LIFESTYLE

ସ୍ମରଣ ଶକ୍ତିକୁ ବଢାଇବାର ରାମବାଣ ଉପାୟ, ଏବେହିଁ ପଢନ୍ତୁ

ମଣିଷ ସବୁବେଳେ  ଚାହେଁ କି ତାହାର ସ୍ମରଣ ଶକ୍ତି ଭଲ ଥାଉ । ଯାହାଦ୍ଵାରା ସେ ସବୁ କଥାକୁ ମନେ ରଖି ପାରିବ ଏବଂ ଯେଉଁମାନେ ପଢୁଛନ୍ତି ସେମାନେ ସବୁ ପଢା କୁ ମନେ ରଖି ପାରୁଥିବେ । କୁହାଯାଏ କି ଯାହାର ସ୍ମରଣ ଶକ୍ତି ଭଲ ଥାଏ ତାହାକୁ ଜୀବନରେ ବେଶି ସଂଘର୍ଷ କରିବାକୁ ପଡେ ନାହିଁ ।ପରିବେଶ ଏବଂ ଅନ୍ୟ କାରଣ ଗୁଡିକର ପ୍ରଭାବରୁ ଆମର ସ୍ମରଣ ଶକ୍ତି ସାଧାରଣତଃ କ୍ଷୟ ହେବାକୁ ଲାଗିଥାଏ ।  ତେବେ ଚାଳନ୍ତୁ କେମିତି ଆପଣ ନିଜର ସ୍ମରଣ ଶକ୍ତିକୁ ବଢାଇ ପାରିବେ ତାହାର କିଛି ସହଜ ଉପାୟ ।

 

ସନ୍ତୁଳିତ ଖାଦ୍ୟ

ଖାଦ୍ୟ ମଣିଷ ଶରୀର ପାଇଁ କେତେ ଉପଯୋଗୀ ତାହା କରିବା ବାହୁଲ୍ୟ। ତେବେ ସନ୍ତୁଳିତ ଖାଦ୍ୟ ସ୍ମରଣ ଶକ୍ତି ବୃଦ୍ଧିକରିବାରେ ବେସ ସହାୟକ ହୋଇଥାଏ।  ସୋୟାବିନ ର ଅଟା ରେ ଫାୟଟୋସ୍ଟ୍ରୋଜେନ ନାମକ ପ୍ଲାଂଟ ହାର୍ମୋନ ଏବଂ ଭିଟାମିନ B ଭଲ ମାତ୍ରାରେ ଥାଏ । ଏହା କେତେକ ରୋଗରୁ ବଞ୍ଚାଇଥାଏ ଏବଂ ସ୍ମରଣ ଶକ୍ତି ବଢାଇ ଥାଏ ।

ବାଦାମ ସ୍ମରଣ ଶକ୍ତି ବୃଦ୍ଧି କରେ

ସବୁଦିନ ବାଦାମ ଖାଇବା ଦ୍ଵାରା ସ୍ମରଣ ଶକ୍ତି ବଢି ଥାଏ । ଯଦି ଆପଣ ୧୦ଟି ବାଦାମ ରାତିରେ ପାଣିରେ ଓଦାକରି ସକାଳେ ତାହର ଚୋପା ଚଢାଇ ଏବଂ ପେଶୀ ଗୋଟିଏ ଗ୍ଳାସ ଗରମ କ୍ଷୀରରେ ପକାଇ ପିଇବା ଭଲ ଅଟେ । ଆପଣ ସବୁ ଦିନ ଗୋଟିଏ ସେଓ ବି ଖାଇ ପାରିବେ ।

ପ୍ରଚୁର ପଣି ପିଇବା ଆବଶ୍ୟକ

ଆପଣ ରାତିରେ ପଢୁଛନ୍ତିକି! ତେବେ ଅଧ ଘଣ୍ଟା ଅଧ ଘଣ୍ଟା ଛାଢି ଥଣ୍ଡା ପାଣି ଗ୍ଳାସ ପିଇବା ଉଚିତ । ଏହା ଦ୍ଵାରା ଆପଣ ବେଶୀ ସମୟ ପର୍ଯ୍ଯନ୍ତ ଚାହିଁ ପାରିବେ ଏବଂ ଆପଣଙ୍କ ମୁଣ୍ଡ ସୂଚାରୁ ରୂପରେ କାର୍ଯ୍ୟ କରି ପାରିବେ । କିନ୍ତୁ ୧୧ ଟା ପରେ ଶୋଇଯିବା ଉଚିତ । ପାଠ ପଢିବା ସମୟରେ କେବେବି ଶୋଇକରୀ ପଢିବା ଉଚିତ ନୁହେଁ ।

ବ୍ୟାୟମ

ପ୍ରତିଦିନ ବ୍ୟାୟମ ଓ ଯୋଗ କରିବା ଦ୍ଵାରା ମନ ପ୍ରଫୁଲ ରହିବା ସହ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ।

Related posts

ନିୟମିତ ତ୍ରିଫଳା ପାଣି ପିଇବା ଦ୍ଵାରା କଣ ଲାଭ ମିଳିଥାଏ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

ENO Beuro

ଜଣ୍ଡିସ ରୋଗ ଦୂର କରିବା ପାଇଁ କେଉଁ ଜୁସ ପିଇବା ଶରୀର ପାଇଁ ଲାଭଦାୟକ ଜାଣନ୍ତୁ ?

ENO Beuro

Leave a Comment