CULTURES

୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି

ଶେଷ ଦିନରେ ଆଦିବାସୀ ମେଳା

ଦୀର୍ଘ ୧୫ ଦିନ ଧରି ରାଜଧାନୀର ପ୍ରଦର୍ଶନୀ ପଡିଆଠାରେ ଆଦିବାସୀଙ୍କ ମେଳା ଚାଲିଥିବାବେଳେ  ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ କିଣି ଓ ସେମାନଙ୍କ ପ୍ରସ୍ତୁତ ଖାଦ୍ୟ ଖାଇ ବେଶ ଆନନ୍ଦିତ ହେଉଥିବା ରାଜଧାନୀବାସୀଙ୍କୁ ପୁଣି ଏକବର୍ଷ ଅପେକ୍ଷା କରିବାକୁ ପଡିବ । ଆଗରୁ ଏହି ମେଳା ଆଦିବାସୀ ପଡିଆରେ ହେଉଥିବା ବେଳେ ଚଳିତ ବର୍ଷ ପ୍ରଦର୍ଶନୀ ପଡିଆରେ ହୋଇଛି ଜାନୁଆରୀ ୨୬ ତାରିଖରୁ ଚାଲିଥିବା ଏହି ଆଦିବାସୀ ମେଳା ଆଜି ଅନ୍ତିମ ପର୍ୟ୍ୟାୟରେ ପହଂଚିଛି ।

ବର୍ଷକୁ ଗୋଟିଏ ଥର ବସୁଥିବା ଏହି ମେଳାରେ ଗତକାଲି ସଂଧ୍ୟା ସୁଦ୍ଧା ସାଢେ ୬ କୋଟିର କାରବାର ହୋଇଥିବାବେଳେ ଆଜି ଶେଷ ଦିନରେ ଏହା ୧୦ କୋଟି ଛୁଇଁବାର ଆଶା ରଖାଯାଇଛି । ପଡିଆ ସାରା ଆଦିବାସୀଙ୍କ ଘର ଓ ଚଳଣିର ବାସ୍ନା ମିଳୁଥିବାବେଳେ  ରାଜଧାନୀ ବାସୀଙ୍କୁ ଦୀର୍ଘ ୧୫ ଦିନ ଧରି ଆକୃଷ୍ଟ କରି ଆସୁଥିବା ଏହି ପରିବେଶ ଆଜି ଶେଷଦିନରେ ପହଂଚିଛି ।

୧୫ ଦିନ ଧରି ରାଜଧାନୀ ବାସିନ୍ଦାଙ୍କୁ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟ ସହ ବହୁ ଔଷଧୀୟ ଚେରମୂଳି ଯୋଗାଇ ଥିଲେ ଆଦିବାସୀମାନେ । ତେବେ ସେମାନେ ଫେରିବା ବେଳେ ରାଜଧାନୀବାସୀଙ୍କୁ ଆଦିବାସୀଙ୍କ ଚଳଣିର ବାସ୍ନା ଦେଇଯିବା ସହ ସହରୀ ସଭ୍ୟତାର କିଛି ଅନୁଭୂତି ସାଂଗରେ ନେଇ ନିଜ ନିଜ ସ୍ଥାନକୁ ବାହୁଡି ଯିବେ ।
୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି Adivasi mela
ପଢନ୍ତୁ ;

ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପର୍କୀୟ ଉଉଣୀ

Related posts

କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଜଗନ୍ନାଥ ମନ୍ଦିର ସମ୍ପର୍କରେ ରହିଛି କିଛି ରହସ୍ୟମୟ ତଥ୍ୟ ! ଜାଣନ୍ତୁ

ENO Beuro

ଅାଜି ଶ୍ରୀଜିଉଙ୍କ ବନକଲାଗି,୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ENO Beuro

ଆଜି ଆଲୋକର ପର୍ବ ଦୀପାବଳି,ଉତ୍ସବମୁଖର ହୋଇଉଠିଛି ପୂରପଲ୍ଲୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More