POLITICALS

ବାଚସ୍ପତିଙ୍କୁ ଚିଠି ଲେଖିଲେ ଭର୍ତ୍ତୃହରି ” ବୈଜୟନ୍ତଙ୍କୁ ହଟାଅ “

ଲୋକସଭାରେ ବୈଜୟନ୍ତଙ୍କୁ ଅଲଗା ସିଟ୍ ଦେବାକୁ ବାଚସ୍ପତିଙ୍କୁ ଚିଠି

ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ନିଲମ୍ବିତ କରିଛି। ତେଣୁ ତାଙ୍କୁ ଅଲଗା ଆସନ ଦିଅନ୍ତୁ। ଆମ ଠାରୁ ଅଲଗା କରନ୍ତୁ। ଖାଲି ସେତିକି ନୁହେଁ ଆମ ଦଳ ଆଧାରରେ ସେ ରହିଥିବା ସାଂସଦୀୟ କମିଟିରୁ ମଧ୍ୟ ହଟାନ୍ତୁ। ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପତ୍ର ଲେଖିଛନ୍ତି। ବୈଜୟନ୍ତଙ୍କ ସ୍ଥାନରେ ଆଉ ଜଣେ ବିଜେଡି ସାଂସଦଙ୍କେୁ ନେବା ପାଇଁ ସେ ଅନୁରୋଧ କରିଛନ୍ତି ।

ସାଂସଦ ବୈଜୟନ୍ତ ପଣ୍ଡା ୨୦୧୪ ମସିହା ସେପ୍ଟେମ୍ବର ୧ ତାରିଖରୁ ଗୃହ ବ୍ୟପାର ସମ୍ପର୍କୀତ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ଥିବାରୁ ଉକ୍ତ ସଦସ୍ୟ ପଦରୁ ତାଙ୍କୁ ବାଦ୍‌ ଦେବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ସହିତ ଉକ୍ତ କମିଟିରେ ବୈଜୟନ୍ତଙ୍କ ପରିବର୍ତ୍ତେ ଅନ୍ୟ ଜଣେ ବିଜେଡି ବିଧାୟକଙ୍କୁ ସ୍ଥାନ ଦେବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ,ବୈଜୟନ୍ତ ପଣ୍ଡାଙ୍କୁ ବିଜେଡି ଗତ ଜାନୁଆରି ୨୪ ତାରିଖରେ ଦଳରୁ ନିଲମ୍ବିତ କରିଥିଲା।

ପଢନ୍ତୁ;କଳାଜିରାର ବ୍ୟବହାର କରି କିପରି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବେ, ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଟିପ୍ସ

Related posts

ସାଂସଦ ବୈଜୟନ୍ତ ପଣ୍ଡାକୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଗଲା

ENO Beuro

ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ !

ENO Beuro

କର୍ଣ୍ଣାଟକରେ ଆଜି ମତଦାନ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More