News

ଟିଟୋର ଗୋ’ଚାଲାଣ କିଙ୍ଗପିନ ଗିରଫ

ବାଂଲାଦେଶକୁ ଗୋ’ଚାଲାଣ

ଏସ୍‍ଟିଏଫ୍‍ ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‍ ସୟଦ ଉସମାନ୍‍ ଅଲ୍ଲୀର ଆଉ ଏକ ଅପରାଧର ପର୍ଦାଫାସ୍‍ କରିଛି। ଟେଣ୍ଡର ଫିକ୍ସିଂ, ହତ୍ୟା, ଦାବାବଟି, ବାଲିଘାଟ, ତେଲ ଟାଙ୍କି, ଗାଡ଼ି ଶୋ’ରୁମ୍‍ ଓ ଟ୍ରନ୍ସପୋର୍ଟ ବ୍ୟବସାୟ ବ୍ୟତୀତ ଓଡ଼ିଶାରୁ ବାଂଲାଦେଶକୁ ହେଉଥିବା ଗୋ-ଚାଲାଣ ପଛରେ ଟିଟୋର ହାତ ରହିଥିଲା ବୋଲି କହିଛନ୍ତି ଏସ୍‍ଟିଏଫ୍‍ ଡିଆଇଜି ହିମାଂଶୁ ଲାଲ୍‍

tito ଟିଟୋ ଟିଟୋର ଗୋ’ଚାଲାଣ କିଙ୍ଗପିନ ଗିରଫ tito

ଗୋରୁ ସଂଗ୍ରହଠାରୁ ଆରମ୍ଭ କରି ଗୋରୁ ବୋଝେଇ ଟ୍ରକଗୁଡ଼ିକୁ ବିଭିନ୍ନ ଥାନା ଅଞ୍ଚଳରେ ଏସ୍‌କର୍ଟ ଦେଇ ରାଜ୍ୟ ସୀମା ପାର କରାଇବା ପର୍ଯ୍ୟନ୍ତ ସବୁକିଛି ଟିଟୋ ଗ୍ୟାଙ୍ଗ ସମ୍ଭାଳୁଥିଲା। ଏସବୁର ମଙ୍ଗ ଧରିଥିଲେ ଖୋର୍ଦ୍ଧା ଜିଲା ସୁଶାପଲା ଗ୍ରାମର ବଟକୃଷ୍ଣ ପାଣି ଓରଫ ବଟୁ(୪୫)। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ବଟୁଙ୍କୁ ଗିରଫ କରିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

ଅନ୍ୟ ଜଣେ ହେଲେ ସରୋଜ ପତି। ଘର କେନ୍ଦ୍ରାପଡ଼ା ଟାଉନ ଥାନା ଅଧୀନସ୍ଥ ମହିପାଳରେ। ଟିଟୋର ଗୋ ଚାଲଣ କାରବାର ମାଷ୍ଟରମାଇଣ୍ଡ ବଟୁ ବୁଝୁଥିଲା ଓ ଆଇଟି ସେଲ ମୁଖ୍ୟ ହେଉଛି ସରୋଜ। ଦୁହିଁଙ୍କୁ ଆଜି କୋର୍ଟ ଚାଲାଣ କରିଛି ଏସ୍‌ଟିଏଫ୍‌।

ପଢନ୍ତୁ;ଆପଣ ଜାଣିଛନ୍ତି କି ? ଶୋଇବା ପୂର୍ବରୁ ଏହି ପାନୀୟ ପିଇଲେ କମିଥାଏ ଓଜନ

Related posts

ଦଳିତ ନାବାଳିକାଙ୍କୁ ନିର୍ଭୟା ଭଳି ଗଣଦୁଷ୍କର୍ମ :କେନାଲରେ ଫିଙ୍ଗିଲେ ଦୁର୍ବୃତ୍ତ

ENO Beuro

କନ୍ଧମାଳ ହଳଦୀ ର ସ୍ଵତନ୍ତ୍ରତାକୁ ବଜାୟ ରଖିବାକୁ ସରକାରଙ୍କ ବିଶେଷ ପ୍ରସ୍ତୁତି ବିଷୟରେ ଜାଣନ୍ତୁ

ENO Beuro

ଐତିହ୍ୟ କ୍ୟାବିନେଟ୍‌ର ପ୍ରଥମ ନିଷ୍ପତି:ସତ୍ୟବାଦୀରେ ପ୍ରତିଷ୍ଠା ହେବ ‘ଓଡ଼ିଆ ବିଶ୍ୱବିଦ୍ୟାଳୟ’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More