁ କାବୁ କରିବାକୁ ଚେଷ୍ଟା କରି ବିଫଳ ହେଲେ। ଟ୍ରାଙ୍କୁଲାଇଜ୍‌  ଟିମ୍‌କୁ ଚକ୍‌ମା ଦେଇ ସେ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ବାରମ୍ୱାର ବିଫଳ ହେବାରୁ ବନ ବିଭାଗ ଚନ୍ଦକାରୁ ‘ଯଶୋଦା’ ହାତୀକୁ ନେଇ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍‌ କରିଥିଲେ। ସେବେଠୁ ସୁନ୍ଦରୀ ଏନ୍‌କ୍ଲୋଜରରେ ରହିଛି।

ପଢନ୍ତୁ: ପାକିସ୍ତାନ ଆକାଶରେ ପୁଣି ଉଡିବ ଭାରତୀୟ ବିମାନ

Related posts

କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ମାରୁ ମାରୁ ମାରି ଦେଲି …..

ENO Beuro

ମୃତ୍ୟୁ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଫୁଟବଲ ଖେଳାଳି

ENO Beuro

୧୫ଟି ନୂଆ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂଆ ନିଯୁକ୍ତି ସୁଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ

ENO Beuro

1 comment

Leave a Comment