CULTURES

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ,ଆଜି ହେବ ଅଧରପଣା ଲାଗି

ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଠାକୁରଙ୍କ ପାଖରେ ଅଧରପଣା ଲାଗି ହେବ। ଆସନ୍ତାକାଲି ନୀଳାଦ୍ରି ବିଜେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗି ରହିଛି। ଅଧର ନୀତି ସହିତ ଗରୁଡ ଶୟନ ନୀତି ମଧ୍ୟ ଅନୁଷ୍ଠିତ ହେବ। ରାତି ୮ଟା ସୁଦ୍ଧା ୩ ରଥରେ ଅଧର ନୀତି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ତିନି ବାଡରେ ଅଧରପଣା ନୀତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସିଂହାସନରେ ବିରାଜମାନ ଶ୍ରୀବିଗ୍ରହମାନଙ୍କ ଅଧର ଉଚ୍ଚାର ଅଧର ହାଣ୍ଡି ପ୍ରସ୍ତୁତ କରି ରଖାଯାଇଛି।

ନୀତି ନିର୍ଘଣ୍ଟ ମୁତାବକ ୬ଟାରୁ ୬ଟା ୩୦ ମଧ୍ୟରେ ମଙ୍ଗଳଆଳତି ହେବାକୁ ଥିବା ବେଳେ ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୂ ୧୦ଟା ୩୦ରେ ଗୋପାଳ ବଲ୍ଲଭ, ୧୧ଟା ୩୦ରୁ ୧୨ଟା୩୦ ସକାଳ ଧୂପ, ଗୋଟାଏ ୩୦ରେ ମହାସ୍ନାନ ସର୍ବାଙ୍ଗ, ୨ଟାରେ ବେଶ ଶେଷ, ୩ଟା ୩୦ରେ ମଧ୍ୟାହ୍ନ ଧୂପ ଥିବା ବେଳେ ରାତି ଆଠଟା ବେଳେ ଅଧର ପଣା ନୀତି ଶେଷ ହେବ।

ସୁରକ୍ଷା ପାଇଁ ବଡ଼ଦାଣ୍ଡ, ରଥ ଚାରିପଟେ ଓ ପୁରୀ ସହରର ବିଭିନ୍ନ ସ୍ଥାନରେ ୧୪୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଛି।

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ,ଆଜି ହେବ ଅଧରପଣା ଲାଗି ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ,ଆଜି ହେବ ଅଧରପଣା ଲାଗି adharpan

ପଢନ୍ତୁ; ଡେଲିଉଡ ମିସ ଇଣ୍ଡିଆ ହେଲେ ଓଡିଆ ଝିଅ

Related posts

୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି

ENO Beuro

ଅାଜି ଶ୍ରୀଜିଉଙ୍କ ବନକଲାଗି,୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ENO Beuro

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା,ସ୍ନାନ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ବିଗ୍ରହ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More