News

ଟିଟୋର ସହଯୋଗୀ ବାବୁ ସାହୁଙ୍କୁ ଏନ୍‌କାଉଣ୍ଟର

ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ଭବାନୀ ଶଙ୍କର ସାହୁ ଆହତ ହୋଇଛି । ବାବୁର ଡାହାଣ ଗୋଡରେ ଗୁଳି ବାଜିଛି । ପ୍ରଥମେ ତାକୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କେନ୍ଦ୍ରାପଡା ସ୍ପେଶାଲ ସ୍କ୍ଵାର୍ଡ ଓ ଟାଉନ ପୋଲିସ ଏହି ଏନକାଉଣ୍ଟର କରିଛି। ବାବୁ ସାହୁ ନାରେ ରହିଛି ୩ଟି ହତ୍ୟା ସହିତ ୧୪ଟି ଅପରାଧିକ ମାମଲା।

ବାବୁ ନିକଟରୁ ଗୋଟିଏ ପିସ୍ତଲ, ୨ ରାଉଣ୍ଡ ଗୁଳି ଓ ଗୋଟିଏ ବାଇକ ଜବତ କରାଯାଇଛି । ତେବେ ଘଟଣାସ୍ଥଳରୁ ତାର ଅନ୍ୟଜଣେ ସହଯୋଗୀ ରିଙ୍କୁ ପଟ୍ଟନାୟକ ପୋଲିସକୁ ଚକମା ଦେଖାଇ ଫେରାର ହୋଇଯାଇଛି । ଏମାନେ ବ୍ରହ୍ମପୁରର ବିଶିଷ୍ଟ ଆଇନଜୀବି ଶିଶିର ପାଢ଼ୀଙ୍କ ଘରୁ ଟଙ୍କା ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା କୁହାଯାଉଛି।

ଟିଟୋର ସହଯୋଗୀ ବାବୁ ସାହୁଙ୍କୁ ଏନ୍‌କାଉଣ୍ଟର ଟିଟୋର ସହଯୋଗୀ ବାବୁ ସାହୁଙ୍କୁ ଏନ୍‌କାଉଣ୍ଟର babu

ପଢନ୍ତୁ;ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ସୁନାବେଶ

Related posts

କେରଳ ଲଭ୍‌ ଜିହାଦ ମାମଲା : ହାଦିୟାଙ୍କ ବିବାହ ବୈଧ

ENO Beuro

ଚତୁର୍ଥ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳାକୁ ଉଦଘାଟନ କରିବେ ରାଷ୍ଟ୍ରପତି

ENO Beuro

ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା :ଆଜିଠାରୁ ଅନଲାଇନରେ ମିଳିବ ଆଡମିଟ୍‌ କାର୍ଡ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More