News

ଟିକ ଟକ କମ୍ପାନୀ ଭାରତରେ ଲଞ୍ଚ କରିବ ନୂଆ ଆପ

ଭାରତରେ ଟିକ ଟକ ଆପ  ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବା ପରେ ଗୁଗଲ ଏହାକୁ ପ୍ଲେଷ୍ଟୋରରୁ ହଟାଇଦେଇଛି। ପର୍ଣ୍ଣଗ୍ରାଫିକୁ ଉତ୍ସାହିତ  କରିବ ଓ ବ୍ୟବହାରକାରୀ ପିଲାଙ୍କୁ ଉତ୍ପିଡ଼କଙ୍କ କବଳରେ ପକାଇବ ବୋଲି କହି ‘ଟିକ୍‌ଟକ୍‌’ ନିଷିଦ୍ଧ କରିବାକୁ ଏପ୍ରିଲ୍‌ ୩ ତାରିଖ ଦିନ ମାଡ୍ରାସ୍‌ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ଯେଉଁ ୟୁଜରଙ୍କ ପାଖରେ ପୂର୍ବରୁ ଟିକ ଟକ ଆପ ଅଛି ସେମାନେ ଏହାକୁ ପୂର୍ବ ଭଳି ବ୍ୟବହାର କରୁଛନ୍ତି ଏବଂ ଏହା ପୂର୍ବ ଭଳି କାମ ମଧ୍ୟ କରୁଛି | ତେବେ ଏବେ ଟିକଟକ କମ୍ପାନୀ ଭାରତରେ ଲଞ୍ଚ  କରିବାକୁ ଯାଉଛି ଆଉ ଏକ ଆପ।

ByteDance ଚୀନର ଏକ ଷ୍ଟାର୍ଟ ଅପ କମ୍ପାନୀ ଭାରତରେ ଏକ ନୂଆ ଭିଡିଓ ଆପ ଲଞ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଭାରତରେ ଏହି ଆପର ୧୩୦ ମିଲିୟନ ଆକ୍ଟିଭ ୟୁଜର ଅଛନ୍ତି | କମ୍ପାନୀ ଭାରତରେ ବର୍ଷର ଶେଷ ପର୍ଯ୍ୟନ୍ତ କମ୍ପାନୀ ନିଜ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରି ୧୦୦୦ କରିବ ବୋଲି କହିଛି |ତେବେ ByteDance ଆପ ଭାରତରେ ଟିକ ଟକ ଆପକୁ ରିପ୍ଲେସ  କରିବ ନା ତାର ଅଲଗା ପ୍ଲାଟଫର୍ମ ପ୍ରସ୍ତୁତ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |
ପଢନ୍ତୁ: ହାର୍ଦିକ ପଟେଲଙ୍କୁ ଚାପୁଡ଼ା ମାରିବାର କାରଣ କହିଲେ ତରୁଣ: ରାଜନୈତିକ ନୁହେଁ ବ୍ୟକ୍ତିଗତ କାରଣ ଥିଲା

Related posts

ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

ENO Beuro

ପୁଣି ମାଟ୍ରିକ ପରୀକ୍ଷାର ଶେଷ ଦିନରେ ପ୍ରଶ୍ନପତ୍ର ଭାଇରାଲ

Ratnamani Moharana

ବରିଷ୍ଠ ଆଇପିଏସ ଅଧିକାରୀ ରାକେଶ ଆସ୍ଥାନା ଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ପଦୋର୍ନ୍ନତି

ENO Beuro

Leave a Comment