ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର କିୱି ଫଳ
କିୱି, ଏକ ଖଟା-ମିଠା ସ୍ୱାଦ ସହ, ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର |କିୱି ରେ କମଳା ଠାରୁ ଦୁଇଗୁଣ ଭିଟାମିନ୍-ସି ଅଧିକ ରହିଛି ତେଣୁ ଏହାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ |
Loading...
ଶୀତ ଧୀରେ ଧୀରେ ଆରମ୍ଭ ହେଇଗଲାଣି । ଏହି ସମୟରେ ହିଁ ଆପଣଙ୍କ ତ୍ୱଚା କିଛି ବିଶେଷ ଯତ୍ନ ଆବଶ୍ୟକ କରିଥାଏ ।
ଶୀତ ଧୀରେ ଧୀରେ ଆରମ୍ଭ ହେଇଗଲାଣି । ଏହି ସମୟରେ ହିଁ ଆପଣଙ୍କ ତ୍ୱଚା କିଛି ବିଶେଷ ଯତ୍ନ ଆବଶ୍ୟକ କରିଥାଏ । ଘରେ ଯଦିଓ ସହଜରେ ନିଜ ତ୍ୱଚାର ଧ୍ୟାନ ରଖା ଯାଇପାରିବ କିନ୍ତୁ କୌଣସି ଯାତ୍ରା କରୁଥିବା ସମୟରେ ମଧ୍ୟ ଆପଣ ନିଜ ତ୍ୱଚାର ଯତ୍ନ ନେବା କିଛିଟା କଠିନ ହୋଇଥାଏ । ଏହି ସମୟରେ ହୁଏତ ଆପଣଙ୍କ ପାଖରେ ପୁରା ସ୍କିନ କେୟାର ପ୍ରଡକ୍ଟ ନଥାଇ ପାରେ ବା ଆପଣଙ୍କ ପାଖରେ ନିଜ ତ୍ୱଚାର ଯତ୍ନ ନେବାକୁ ଯଥେଷ୍ଟ ସମୟ ନଥାଇପାରେ । କିନ୍ତୁ ଏହି ସମୟରେ କିଛି ବେଶିକ ଟିପ୍ସ ନିଶ୍ଚିତ ରୂପେ ଆପଣାନ୍ତୁ । ଆସନ୍ତୁ ଜାଣିବା କିଛି ବେଶିକ ଟିପ୍ସ ଗୁଡିକ ବିଷୟରେ ଯାହା ଯାତ୍ରା ସମୟରେ ମଧ୍ୟ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିପାରିବ ।
୧. ସାଧାରଣତଃ ଯାତ୍ରା ସମୟରେ ତ୍ୱଚା ଉପରେ ବହୁ ଧୂଳିମଳି ଜମି ଯାଇଥାଏ । ତେଣୁ ଏହି ସମୟରେ ନିଜ ମୁହଁକୁ ଭଲ ଭାବେ ଦିନକୁ ଦୁଇ ଥର ନିଜ ସ୍କିନକୁ ଏକ ଭଲ ଭାବେ ଧୁଅନ୍ତୁ । ସ୍କିନରେ ଜମି ଥିବା ଧୂଳି, ମାଟି, ପ୍ରଦୂଷଣକୁ ହଟେଇବା ପାଇଁ ଏହି ନିୟମ ପାଳନ କରିବା ନିହାତି ଦରକାର ।
୨.ଆଜିକାଲି ପ୍ରାୟ ପ୍ରତି ବ୍ରାଣ୍ଡର ପ୍ରଡକ୍ଟରେ ଟ୍ରାବେଳ ସାଇଜର ପ୍ୟାକ ଉପଲଵଧ ହେଉଛି । ଯଦି ଆପଣ ବେଶୀ ଜିନିଷ ନିଜ ସହ ନେବାକୁ ଚାହୁଁ ନାହାନ୍ତି ତେବେ ଟ୍ରବେଳ ସାଇଜ ପ୍ୟାକକୁ ନିଜ ସହ ଅବଶ୍ୟ ନେଇ ପାରିବେ ।
୩. ଆପଣ ଯୁଆଡେ ବି ଯାନ୍ତୁ ନିଜ ସହ ଏକ ଭଲ ବ୍ରାଣ୍ଡର ମଶ୍ଚୁରାଇଜର ନେଇ ଯାଆନ୍ତୁ । ହାତ ଧୋଇବା, ଚେହେରା ଧୋଇବା ବା ଗାଧେଇବା ପରେ ଚେହେରାକୁ ମଶ୍ଚୁରାଇଜ କରିବାକୁ ଆଦୌ ଭୂଲନ୍ତୁନି । ନଚେତ ଆପଣଙ୍କ ତ୍ୱଚା ତାର ପ୍ରାକୃତିକ ଉଜ୍ଜ୍ୱଳତା ହରାଇବ । ରାତିରେ ଶୋଇବା ପୂର୍ବରୁ ମଧ୍ୟ ନିଜ ହାତ, ପାଦ ଓ ମୁହଁରେ ମଶ୍ଚୁରାଇଜର ବା ବଡ଼ି ଲୋସନ ନିଶ୍ଚିତ ଲଗାନ୍ତୁ ।
୪. ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆପଣ ଯେଉଁଠିକି ବି ଯାଆନ୍ତୁ ସନ ସ୍କ୍ରିନ ଲଗାଇବାକୁ ଭୁଲିବେନି । ବହୁ ଜଣ ଶୀତ ଦିନେ ସନ ସ୍କ୍ରିନ ଲଗାଇବାକୁ ସେତେଟା ଗୁରୁତ୍ୱ ଦେଇନଥାନ୍ତି । କିନ୍ତୁ ପ୍ରକୃତରେ ଏହି ଋତୁରେ ହିଁ ସୂର୍ଯ୍ୟଙ୍କ କୁପ୍ରଭାବ ସ୍କିନ ଉପରେ ଅଧିକ ପଡିଥାଏ । ତେଣୁ ଏହି ସମୟରେ ଏହାର ଉପଯୁକ୍ତ ବ୍ୟବହାର ନକଲେ ସ୍କିନରେ ବ୍ଲାକ ସ୍ପଟ , ଡାର୍କ ସ୍ପଟ ଓ ସନ ବର୍ଣ ହେବାର ସମ୍ଭାବନା ବଢିଯାଏ । ଯଦି ଆପଣଙ୍କ ତ୍ୱଚା ଅଧିକ ସେନସିଟିଭ ହୋଇଥାଏ ତେବେ ଏହି ସମସ୍ୟା ଦେଖାଯିବାର ସମ୍ଭାବନା ଅଧିକ ଥାଏ ।
୫. ଆଉ ମନେ ରଖନ୍ତୁ ଶୀତରୁ ରକ୍ଷା ପାଇବା ପାଇଁ ଅଧିକ ଗରମ ପାଣିରେ ଜମା ବି ଗାଧେଇବେ ନାହିଁ । କାରଣ ଅଧିକ ଗରମ ପାଣି ତ୍ୱଚାରୁ ତାର ପ୍ରାକୃତିକ କୋମଳତାକୁ ନଷ୍ଟ କରିଦେଇଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
କିୱି, ଏକ ଖଟା-ମିଠା ସ୍ୱାଦ ସହ, ଆଣ୍ଟିଅକ୍ସିଡାଣ୍ଟ ଏବଂ ସୁସ୍ଥ ପୁଷ୍ଟିକର ଖାଦ୍ୟରେ ଭରପୂର |କିୱି ରେ କମଳା ଠାରୁ ଦୁଇଗୁଣ ଭିଟାମିନ୍-ସି ଅଧିକ ରହିଛି ତେଣୁ ଏହାକୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ |
କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ। ସୋରିଷ ଶାଗ ଖାଇବା ପାଇଁ ଲୋକମାନେ ବହୁ ପସନ୍ଦ କରିଥାନ୍ତି ।
ପ୍ରାୟତଃ ମୋଟାପଣ ଓ ଲଗାତାର ଓଜନ ବଢିବାରେ ମିଠାର ଯୋଗଦାନ ସର୍ବାଧିକ । ସୋଢା, ଜୁସ୍ ଓ ମିଠା ଚା’ ସାଧାରଣତଃ ଚିନିରେ ଭରା ।