• Home
  • LIFESTYLE
  • ବିବାହର ପ୍ରଥମ ରାତିରେ ଜୀବନ ସାଥି ସହ କ’ଣ କଥା ହେବା ଉଚିତ ଆସନ୍ତୁ ଜାଣିବା
LIFESTYLE

ବିବାହର ପ୍ରଥମ ରାତିରେ ଜୀବନ ସାଥି ସହ କ’ଣ କଥା ହେବା ଉଚିତ ଆସନ୍ତୁ ଜାଣିବା

ବୈବାହିକ ଜୀବନ କିପରି ଖୁସିରେ ରହିବ କିଛି ଟିପ୍ସ

ବର୍ତ୍ତମାନ ଚାଲିଛି ବିବାହ ଋତୁ। ବିବାହ ସାତ ଜନ୍ମର ବନ୍ଧନ ହୋଇଥାଏ । ପୁଅ ହୁଅନ୍ତୁ ବା ଝିଅ ସମସ୍ତେ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି । ଖାସ୍‌ କରି ପ୍ରଥମ ରାତିକୁ ନେଇ ଉଭୟଙ୍କ ମନରେ ଭୟ ଏବଂ ଖୁସି ରହି ଥାଏ । ସେହି ସମୟରେ କ’ଣ କଥା ହେବେ, କ’ଣ କଥା ହେବେ ନାହିଁ, ତାହା ସମସ୍ତେ ଭାବିଥାନ୍ତି । ଡ଼ରରେ କିଛି ଲୋକ ଜୀବନସାଥୀକୁ ଏମିତି କଥା କହି ଦିଅନ୍ତି ଯାହା ସମ୍ପର୍କକୁ ଖରାପ କରିଦିଏ ।  ଆଜି ଆମେ ଆପଣଙ୍କୁ ଜଣାଇବୁ ବିବାହର ପ୍ରଥମ ରାତିରେ କେଉଁ ସବୁ କଥା ନ ହେବା ଦରକାର ଆସନ୍ତୁ ଜାଣିବା ।

ବିବାହର ପ୍ରଥମ ରାତିରେ ଅତୀତ ବିଷୟରେ କଥା ହୁଅନ୍ତୁ ନାହିଁ । ଏହା ଆପଣଙ୍କ ନବନିର୍ମିତ ସମ୍ପର୍କକୁ ଖରାପ କରିବା ସହ ପ୍ରଥମ ରାତିକୁ ମଧ୍ୟ ଖରାପ କରିଦେବ । ଏ ବିଷୟରେ କଥା ନ ହୋଇ କିପରି ଏହି ଦିନଟିକୁ ସ୍ମରଣୀୟ କରିବେ ସେ ବିଷୟରେ ଭାବନ୍ତୁ ।ବିବାହର ପ୍ରଥମ ରାତିରେ ଅତୀତ ବିଷୟରେ କଥା ହେବା ଦ୍ଵାରା ଆପଣଙ୍କ ସମ୍ପର୍କରେ ତିକ୍ତତା ଆସିବ ।

ପ୍ରଥମ ରାତିରେ ବିବାହ ସମୟରେ ଝିଅ ବା ପୁଅ ଘର ପକ୍ଷରୁ ହୋଇଥିବା ଅସୁବିଧା ବିଷୟରେ କଥା ହୁଅନ୍ତୁ ନାହିଁ । ଏହା ଆପଣଙ୍କ ସାଥୀଙ୍କ ମନକୁ ଦୁଃଖ ଦେବା ସହ ପ୍ରଥମ ରାତିକୁ ଖରାପ କରିଦେବ । ଏ କଥା ନ ହୋଇ ଆପଣଙ୍କ ସାଥୀକୁ ପ୍ରଶଂସା କରନ୍ତୁ । ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ।

ଯଦି ଆପଣ ବିବାହ ପୂର୍ବରୁ କେବଳ ନିଜେ କଥା କହିବା ଅଭ୍ୟାସ ରଖିଛନ୍ତି, ତେବେ ତାହା ବଦଳାନ୍ତୁ । କାରଣ ବିବାହ ପରେ ଦୁଇ ଜଣଙ୍କୁ ଦୁଇ ଜଣଙ୍କ କଥା ଶୁଣିବାର ଅଭ୍ୟାସ ରଖିବାକୁ ପଡ଼ିବ । ତା’ ନହେଲେ ପ୍ରଥମ ରାତିରୁ ହିଁ ସମ୍ପର୍କ ଖରାପ ହୋଇଯିବ ।

କିଛି ଲୋକ ନିଜର ପ୍ରଥମ ରାତିରେ ନିଶା ସେବନ କରନ୍ତି । ଯଦି ଆପଣ ଏପରି କରିବେ ବୋଲି ଭାବୁଛନ୍ତି ତେବେ ନିଜର ମନ ବଦଳାଇ ଦିଅନ୍ତୁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ସାଥୀ ଆପଣଙ୍କୁ ଭୁଲ ବୁଝିବା ଆରମ୍ଭ କରିବା ସହ ଦୂରତା ଅବଲମ୍ବନ କରିପାରନ୍ତି ।

ବିବାହର ପ୍ରଥମ ରାତିରେ ଜୀବନ ସାଥି ସହ କ’ଣ କଥା ହେବା ଉଚିତ ଆସନ୍ତୁ ଜାଣିବା couple pic

ପଢନ୍ତୁ ;

ପ୍ଲାଷ୍ଟିକ୍ କିମ୍ବା ପେପର କପରେ ଚା’ ପିଉଛନ୍ତି କି ? ସାବଧାନ୍ ! କ୍ୟାନସର ରୋଗରେ ଶିକାର ହୋଇପାରନ୍ତି ।

Related posts

ଆଖିର ଦୃଷ୍ଟିଶକ୍ତି କମ ହେବାକୁ ନେଇ ଚିନ୍ତିତ ଅଛନ୍ତି କି? ଜାଣିରଖନ୍ତୁ ଏଥିପାଇଁ କିଛି ଘରୋଇ ଉପଚାର!

Krishna Kumar Manoj

ହୃଦଘାତ ଆଶଙ୍କାକୁ କମ୍ କରେ ପିଆଜ ଚୋପା,ଆସନ୍ତୁ ଜାଣିବା

Krishna Kumar Manoj

ଆସନ୍ତୁ ଜାଣିବା ନଡିଆ ତେଲ ସ୍ୱାସ୍ଥ୍ୟ କାହିଁକି ଲାଭଦାୟାକ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More