LIFESTYLE

ତେଲିଆ ତ୍ୱଚା ପାଇଁ ଚିନ୍ତିତ ଅଛନ୍ତି କି ? ତେବେ ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର !

ନିଜ ଚେହେରାକୁ ନେଇ ସମସ୍ତେ ଚିନ୍ତାରେ ଥାଆନ୍ତି। ନିଜ ତ୍ଵଚାକୁ ଚିକଣ ଏବଂ ଉଜ୍ଜଳ କରିବାକୁ ସମସ୍ତେ ଚାହିଁଥାନ୍ତି । ସାଧାରଣତଃ ତ୍ୱଚା ୪ ପ୍ରକାରର ଯଥା ସାଧାରଣ ତ୍ୱଚା , ଶୁଷ୍କ , ତେଲିଆ ଓ ସମ୍ବେଦନଶୀଳ । ତେଲିଆ ତ୍ୱଚାର କାରଣ ହରମୋନରେ ପରିବର୍ତ୍ତନ ତଥା ଆପଣଙ୍କ ଅନିୟମିତ ଜୀବନଶେଳୀ । ତୈଳାକ୍ତ ତ୍ୱଚାଯୋଗୁଁ ଆଖି ତଳେ କଳା ଦାଗ ହେବାର ଅଧିକ ଭୟ ରହିଥାଏ । ଏହାସହ ତେଲିଆ ତ୍ୱଚା ଯୋଗୁଁ ମୁହଁରେ ବ୍ରଣ,କଳାଦାଗ ଆଦି ହୋଇଥାଏ ।

ଏପରି ତ୍ୱଚାରୁ କିପରି ରକ୍ଷା ପାଇବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଲିମ୍ବ ପାଉଡର ,ମୁଲତାନି ମାଟି, ଚନ୍ଦନ ପାଉଡରକୁ ସମ ପରିମାଣରେ ଗୋଲାପ ଜଳ ସହ ମିଶାଇ ସପ୍ତାହରେ ଦୁଇଥର ଚେହେରାରେ ଲଗାନ୍ତୁ । ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ ।
  • ପ୍ରତିଦିନ ଅତିକମରେ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁୁ । ତେଲ ମସଲା, ରାଗଯୁକ୍ତ ଖାଇବାରୁ ଦୂରେଇ ରୁହନ୍ତୁ । ଏପରି କରିବା ଦ୍ୱାରା ଆପଣ ତେଲିଆ ତ୍ୱଚାରୁ ରକ୍ଷା ପାଇପାରିବେ ।
  • ଚେହେରାର ଛିଦ୍ରରୁ ତେଲ ଓ ମଇଳା ସଫା କରିବା ପାଇଁ କ୍ଲିନଜର ବ୍ୟବହାର କରନ୍ତୁ । ତା’ପରେ ଆପଣ ଅଳ୍ପ ଉଷୁୁମ ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ । ଗୋଟିଏ ଦିନରେ ୨ ରୁ ୩ ଥର ଚେହେରେକୁ ଧୁଅନ୍ତୁ ।ଏହାସହ ଚେହେରାରେ ଟୋନର ଲଗାନ୍ତୁ ଯାହାଦ୍ୱାରାେ ତ୍ୱଚାର ଛିଦ୍ର ବନ୍ଦ ହୋଇଯିବା । ଟୋନର ଭାବେ ଆପଣ ଗୋଲାପ ଜଳ ମଧ୍ୟ ବ୍ୟବହାର କରିପାରିବେ।
  • ସ୍ୱାସ୍ଥ୍ୟକର ଆହର ସେବନ କରନ୍ତୁ । ତେଲିଆ ଓ ଅଧିକ ଫ୍ୟାଟ ଥିବା ଖାଦ୍ୟରୁ ଦୂରେଇ ରୁହନ୍ତୁ।

ପଢନ୍ତୁ;

ଡବ୍ଲ୍ୟୁଡବ୍ଲ୍ୟୁଇର ମହତ୍ଵପୂର୍ଣ୍ଣ ଘୋଷଣା : ‘ର’ ଏବଂ ‘ସ୍ମାକଡାଉନ’ ପ୍ରଥମ ଥର ହିନ୍ଦୀ କମେଣ୍ଟ୍ରି ସହିତ ହେବ ସିଧା ପ୍ରସାରଣ

Related posts

ଉତ୍ତମ ସ୍ୱାସ୍ଥ୍ୟ ଚାହୁଁଛନ୍ତି କି? ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା!

ENO Beuro

ଆଖିରୁ ପାଣି ବାହାରୁଛି କି ?ଦୃଷ୍ଟି ଶକ୍ତି ହରାଇବାର ସମ୍ଭାବନା ରହିଛି ,ଆସନ୍ତୁ ଜାଣିବା ଘରୋଇ ଉପଚାରରେ କିପରି ଆଖିକୁ ସୁରକ୍ଷିତ ରଖିପାରିବେ

ENO Beuro

ଆପଣ ଜାଣିଛନ୍ତି କି ? ସ୍ଵାମୀକୁ ପରେମେଶ୍ଵର ବୋଲି କାହିଁକି କୁହାଯାଇଥାଏ ! ଜାଣନ୍ତୁ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More