Loading...

ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବିଜୟ ଶଙ୍କର

ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବିଜୟ ଶଙ୍କର

ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବିଜୟ ଶଙ୍କର । ତିର୍ତ୍ତୋଲ ବିଧାୟକ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି ।

ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ପ୍ରେମ ବିବାଦରୁ ସମ୍ପୂର୍ଣ୍ଣ ମୁକୁଳି ପାରିନଥିବା ବେଳେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ବିଜୟ ଶଙ୍କର । ତିର୍ତ୍ତୋଲ ବିଧାୟକ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଙ୍କ ନିକଟରେ ଆବେଦନ କରିଛନ୍ତି । ହେଲେ ବାନ୍ଧବୀ ସୋମାଲିକାଙ୍କୁ ନୁହେଁ, ପ୍ରତୁଷା ନନ୍ଦ ନାମକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ସେ ଆବେଦନ କରିଛନ୍ତି । ଏନେଇ କଟକ ସବ ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ।

ଗତ ମାସ ୨୧ ତାରିଖରେ ବିବାହ ପାଇଁ କଟକ ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି ବିଜୟ । ଆବେଦନର ଏକ ମାସ ପରେ ଉଭୟ ସବ-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ହାଜର ହେବେ । ଏହି ସମୟରେ ୩ ଜଣ ସାକ୍ଷୀ ମଧ୍ୟ ଉପସ୍ଥିତ ରହିବେ । ତେବେ ୯୦ ଦିନ ମଧ୍ୟରେ ବିବାହ ପ୍ରକ୍ରିୟା ଶେଷ ହେବ ବୋଲି କଟକ ଜିଲ୍ଲା ସବରେଜିଷ୍ଟ୍ରାର ଗୋପବନ୍ଧୁ ପରିଡା ସୂଚନା ଦେଇଛନ୍ତି । ତେବେ ଯେଉଁ ଯୁବତୀଙ୍କ ସହ ବିଧାୟକଙ୍କ ନୂଆ ପ୍ରେମ ଗଢି ଉଠିଥିବା ଚର୍ଚ୍ଚା ହେଉଥିଲା ସେହି ଯୁବତୀଙ୍କ ସହିତ ବିବାହ ପାଇଁ ସେ ଆବେଦନ କରିଥିବା ଚର୍ଚ୍ଚା ହେଉଛି ।

ପୂର୍ବତନ ବାନ୍ଧବୀ ସୋମାଲିକା ଦାସ ଏହି ଯୁବତୀଙ୍କ ସହ ବିଜୟ ଶଙ୍କରଙ୍କ ସମ୍ପର୍କ ନେଇ ଅନେକ ଥର ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଥାନାଠାରୁ ଆରମ୍ଭ କରି କୋର୍ଟ ପର୍ଯ୍ୟନ୍ତ ମାମଲା ପହଞ୍ଚିଥିଲା । ସୋମାଲିକାଙ୍କ ଅଭିଯୋଗ ବିଜୟ ଶଙ୍କରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରି ରଖିଛି । ପୂର୍ବତନ ବାନ୍ଧବୀ ସୋମାଲିକା କୋର୍ଟରେ ବିଜୟ ଶଙ୍କରଙ୍କ ନାଁରେ କରିଥିବା ଅଭିଯୋଗରୁ ବିଧାୟକ କ୍ଲିନଚିଟ୍ ପାଇ ନାହାନ୍ତି । ଏଭଳି ସ୍ଥିତିରେ ସେ ଅନ୍ୟ ଜଣେ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଆବେଦନ କରିଛନ୍ତି । ପୁଣି ବିବାହ ପାଇଁ ଆବେଦନ ବିଜୟ ଶଙ୍କରଙ୍କ ପାଇଁ ଆଗକୁ ଅଡ଼ୁଆ ସୃଷ୍ଟି କରିବ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.