LIFESTYLE

ଓଜନ କମିବା ପାଇଁ ରାତିରେ ଖାଆନ୍ତୁ ଏହି ସବୁ ଖାଦ୍ୟ

ଓଜନ କମେଇବା ପାଇଁ ସମସ୍ତେ ଚହାଁନ୍ତି । ଓଜନ କମାଇବା ଲାଗି ବ୍ୟାୟାମ ସହ ସଠିକ୍‌ ଡାଏଟ୍‌ ଜରୁରୀ । ଏଥିପାଇଁ କ’ଣ ଖାଇବେ କ’ଣ ନାହିଁ, ତାହା ଜାଣିବା ସହ କେଉଁ ସମୟରେ କେଉଁ ଖାଦ୍ୟ ଖାଇବେ ତାହା ମଧ୍ୟ ଜାଣିବା ଜରୁରୀ । ଅନେକ ଲୋକ ଓଜନ କମାଇବାକୁ ରାତିରେ କିଛି ଖାଆନ୍ତି ନାହିଁ । ଏହି କାରଣରୁ ବିଳମ୍ୱିତ ରାତିରେ ସେମାନଙ୍କୁ ଭୋକ ଲାଗେ ଓ ଠିକ୍‌ରେ ନିଅ ହୋଇନଥାଏ । ଭୋକ ଅଧିକ ହେଲେ ବାଧ୍ୟ ହୋଇ ସେମାନେ ଜଙ୍କ୍‌ ଫୁଡ ଖାଇଥାନ୍ତି, ଯେଉଁଥିରେ ଅଧିକ କ୍ୟାଲୋରୀ ଅଧିକ ଥାଏ । ଯାହା ଦ୍ଵାରା ଓଜନ ବୃଦ୍ଧି ହୋଇଥାଏ ।

ରାତିରେ ଏହି ସବୁ ଖାଦ୍ୟ ଖାଆନ୍ତୁ :-

ଦହି :- ଦହିରେ ପ୍ରୋଟିନର ମାତ୍ରା ଅଧିକ ରହିବା ସହ ସୁଗାର କମ୍‌ ରହିଛି । ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ପୂରିଲା ଭଳି ଲାଗେ ଏବଂ ଶୀଘ୍ର ଭୋକ ଲାଗେ ନାହିଁ ।

ଚେରି :- ଚେରିରେ ଆଣ୍ଟିଅକ୍ସିଡେଣ୍ଟ ରହିଛି । ରାତିରେ ଏହାକୁ ଖାଇବା ଦ୍ୱାରା ପେଟ ପୂରିବା ସହ ଭଲ ନିଦ ମଧ୍ୟ ହୋଇଥାଏ ।

ଅଣ୍ଡା :- ଅଣ୍ଡାରେ ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଛି । ଓଜନକୁ କମ୍‌ କରି ପେଟର ଚର୍ବି କମାଇବାକୁ ଚାହୁଁଥିଲେ ରାତ୍ରି ଭୋଜନରେ ସିଝା ଅଣ୍ଡା ସାମିଲ କରନ୍ତୁ ।

ବାଦାମ :- ବାଦାମରେ ୫ଗ୍ରାମ ପ୍ରୋଟିନ ରହିଛି । ଏହା ମାଂସପେଶୀକୁ ମଜଭୁତ ରଖେ । ଏଥିରେ ଫାଇବର ଥିବାରୁ ଶୀଘ୍ର ଭୋକ ଲାଗେ ନାହିଁ । ଏହା ଚର୍ବି କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ । ରାତିରେ ଶୋଇବା ପୂର୍ବରୁ ଆପଣ ବାଦାମ ଖାଇପାରିବେ । ରିସର୍ଚ୍ଚରୁ ଜଣାପଡିଛି ଫାଇବରଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଓଜନ କମ୍‌ ରହେ ।

ପଢନ୍ତୁ ;

ରିଲିଜ ପୂର୍ବରୁ ୧୯୦ କୋଟିରେ ବିକ୍ରି ହେଲା ସଲମାନ ଖାନଙ୍କ ରେସ୍‌୩

Related posts

ହଳଦୀର ବ୍ୟବହାର ରୁ ଆପଣ ପାଇ ପାରିବେ ଏହି ସବୁ ଫାଇଦା ; ଆସନ୍ତୁ ଜାଣିବା

ENO Beuro

ପୁରୁଷଙ୍କ ତୁଳନାରେ ମହିଳା ମାନେ ଅଧିକ ସୁସ୍ଥ

ENO Beuro

ତ୍ୱଚାରେ ଚମକ ଆଣିବା ସହ ପେଟ ସମସ୍ୟା ଦୂର କରିଥାଏ “ଷ୍ଟ୍ରବେରି”, ଜାଣିରଖନ୍ତୁ ସବୁବେଳେ କେଉଁ ଖାଦ୍ୟ ଖାଇବାଦ୍ୱାରା ତ୍ୱଚାର ଚମକ ବଜାୟ ରହିଥାଏ

ENO Beuro

Leave a Comment