ହିନ୍ଦୁ ଘରର ନାରୀକୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ। ତାଙ୍କର ନିଷ୍ଠା,ଧର୍ମ, କର୍ମ, ତପ ,ବଳରେ ଗୋଟେ ଘର ସ୍ୱର୍ଗ ହୁଏ। କିନ୍ତୁ କେତେକ ନାରୀମାନଙ୍କ ଖରାପଗୁଣ ଯୋଗୁ ଘରକୁ ନର୍କ ହୋଇଯାଇଥାଏ।
ଆସନ୍ତୁ ଜାଣିବା କେଉଁ ସବୁ ଗୁଣ ଥିଲେ ନାରୀକୁ ଅଲକ୍ଷଣି ବୋଲି କହିଥାଉ-
- ଯେଉଁ ନାରୀ ମାନେ ଗୁରୁବାର ଦିନ ସନ୍ଧ୍ୟା ସମୟରେ ପିଲାଙ୍କୁ ମାରନ୍ତି।
- ଯେଉଁ ନାରୀ ମାନେ ସନ୍ଧ୍ୟା ଗଡ଼ିଗଲେ ପୂଜା କରନ୍ତି।
- ଯେଉଁ ନାରୀ ମାନେ ଗୁରୁବାର ଦିନ ପୋଡ଼ା ଦ୍ରବ୍ୟ ଖାଏ।
- ଯେଉଁ ନାରୀ ମାନେ ଶଯ୍ୟ ବଙ୍କା କରିଣ ବିଛାଏ।
- ଯେଉଁ ନାରୀ ମାନେ ଶାଶୁ ଶ୍ୱଶୁରଙ୍କ କଥା ମାନନ୍ତି ନାହିଁ ।
- ଯେଉଁ ନାରୀ ମାନେ ଉଲଗ୍ନ ହୋଇ ଶୟନ କରେ।
- ଯେଉଁ ନାରୀ ମାନେ ଆଳସ୍ୟ କାରଣରୁ ପାଦ ନ ଧୋଇ ଭୋଜନ କରନ୍ତି।
- ଯେଉଁ ନାରୀ ମାନେ ଗୁରୁବାର ଦିନ କୁଷ୍ମାଣ୍ଡ ଫଳ କାଟନ୍ତି।
- ଯେଉଁ ନାରୀ ମାନେ ଭୋଜନ ସମୟେ ଭୂମିରେ ଅନ୍ନ ପକାନ୍ତି।
- ଯେଉଁ ନାରୀ ମାନେ ଅଧିକା ଖାଦ୍ୟ ଆଣି ଅନ୍ନ ଫୋପାଡ଼ି ଦିଅନ୍ତି।
- ଯେଉଁ ନାରୀ ମାନେ ଗୁରୁବାର ଦିନ ଚୁଲି ଭଲ ଭାବେ ସଫା କରନ୍ତି ନାହିଁ।
- ଯେଉଁ ନାରୀ ମାନେ ଗୁରୁବାର ଦିନ ଶୁକ୍ଳ ଲୁଗା ପିନ୍ଧନ୍ତି ନାହିଁ।
ପଢନ୍ତୁ;ମଧୁମେହ ରୋଗରୁ ରକ୍ଷା ଦେଇଥାଏ “ଜାମୁକୋଳି” ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ