LIFESTYLE

ରୋଷେଇ କରୁଥିବା ସମୟରେ ମହିଳାମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଅଧିକାଂଶ ସମୟରେ ରୋଷେଇ କରୁଥିବା ସମୟରେ ମହିଳାମାନେ ଅନ୍ୟମନସ୍କତା ବଶତଃ ଅନେକ ଦିଗ ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ । ଆଉ ଯେଉଁ କାରଣରୁ ଅନେକ ସମୟରେ ବିଭିନ୍ନ ପ୍ରକାରର ଅଘଟଣ ମଧ୍ୟ ଘଟିଥାଏ । କେବଳ ରୋଷେଇ ସମୟରେ ନୁହେଁ ଅନ୍ୟ କାମରେ ମଧ୍ୟ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ଅଟେ ।

ରୋଷେଇ ସଂପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଗ୍ୟାସ ଚୁଲା ବା ହିଟର କିମ୍ବା କାଠଚୁଲିରେ ରୋଷେଇ କରୁଥିଲେ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ । କାରଣ ଅଧିକାଂଶ ସମୟରେ ଗ୍ୟାସ ଚୁଲାର ନବ୍ ଖୋଲି ଦେଇ ପରେ ଲାଇଟର ମାରିଥାନ୍ତି । ଏପରି କରନ୍ତୁ ନାହିଁ । ଆଗେ ଲାଇଟର ଧରନ୍ତୁ । ନବ୍ ଖୋଲିବା ମାତ୍ରେ ଲାଇଟର ମାରି ନିଆଁ ଲଗାନ୍ତୁ । ସିଲିଣ୍ଡରର ରେଗୁଲେଟର କାମ ସରିଗଲା ପରେ ଭଲଭାବରେ ବନ୍ଦ କରି ଦିଅନ୍ତୁ ।

ରୋଷେଇ ଘର ଚଟାଣରେ ପାଣି ପଡିବାକୁ ଦିଅନ୍ତୁ ନାହିଁ । ତେଲ ତ ଆଦୌ ନୁହେଁ । କାରଣ ଟିକିଏ ଅସାବଧାନତା ହେଲେ ଗୋଡ ଖସି ଆହତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।ଖାଦ୍ୟଜିନିଷ କେତେବେଳେ ବି ଅଘୋଡା ଛାଡିଯିବେ ନାହିଁ ।

ଘରେ ଛୋଟ ପିଲା ଥିଲେ ରୋଷେଇ ଘରେ ଛୁରୀ,ପନିକି ଆଦି ହାତ ପାଆନ୍ତାରେ ରଖନ୍ତୁ ନାହିଁ ।ତେଲ କଢେଇରେ ତାତିଥିବାବେଳେ ତା ଭିତରେ ସିଧାସଳଖ ପନିପରିବା,କି ମସଲା ଛାଡନ୍ତୁ ନାହିଁ । କାରଣ ଏପରି କରିବା ଦ୍ୱାରା ତେଲ ଛଟିକି ଆଖି, ମୁହଁରେ ପଡି ଯିବାର ସମ୍ଭାବନା ରହିଛି ।

ପଢନ୍ତୁ ;

ରଣବୀର ସିଂଙ୍କ ଡ୍ରେସିଙ୍ଗ ସେନ୍ସକୁ ନେଇ ଚର୍ଚା

Related posts

ଋତୁସ୍ରାବ ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ

Ratnamani Moharana

କଣ ଆପଣଙ୍କ ଘରେ ଅଛି କି ଏହିସବୁ ଜିନିଷ ବାହାର କରିଦିଅନ୍ତୁ ହେବ ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୃପା

Jitendra

ଜାମୁକୋଳିରେ ଭରିରହିଛି ଅନେକ ଔଷଧୀୟ ଗୁଣ , ଜାଣନ୍ତୁ ଏହାକୁ ଖାଇବା ଦ୍ଵାରା କି ଲାଭ ମିଳିଥାଏ ?

ENO Beuro

Leave a Comment