EnewsOdia.Com

ହ୍ୟାଙ୍ଗଓଭର ଉତାରିବା ଲାଗି ଆପଣାନ୍ତୁ ଏହି ଉପାୟ

ଆପଣ କୌଣସି ପାର୍ଟି କିମ୍ବା ଫଙ୍କସନକୁ ଯାଉଛନ୍ତିକି! ଯଦି  ହଁ ତେବେ ସେଠାରେ ଆପଣଙ୍କୁ ଟିକିଏ ଆଲକୋହଲ ତ ପିଇବାକୁ ପଡୁଥିବ ଅଥବା ଅଫିସ୍‌ର ଟେନ୍‌ସନ ଓ ଘର ଲୋକଙ୍କଠାରୁ ବଞ୍ଚିବା ପାଇଁ ବେଳେବେଳେ ପିଇବାକୁ ପଡିଥାଏ। ତେବେ ଆଲକୋହଲ ପିଇବାପରେ ହ୍ୟାଙ୍ଗଓଭର ହେବାତ ନିଶ୍ଚିତ। ତେବେ ଏହି ହ୍ୟାଙ୍ଗଓଭର ହଟାଇବା ଲାଗି କେତେକ ଟିପ୍ସ ପାର୍ଟି ପୂର୍ବରୁ ଓ କେତେକ ପାର୍ଟି ପରେ ଅନୁସରଣ କରିପାରିବେ।

ଖାଲି ପେଟରେ ପିଅନ୍ତୁନି

ପାର୍ଟିରେ ଯାଉଥିଲେ ଖାଇବା ପିଇବା ଜୋର୍‌ଦାର କରିବା ସାଧାରଣ କଥା। କିନ୍ତୁ ଧ୍ୟାନରେ ରଖନ୍ତୁ ଖାଲି ପେଟରେ କେବେ ବି ମଦ୍ୟପାନ କରନ୍ତୁ ନାହିଁ। ଏପରି କରିବା ଦ୍ବାରା ଆପଣଙ୍କର ପେଟ ଜନିତ ଅନେକ ସମସ୍ୟା ହେବା ସହିତ ଶୀଘ୍ର ହ୍ୟାଙ୍ଗଓଭର ହୋଇପାରେ। ପିଇବା ଆରମ୍ଭ କରିବା ପୂର୍ବରୁ ପାରାସିଟାମଲ କିମ୍ବା ଆଣ୍ଟାସିଡ୍‌ ଖାଇ ନିଅନ୍ତୁ। ଏପରି କରିବା ଦ୍ବାରା ହ୍ୟାଙ୍ଗଓଭର ଓ ଏସିଡିଟି ଦୂର ହୋଇଯିବ।

ପାଣି ପିଅନ୍ତୁ

ସକାଳୁ ଊଠିବା ପରେ ପ୍ରଥମେ ଯଥାସମ୍ଭବ ଅଧିକ ପାଣି ପିଅନ୍ତୁ। ବ୍ଲାକ୍‌ ଟି’, ଚା’ ଓ କଫି ନିହାତି ଭାବେ ସେବନ କରନ୍ତୁ। କଫିନ୍‌ ସେବନ କରିବା ଦ୍ବାରା ମସ୍ତିଷ୍କକୁ ଶୀଘ୍ର ଏନର୍ଜି ମିଳିଥାଏ। ନିଜକୁ ଓ୍ବାର୍ମଅପ୍‌ କରିବାକୁ ଚେଷ୍ଟା କରନ୍ତୁ ଓ ଠିକ୍‌ ସମୟରେ ଗାଧାନ୍ତୁ। ଏପରି କରିବା ଦ୍ବାରା ରାତିର ନିଶା ସକାଳୁ ଛାଡ଼ିଯିବ। କିଛି ମିଠା ନିହାତି ଭାବେ ଖାଆନ୍ତୁ। ତୁରନ୍ତ ଭଲ ଅନୁଭବ ହେବ।

ଶୋଇ ଯାଆନ୍ତୁ

ଯଦି ସମୟ ଅଛି, ତେବେ ସକାଳ ଜଳଖିଆ ଖାଇବା ପରେ କିଛି ସମୟ ପାଇଁ ଶୋଇ ଯାଆନ୍ତୁ। ଉଠିବା ପରେ ଗରମ ପାଣିରେ ମହୁ ମିଶାଇ ପିଅନ୍ତୁ କିମ୍ବା ଅଦା ଚା’ ପିଅନ୍ତୁ। ଆପଣଙ୍କ ଶରୀର ଓ ମସ୍ତିଷ୍କ ଉଭୟ ତାଜା ଅନୁଭବ କରିବ।

ଆଲ୍‌କୋହଲ ବଦଳରେ ଏସବୁ ଚୟନ କରନ୍ତୁ

ପାର୍ଟିରେ ଜରୁରୀ ନୁହେଁ, ଆପଣ କେବଳ ଆଲ୍‌କୋହଲ ଉପରେ ଫୋକସ୍‌ କରିବେ। ଆପଣ ସବୁ ପାର୍ଟିରେ ଯାଇ ବିଅର, ଭୋଡ୍‌କା, ୱାଇନ୍‌ କିମ୍ବା ଅନ୍ୟ ଆଲ୍‌କୋହଲ ଚୟନ କରିବେ। ଆପଣ କୋକ, ଜୁସ୍‌ କିମ୍ବା ଅନ୍ୟ ସଫ୍ଟ ଡ୍ରିଙ୍କସ୍‌ ମଧ୍ୟ ଚୟନ କରିପାରିବେ।

ପୂର୍ବରୁ କିଣି ରଖନ୍ତୁ ଟାବ୍‌ଲେଟ୍‌

ଏସିଡିଟିକୁ ଶାନ୍ତ କରିବା ଓ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ଲାଗି କେତେକ ଟାବ୍‌ଲେଟ୍‌ ପୂର୍ବରୁ ହିଁ କିଣି ସାଙ୍ଗରେ ରଖନ୍ତୁ। ଯାହାଫଳରେ ହ୍ୟାଙ୍ଗଓଭର ଉତୁରିବାବେଳେ ଶରୀର ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଏସିଡିଟି ଭଳି ସମସ୍ୟା କରିବ ନାହିଁ।

ପଢନ୍ତୁ: ଗର୍ଭାବସ୍ଥାରେ ଘୁଙ୍ଗୁଡ଼ି ମାରୁଥିଲେ ଗର୍ଭସ୍ଥ ଶିଶୁ ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ସମ୍ବନ୍ଧିତ ଖବର

ଆସନ୍ତୁ ଜାଣିବା ଶୀତଦିନେ ଅଣ୍ଡା ସେବନର ଫାଇଦା ସମ୍ପର୍କରେ

Ratnamani Maharana

ହାତରେ ଯଜ୍ଞସୂତା ବାନ୍ଧିବା ସ୍ବାସ୍ଥ୍ୟ ପାଇଁ ହିତକର

Ratnamani Maharana

ପିଆଜ କାଟିବା ସମୟରେ ଆଖିରୁ ଲୁହ ବାହାରୁଛି କି ? ଆପଣାନ୍ତୁ ଏହିସବୁ ଉପାୟ

Ratnamani Maharana

କେଶ ଝଡ଼ିବାରୁ ମୁକ୍ତି ଦିଏ ଏହି ତେଲ

Ratnamani Maharana

ପୁରୁଣା ଖବରକାଗଜକୁ ଘରକରଣା କାମରେ ବ୍ୟବହାର କରନ୍ତୁ, ଜାଣନ୍ତୁ କିପରି

Ratnamani Maharana

ଚଷମା ପିନ୍ଧିବାରୁ ମୁକ୍ତି ଚହୁଁଛନ୍ତି କି! ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

Ratnamani Maharana