LIFESTYLE

ହୋଲିରେ ରଙ୍ଗ ଖେଳିଲା ବେଳେ କିପରି ସୁରକ୍ଷିତ ରହିବା ! ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା

ଆଗକୁ ଆସୁଛି ହୋଲି। ଏହି ହୋଲିରେ ରଙ୍ଗ ଖେଳିବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ଏହି ରଙ୍ଗ ତ୍ୱଚା ପାଇଁ ଯେତେ ବି ଅପକାରୀ ହେଉ ପଛେ ରଂଗ ଖେଳିବା ସହିତ ଭାରତୀୟମାନେ କେବେ ସାଲିସ୍‌ କରନ୍ତି ନାହିଁ। ବର୍ଷକୁ ମାତ୍ର ଥରେ ଆସି ଏହି ଦିନ ସମସ୍ତଙ୍କ ଜୀବନକୁ ରଂଗୀନ କରିଥାଏ।

ଶ୍ରତ୍ରୁତାକୁ ଭୁଲି ଏହି ଦିନେ ଲୋକେ ପରସ୍ପରଙ୍କୁ ରଂଗ ଲଗାଇ ରଂଗୀନ କରିଥାନ୍ତି। ତେବେ, ଆବଶ୍ୟକୀୟ ସତର୍କତା ଅବଲମ୍ବନ ନକଲେ ହୋଲି ଖେଳ କାଳ ପାଲଟିଯାଏ। ବେଳେ ବେଳେ ଏହା ଆଖିକୁ ପ୍ରଭାବିତ କରେ ତ କେବେ ପୁଣି ମୁହ୍ନରେ ବ୍ରଣ ଆସିଯାଇଥାଏ।

ତେବେ ଆସନ୍ତୁ ଜାଣିବା କେମିତି ରଙ୍ଗ ଖେଳିଲେ ଆମେ ମଜା ଉଠାଇବା ସହ ନିଜକୁ ସୁରକ୍ଷିତ ରଖିପାରିବା-

  • ପ୍ରଥମେ ଗ୍ଲାସ୍‌ ପିନ୍ଧନ୍ତୁ। ଆଖିରେ ରଙ୍ଗ ଲାଗିଲେ, ନ କୁଣ୍ଡାଇ ଥଣ୍ଡା ପାଣିରେ ଧୁଅନ୍ତୁ। ସାବୁନ ଲଗାଇବା ଅନୁଚିତ।
  • କଡ଼ା ରାସାୟନିକ ରଙ୍ଗ ଛଡ଼ାଇବା ପାଇଁ କିରୋସିନ୍‌ ବ୍ୟବହାର କରନ୍ତୁ। ହଳଦି ଲଗାଇବାଦ୍ଵାରା ମଧ୍ୟ ରଙ୍ଗ ଛାଡ଼ିିଯାଏ।
  • ଚେହାରାକୁ ରଗଡ଼ନ୍ତୁନାହିଁ। ଏହା ଦ୍ଵାରା ଚର୍ମର କ୍ଷତି ହୁଏ। ଗାଧୋଇବା ପୂର୍ବରୁ ମୁହଁରେ ମୁଲତାନୀ ମାଟି ଲଗାନ୍ତୁ। ଶୁଖିଯିବା ପରେ ପାଣିରେ ଧୋଇଲେ, ରଙ୍ଗ ସହଜରେ ଛାଡ଼ିଯାଏ।
  • ଆଉ ହଁ ହୋଲି ରଙ୍ଗ ଖେଳିବା ପୂର୍ବରୁ ସାରା ଦେହରେ ସୋରିଷ ତେଲ ମାଲିସକରନ୍ତୁ। ଭଲ କ୍ରିମ୍‌ ବି ଲଗାଇପାରନ୍ତି।
  • ମୁହଁ ଓ ଦେହରେ ସନ୍‌ ସ୍କ୍ରିନ୍‌ ଲୋସନ୍‌ ଲଗାନ୍ତୁ। ତେଲ, ସନ୍‌ ସ୍କ୍ରିନ୍‌ ଲୋସନ୍‌ ଆଦି ରଙ୍ଗ ଭେଦିବାକୁ ଦିଏନାହିଁ। ରଙ୍ଗର ରାସାୟନିକ ପ୍ରଭାବରୁ ସୁରକ୍ଷା ଦିଏ। ରଙ୍ଗ ସହଜରେ ଛାଡ଼ିଯାଏ।

ପଢନ୍ତୁ;

୮ମ ରୁଚି ଓଡିଆ ଫିଲ୍ମ ଫେୟାର ଆୱାର୍ଡ : ମାର୍ଚ୍ଚ ୪ ତାରିଖରେ ଝୁମିବ ପ୍ରଦର୍ଶନୀ ପଡିଆ , ଝୁମିବେ ଦର୍ଶକ

Related posts

ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର

ENO Beuro

ଖରାଦିନେ ଘିମିରିକୁ ନେଇ ଚିନ୍ତିତ କି? ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ସମ୍ପର୍କରେ

Ratnamani Moharana

ଝିଅର ମାତା-ପିତା ଝିଅର ପ୍ରେମିକାକୁ ପ୍ରଥମ ଦେଖରେ କେଉଁ ପ୍ରଶ୍ନ କରନ୍ତି ଜାଣନ୍ତୁ

ENO Beuro

1 comment

Leave a Comment