LIFESTYLE

ବ୍ରେକଅପ ପରେ ଆପଣ ଅବସାଦରେ ରହୁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ

ଆଜିକାଲିର ଏ ମର୍ଡନ ଦୁନିଆରେ ସମ୍ପର୍କର ମୂଲ୍ୟ ମନୁଷ୍ୟ ମନରେ ଧୀରେ ଧୀରେ କମି କମି ଯାଉଛି । ସେଥିପାଇଁ ଯୁବପିଢି ମାନଙ୍କ ମଧ୍ୟରେ ଯେତେ ଶୀଘ୍ର ପ୍ରେମ ସମ୍ପର୍କ ଗଢି ଉଠୁଛି, ସେତେ ଶୀଘ୍ର ଏ ସମ୍ପର୍କ ଭାଙ୍ଗି ମଧ୍ୟ ଯାଉଛି । ମାତ୍ର ବ୍ରେକଅପ ପରର ସମୟ ଉଭୟ ଝିଅ ଓ ପୁଅ ପାଇଁ ଖୁବ କଷ୍ଟଦାୟକ ହୋଇଥାଏ । କିଛି ଲୋକ ତ ଏହି ଦୁଃଖକୁ ସାହି ନପାରି ଅବସାଦର ଶିକାର ହୁଅନ୍ତି ଓ ବେଳେବେଳେ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ନିଅନ୍ତି ।

ତେବେ ଆସନ୍ତୁ ଜାଣିବେ କେମିତି ରକ୍ଷା କରିବେ ନିଜକୁ ଅବସାଦର ଶିକାର ଠାରୁ :-

  • ଆପଣଙ୍କ ସମ୍ପର୍କ ଭାଙ୍ଗିବାର କାରଣ ଖୋଜନ୍ତୁ । ଏକ ଗବେଷଣା ରୁ ଜଣାପଡିଛି ଯେ ସମ୍ପର୍କ ଭାଙ୍ଗିବାର କାରଣ ଜଣାଥିଲେ ନିଜକୁ ସମ୍ଭାଳିବା ସହଜ ହୋଇଥାଏ ।
  • ଯେତେ ଦୂର ସମ୍ଭବ ନିଜ ପୂର୍ବତନ ପ୍ରେମିକ/ପ୍ରେମିକା ସହିତ ସମସ୍ତ ସମ୍ପର୍କ କାଟିଦିଅନ୍ତୁ । ତା ସହିତ ଯୋଡିହୋଇଥିବା କୌଣସି ସ୍ମୃତି କିମ୍ବା କୌଣସି ଜିନିଷ ନିଜ ପାଖରେ ରଖନ୍ତୁ ନାହିଁ । କୌଣସି ସୋସିଆଲ ମେଡିଆ ଦ୍ଵାରା ମଧ୍ୟ ଯୋଡିହୋଇ ରୁହନ୍ତୁ ନାହିଁ ।

breakup

  • ନିଜକୁ ଗୁରୁତ୍ଵ ଦିଅନ୍ତୁ । ନୂତନ ବନ୍ଧୁତ୍ଵ ସ୍ଥାପନ କରନ୍ତୁ । ନିଜ ବନ୍ଧୁବାନ୍ଧବ , ସମ୍ପର୍କୀୟ ଓ ପରିବାର ଲୋକଙ୍କ ସହିତ ଅଧିକ ସମୟ ବିତାନ୍ତୁ ।
  • ଯଦି କାହାକୁ କହିପାରୁନାହାନ୍ତି ତେବେ ନିଜ ବ୍ରେକଅପର କାରଣ ଲେଖିବାକୁ ଚେଷ୍ଟା କରନ୍ତୁ । କାରଣ ନିଜ ମନରେ ଚାଲୁଥିବା କଥା ଲେଖିଦେଲେ ମଧ୍ୟ ମନ ହଲ୍କା ଲାଗେ ।
  • ସବୁଠୁ ବଡ କଥା ହେଲା ଅବସାଦରୁ ନିଜକୁ ବର୍ତ୍ତେଇବା ପାଇଁ ନିଜକୁ ଖୁସି ଲାଗିଲା ଭଳି କାର୍ଯ୍ୟ କରନ୍ତୁ । ଯେମିତି ନାଚ କରିବା , ଚିତ୍ର କରିବା , ରୋଷେଇ କରିବା , ଗୀତ ଗାଇବା ।

ପଢନ୍ତୁ; ସକାଳେ ପିଅନ୍ତୁ ରସୁଣ ଚା’,ମିଳିବ ଏହି ସବୁ ଫାଇଦା

Related posts

ଅଧିକ ଲୁଣ ଖାଉଛନ୍ତି କି? ଜାଣିରଖନ୍ତୁ ପ୍ରତିଦିନ କେତେ ଲୁଣ ଖାଇବା ଶରୀର ପାଇଁ ଭଲ?

ENO Beuro

ଏକାଗ୍ରତା ବଢାଇବା ସହ ମସ୍କିଷ୍କ ଥଣ୍ଡା ରଖିଥାଏ ଚନ୍ଦନ ! ଆସନ୍ତୁ ଜାଣିବା ଏହାର କିଛି ଉପକାରିତା ସମ୍ପର୍କରେ

ENO Beuro

ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More