News

ଟ୍ରେଡ ୟୁନିୟନ ପକ୍ଷରୁ : ବାଲେଶ୍ୱରରେ ୧୨ ଘଂଟିଆ ବନ୍ଦ ଡାକରା

 ଆଜି ବାଲେଶ୍ୱରରେ ୧୨ ଘଂଟିଆ ବନ୍ଦ ଡାକରା

ଆଜି ଟ୍ରେଡ ୟୁନିୟନ ପକ୍ଷରୁ ବାଲେଶ୍ୱରରେ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି। ସହରରେ ବିପର୍ଯ୍ୟସ୍ଥ ହୋଇପଡ଼ିଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଉଥିବା ନେଇ ସଂଘର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସକାଳ ୬ଟାରୁ ପିକେଟିଂ କରି ଦୋକାନ ବଜାର ଓ ଗାଡ଼ି ଚଳାଚଳକୁ ବନ୍ଦ ରଖିଛନ୍ତି।

ଟ୍ରେଡ ୟୁନିୟନ ପକ୍ଷରୁଅଭିଯୋଗ ଆସିଛି ଯେ , ବାଲେଶ୍ୱର ଜିଲ୍ଲାରେ ଲୁଟ, ଡକାୟତି ବୃଦ୍ଧି ପାଇଥିବାବେଳେ ଅପରାଧୀଙ୍କୁ ପୋଲିସ ଧରିବାରେ ବିଫଳ ହୋଉଛନ୍ତି । ସହରରେ ଦିନ ଦ୍ୱିପ୍ରହରେ ଲୁଟ, ଛିନତାଇ ହେଉଥିବାବେଳେ ହତ୍ୟା ସହ ବିଭିନ୍ନ ଅପରାଧ ଘଟି ଚାଳିଛି । ପୋଲିସର ନିଷ୍କ୍ରିୟତା ଯୋଗୁଁ ଏଭଳି ଅପରାଧ ଘଟୁଥିବା ସଂଘ ଅଭିଯୋଗ କରିଛି।

ବାଲେଶ୍ୱର ଏସ୍‌ପି ନୀତି ଶେଖର ଜିଲ୍ଲାରେ ଶାନ୍ତି ରକ୍ଷା କରିବାକରେ ବିଫଳ ହୋଇଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ସେଥିପାଇଁ ଆଜି ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଆଜିର ବନ୍ଦକୁ ସହରର ବୁଦ୍ଧିଜୀବିଙ୍କ ସହ ବହୁ ରାଜନୀତିକ ଦଳ ସମର୍ଥନ କରିଥିବା ସଂଘ ସୂଚନା ଦେଇଛି । ବନ୍ଦ ଫଳରେ ଜିଲ୍ଲାରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଓ ଗାଡ଼ି ଚଳାଚଳ ବନ୍ଦ ରହିଛି । ଗାଡ଼ି ବନ୍ଦ ରହିଥିବାରୁ ସାଧାରଣ ଲୋକ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପଢନ୍ତୁ ;

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ଘର ଉପରକୁ ଢେଲାମାଡ଼, ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ

Related posts

ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ବାୟୁ

Ratnamani Moharana

ବେଙ୍ଗାଲୁରରେ ହେବ ସବୁଠୁ ବଡ଼ ଏୟାର ସୋ

ENO Beuro

ମେଡିକାଲ ଛାତ୍ର ସୋହେଲଙ୍କ ନିଖୋଜ ଘଟଣା : ଦିଲ୍ଲୀ ଗଲା ୩ ଜଣିଆ ଟିମ୍‌

ENO Beuro

1 comment

Leave a Comment