News

୧୨ ଦିନିଆ ରିମାଣ୍ଡ ଆଜି ଶେଷ,ବାରିମୂଳ ଜେଲ ଗଲା ଟିଟୋ

ଜେଲ୍‌ ଗଲା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ୍‌ ଉସ୍‌ମାନ ଅଲ୍ଲୀ। ୧୨ ଦିନର ରିମାଣ୍ଡ ଅବଧି ସରିବା ପରେ ତାକୁ ଆଜି କେନ୍ଦ୍ରାପଡ଼ାର ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି। ୩ଟି ପର୍ଯ୍ୟାୟରେ ୧୨ ଦିନ ଧରି ଟିଟୋକୁ ଜେରା କରିଥିଲା କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍)। ରିମାଣ୍ଡ୍‌ ସମୟରେ ଟିଟୋର ବ୍ୟବସାୟିକ ସାମ୍ରାଜ୍ୟ, ଅପରାଧିକ ଲିଙ୍କ୍ ଓ ଅର୍ଥନୈତିକ କାରବାର ସଂପର୍କରେ ଖୋଳତାଡ଼ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍।

ଏସ୍‌ଟିଏଫ୍‌ ପକ୍ଷରୁ ଟିଟୋକୁ ପୁଣି ଥରେ ରିମାଣ୍ଡରେ ନେବାକୁ ଆବେଦନ କରା ନ ଯିବାରୁ ତାକୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି। ଜେଲ୍‌କୁ ନିଆଯିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ରଖି ଟିଟୋ କହିଥିଲା ଯେ ସେ ନିର୍ଦ୍ଦୋଷ, ତାକୁ ବିନା ଦୋଷରେ ଫସାଇ ଦିଆଯାଇଛି। ମିଛ କେସ୍‌ ଦେଇ ହଇରାଣ କରାଯାଉଛି। ତେବେ ଏଥିପାଇଁ କୌଣସି ରାଜନୈତିକ ଷଡ଼ଯନ୍ତ୍ର ଥିବା ବିଷୟରେ ପଚାରିବାରୁ ଟିଟୋ କହିଥିଲା ‘ନୋ କମେଣ୍ଟ୍‌ସ’। ଟିଟୋ ଏତିକି କହିବା ପରେ ପୁଲିସ୍‌ କଡନରେ ତାକୁ କୋର୍ଟ ଭ୍ୟାନ୍‌କୁ ଭିଡି ନିଆଯାଇଥିଲା।

ପଢନ୍ତୁ;ବିଶ୍ୱ ଉସୁ ଚାମ୍ପିୟନସିପ:ବବୁଲୁଙ୍କୁ ରୌପ୍ୟ ପଦକ

Related posts

‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଆଜି କୋରାପୁଟର କମଳା ପାଇବେ ପଦ୍ମଶ୍ରୀ ପୁରସ୍କାର

Ratnamani Moharana

୧୬ରୁ ଯୁକ୍ତ ଦୁଇ ରେଗୁଲାର ଫର୍ମ ପୂରଣ,ବଦଳିବନି ପ୍ରଶ୍ନ ପାଟର୍ନ

ENO Beuro

Leave a Comment