News

ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ଗୁଳି,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

bank

ଟିଟିଲାଗଡ଼ ବ୍ଲକ ବିଜେପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜର କୌଶଳ କେନ୍ଦ୍ର ଦୋରାଙ୍କୁ ଗୁଳିମାଡ । ବ୍ୟାଙ୍କ କାର୍ଯ୍ୟ ଚାଲୁଥିବ ବେଳେ ହଠାତ ବ୍ୟାଙ୍କ ଭିତରକୁ ପସି ଆସିଥିଲେ ତିନିଜଣ ଦୁର୍ବୃତ୍ତ । ମ୍ୟାନେଜରଙ୍କ ଉପରକୁ ତିନି ରାଉଣ୍ଡ ଗୁଳି ଫାୟାର କରିଥିଲେ । ଗୁଳି ମାଡ଼ରେ ବ୍ୟାଙ୍କ ମ୍ୟାନେଜର ଗୁରୁତର ଆହତ ହୋଇଛନ୍ତି ।

bank

ସୂଚନା ଅନୁସାରେ, ଗତକାଲି ବ୍ୟାଙ୍କ ଖୋଲାଯିବାର କିଛି ଘଣ୍ଟା ପରେ ଦୁଇ ଜଣ ଦୁର୍ବୃତ୍ତ ମଙ୍କି କ୍ୟାପ ପିନ୍ଧି ବ୍ୟାଙ୍କ୍ ଭିତରକୁ ପଶିଥିଲେ। ବ୍ୟାଙ୍କ୍ ମ୍ୟାନେଜରଙ୍କ ପାଖକୁ ଯାଇ ନୂଆ ଆକାଉଣ୍ଟ ଖୋଲିବା ପାଇଁ ଫର୍ମ ମାଗିଥିଲେ। ଏହି ସମୟରେ ଦୁଇ ଦୁର୍ବୃତ୍ତ ହଠାତ୍ ପିସ୍ତଲ ବାହାର କରି ମ୍ୟାନେଜରଙ୍କୁ ଗୁଳି କରି ସେଠାରୁ ଫେରାର ହୋଇଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ମ୍ୟାନେଜରଙ୍କ ପେଟରେ ବାଜିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗୁରୁତର ଆହତ କୌଶଳ ଚନ୍ଦ୍ର ଦୋରାଙ୍କୁ ଟିଟିଲାଗଡ଼ ଡାକ୍ତରଖାନ ଓ ପରେ ବଲାଙ୍ଗୀର ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ପୋଲିସ ଏ ଘଟଣାରେ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଧରିବା ପାଇଁ ଖୋଳତାଡ କରୁଛି ।

ପଢନ୍ତୁ; ଓଡିଶା ଗସ୍ତରେ ଆସିବେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ,ନବୀନଙ୍କୁ ଭେଟିବେ କେସିଆର

Related posts

ପାକୟୋଙ୍ଗ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

ଓଡିଆ ଝିଅ ସ୍ଵପ୍ନା ‘ମିସ୍‌ ଟୁରିଜିମ୍‌ ଆଣ୍ଡ୍‌ କଲ୍‌ଚର୍‌ ୟୁନିଭର୍ସ’ ପ୍ରତିଯୋଗିତାରେ ତୃତୀୟ

ENO Beuro

ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଲେ : ଡିଜି ,ୟୁପି ପ୍ରଶାସନ ଉପରେ କ’ଣ ପଡିବ ପ୍ରଭାବ ?

ENO Beuro

Leave a Comment